ଦୁଇ ଝିଅଙ୍କୁ ତ୍ରିଶୂଳ ଭୁସି ମାରିଦେଲେ ବାପା-ମା'

ଚିତ୍ତୌର: ଝିଅକୁ ମାରି ଦେଲେ ଶେଷ ହୋଇଯିବ କଳିଯୁଗ। ପରଦିନ ସୂର୍ଯ୍ୟ ଉଦୟ ହେବା ସହ ମୃତ ଝିଅ ପୁଣିଥରେ ଜୀବନ୍ତ ହେବେ ଏବଂ ଏହିଠାରୁ ଆରମ୍ଭ ହେବ ସତ୍ୟଯୁଗ। ଏମିତି କିଛି ଅନ୍ଧବିଶ୍ୱାସ ଭରସାରେ ବାପା-ମା ନିଜର ଦୁଇ ଝିଅଙ୍କୁ ନୃଶଂସ ଭାବେ ହତ୍ୟା କରିଦେଇଛନ୍ତି। ଆନ୍ଧ୍ର ପ୍ରଦେଶର ଚିତ୍ତୌରରେ ଏଭଳି ଲୋମହର୍ଷଣ ଘଟଣା ଘଟିଛି। ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି ଶିକ୍ଷିତ ଦମ୍ପତି। ଝିଅର ବାପା ହେଉଛନ୍ତି ପୁରୁଷୋତ୍ତମ ନାଇଡୁ, ଯିଏ ଜଣେ ମହିଳା […]

anedhara

anedhara

Ranjit Kumar Jena
  • Published: Monday, 25 January 2021
  • Updated: 25 January 2021, 06:44 PM IST

Sports

Latest News

ଚିତ୍ତୌର: ଝିଅକୁ ମାରି ଦେଲେ ଶେଷ ହୋଇଯିବ କଳିଯୁଗ। ପରଦିନ ସୂର୍ଯ୍ୟ ଉଦୟ ହେବା ସହ ମୃତ ଝିଅ ପୁଣିଥରେ ଜୀବନ୍ତ ହେବେ ଏବଂ ଏହିଠାରୁ ଆରମ୍ଭ ହେବ ସତ୍ୟଯୁଗ। ଏମିତି କିଛି ଅନ୍ଧବିଶ୍ୱାସ ଭରସାରେ ବାପା-ମା ନିଜର ଦୁଇ ଝିଅଙ୍କୁ ନୃଶଂସ ଭାବେ ହତ୍ୟା କରିଦେଇଛନ୍ତି। ଆନ୍ଧ୍ର ପ୍ରଦେଶର ଚିତ୍ତୌରରେ ଏଭଳି ଲୋମହର୍ଷଣ ଘଟଣା ଘଟିଛି। ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି ଶିକ୍ଷିତ ଦମ୍ପତି। ଝିଅର ବାପା ହେଉଛନ୍ତି ପୁରୁଷୋତ୍ତମ ନାଇଡୁ, ଯିଏ ଜଣେ ମହିଳା କଲେଜର ପ୍ରିନ୍ସିପାଲ୍। ସେହିପରି ମା' ପଦ୍ମଜା ଏକ ପ୍ରାଇଭେଟ୍ ସ୍କୁଲରେ ଶିକ୍ଷକ ଭାବେ କାମ କରୁଛନ୍ତି।

ବାପା-ମା' ହେଇ ନିଜ ଝିଅକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁଇ ଝିଅକୁ ହତ୍ୟା କରିବା ପରେ ବାପା-ମା' ମୃତଦେହ ଆଗରେ ଦୀର୍ଘ ସମୟ ଧରି ବସିରହିଥିଲେ। କଳିଯୁଗ ଶେଷ ହୋଇଯିବ ଭାବି ବାପା-ମା' ଦୁଇ ଝିଅଙ୍କୁ ହତ୍ୟା କରିଥିଲେ। ଏହା ପରେ ସୂର୍ଯ୍ୟ ଉଦୟ ହେବା ସହ ଦୁଇ ଝିଅ ଜୀବନ୍ତ ହୋଇ ଉଠିବେ ଏବଂ ସୋମବାରଠାରୁ ସତ୍ୟଯୁଗ ଆରମ୍ଭ ହେବ ବୋଲି ଦମ୍ପତି ଭାବିଥିଲେ। କିନ୍ତୁ ଅନ୍ଧବିଶ୍ୱାସରେ ବୁଡ଼ି ରହିଥିବା ଏଭଳି ଶିକ୍ଷିତ ବାପା-ମା' ଯାହା କଲେ, ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ଉଭୟ ବାପା-ମା'ଙ୍କୁ ପୁଲିସ୍ ଗିରଫ କରିଛି। ହତ୍ୟାର ଶିକାର ହୋଇଥିବା ୨୭ ବର୍ଷୀୟ ବଡ଼ ଝିଅ ଆଲେଖ୍ୟା ଭୋପାଳରେ ମାଷ୍ଟର୍ସ ଡିଗ୍ରୀ କରିଥିଲେ। ୨୨ ବର୍ଷୀୟ ସାନ ଝିଅ ସାଇ ଦିବ୍ୟା ବିବିଏ ପାଠ ପଢ଼ିଥିଲେ। ଏହାବ୍ୟତୀତ ଦିବ୍ୟା ମୁମ୍ବାଇରେ ଏଆର୍ ରେହମାନ୍ ମ୍ୟୁଜିକ୍ କଲେଜର ଛାତ୍ରୀ ଥିଲେ।

ଘଟଣାର ଖବର ପାଇବା ପରେ ପୁଲିସ୍ ଦମ୍ପତିଙ୍କ ଘରେ ପହଞ୍ଚିଲା। ହେଲେ ଦମ୍ପତି ପୁଲିସକୁ ଭିତରକୁ ଆସିବାକୁ ଦେଇନଥିଲେ। କିନ୍ତୁ ପୁଲିସ୍ ଜୋରଜବରଦସ୍ତ ଘର ଭିତରକୁ ପ୍ରବେଶ କରିଥିଲା। ପୁଲିସ୍ ଦେଖିବାକୁ ପାଇଲା ଯେ ଘର ଭିତରେ ଥିବା ପୂଜା ଘରେ ଏକ ମୃତହେଦ ପଛିଛି। ସେହିପରି ଆଉ ଏକ ରୁମରେ ଆଉଜଣେ ଝିଅର ମୃତଦେହ ପଡ଼ିଥିଲା। ପୂରା ଘର ରକ୍ତରେ ଭାସୁଥିଲା। ମୃତଦେହ ପାଖରେ କିଛି ପୂଜା ସାମଗ୍ରୀ ପଡ଼ିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ବାପା-ମା' ସାନ ଝିଅ ସାଇଦିବ୍ୟାକୁ ତ୍ରିଶୁଳରେ ହତ୍ୟା କରିଥିବା ବେଳେ ବଡ଼ ଝିଅ ଆଲେଖ୍ୟାର ପାଟିରେ ଏକ ତମ୍ବା ରଡ୍ ପୂରାଇବା ପରେ ତା'ର ମୁଣ୍ଡକୁ ଡମ୍ବଲରେ ପିଟିପିଟି ହତ୍ୟା କରିଥିଲା। ନିଜ ଝିଅକୁ ମାରିବା ପରେ ପୁରୁଷୋତ୍ତମ ନିଜ ସମ୍ପର୍କୀୟଙ୍କୁ ଏହାର ସୂଚନା ଦେଇଥିଲେ। ଯାହା ପରେ ସମ୍ପର୍କୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଦମ୍ପତିକୁ ଗିରଫ କରି ପଚରାଉଚରା ଆରମ୍ଭ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story