ନୂଆଦିଲ୍ଲୀ: ଗତକାଲି ଭାରତୀୟ ଯବାନ ପାକିସ୍ତାନର ୩ ଯବାନଙ୍କ ମୁଣ୍ଡ ଗଡ଼ାଇଥିଲେ। ଏହାପରେ ପାକିସ୍ତାନ ଦାବି କରିଥିଲା ଯେ ୫ ଭାରତୀୟ ଯବାନ ମଧ୍ୟ ପାକିସ୍ତାନ ସେନାର ଗୁଳିରେ ନିହତ ହୋଇଛନ୍ତି। ପାକିସ୍ତାନର ଏଭଳି ଅଭିଯୋଗକୁ ଭାରତୀୟ ସେନା ଭିତ୍ତିହୀନ କହିବା ସହିତ ଖଣ୍ଡନ କରିଛି।
ସୂଚନାଯୋଗ୍ୟ, ଗତକାଲି ଦେଶରେ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଯାହାର କଡ଼ା ଜବାବ ଦେଇଥିଲେ ଭାରତୀୟ ସେନା। ଏଥିରେ ୩ ପାକିସ୍ତାନୀ ଯବାନଙ୍କ ପ୍ରାଣହାନୀ ହୋଇଥିଲା। ଯାହାକୁ ପାକିସ୍ତାନ ମଧ୍ୟ ସ୍ୱୀକାର କରିଛି।
ଏହାପରେ ଭାରତର ୫ ଯବାନ ପାକିସ୍ତାନ ସେନାର ଗୁଳିରେ ନିହତ ହୋଇଥିବା ପାକିସ୍ତାନ ଆର୍ମିର ମୁଖପାତ୍ର ମେଜର ଜେନେରାଲ ଅସିଫ୍ ଗଫୁର ଟୁଇଟ କରି କହିଥିଲେ। ଏମିତିକି ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଜମ୍ମୁ କଶ୍ମୀର ସ୍ଥିତିକୁ ଲୁଚାଇବା ପାଇଁ ଚେଷ୍ଟା କରୁଛି ବୋଲି ପାକିସ୍ତାନ ସେନାର ମୁଖପାତ୍ର କହିଥିଲେ।
ଏହାପରେ ପାକିସ୍ତାନର ଏହି ଦାବିକୁ ଆଜି ଭାରତୀୟ ସେନା ଖାରଜ କରିବା ସହିତ ଏହାକୁ ଭିତ୍ତିହୀନ ବୋଲି କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।
National
ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ
ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
National
ଆପ୍ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା
ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।