ନୂଆଦିଲ୍ଲୀ: ବାୟୁସେନାରେ ବିଧିବଦ୍ଧ ଭାବରେ ସାମିଲ୍ ହେବ ଆମେରିକା ନିର୍ମିତ ଆପାଚ୍ ହେଲିକପ୍ଟର । ସେପ୍ଟେମ୍ୱର ୩ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପଠାନକୋଟରେ ଏହାକୁ ସାମିଲ୍ କରାଇବେ। ଭାରତ ୨୨ଟି ହେଲିକପ୍ଟର ପାଇଁ ବରାଦ ଦେଇଥିଲା। ଏଥିରୁ ୪ଟି ହେଲିକପ୍ଟରକୁ ଆମେରିକା ପ୍ରମୁଖ ବିମାନ କମ୍ପାନୀ ବୋଇଂ ଜୁଲାଇ ୨୭ରେ ଭାରତକୁ ହସ୍ତାନ୍ତର କରିଥିଲା। ୨୦୧୫ରେ ମୋଦି ସରକାର ଆମେରିକା ସହିତ ୨୨ଟି ଏଚ୍-୬୪ଇ ହେଲିକପ୍ଟର ନେଇ ଚୁକ୍ତି କରିଥିଲେ।
ବାୟୁସେନା ମୁଖ୍ୟ ମାର୍ଶାଲ ବିଏସ୍ ଧାନୋଆ ମୁଖ୍ୟ ଅତିଥି ଭାବେ ସେପ୍ଟେମ୍ବର ୩ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଏଚ୍-୬୪ଇ ହେଲିକପ୍ଟର ବିଶ୍ୱର ଅତ୍ୟାଧୁନିକ ହେଲିକପ୍ଟର ମଧ୍ୟରୁ ଅନ୍ୟତମ। ଆମେରିକା ସେନା ଏହି ହେଲିକପ୍ଟର ବ୍ୟବହାର କରିଥାଏ।
ଭାରତୀୟ ବାୟୁସେନା ପାଇଁ ଗତବର୍ଷ ଜୁଲାଇରେ ଏଚ୍-୬୪ଇ ପ୍ରଥମଥର ପାଇଁ ସଫଳ ଉଡ଼ାଣ ଭରିଥିଲା। ଏହି ଅତ୍ୟାଧୁନିକ ବିମାନକୁ ଚଳାଇବା ପାଇଁ ଗତବର୍ଷ ବାୟୁସେନାର ଏକ ପାଇଲଟ୍ ଦଳ ଆମେରିକା ଯାଇ ପ୍ରଶିକ୍ଷଣ ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।
National
ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ
ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
National
ଆପ୍ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା
ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।