ତିନିମାସ ପରେ ପୁଣି ନିଜ କାର୍ଯ୍ୟକୁ ଫେରିଲେ ଅରୁଣ ଜେଟଲୀ

ନୂଆଦିଲ୍ଲୀ: ତିନି ମାସ ହେବ ମନ୍ତ୍ରାଳୟ ଦାୟିତ୍ୱରୁ ଅସ୍ଥାୟୀ ଭାବେ ଅବ୍ୟାହତି ନେଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୁସ୍ଥ ହୋଇ ନିଜ କାର୍ଯ୍ୟକୁ ଫେରିଛନ୍ତି। ଆଜି ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜେଟଲୀଙ୍କୁ ପୁଣି ଥରେ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଜେଟଲୀଙ୍କର କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। କିଡ୍‌ନୀ ପ୍ରତିରୋପଣ ଅପରେସନ୍‌ କାରଣରୁ ୧୪ ମେ’ରୁ ତାଙ୍କୁ ମନ୍ତ୍ରାଳୟ ଦାୟିତ୍ୱରୁ ଅସ୍ଥାୟୀ ଭାବେ ଅବ୍ୟାହତି ଦିଆଯାଇଥିଲା। ଜେଟଲୀଙ୍କ ଅସୁସ୍ଥତା […]

jaitley-......

jaitley-......

Tapaswini Nayak
  • Published: Thursday, 23 August 2018
  • Updated: 23 August 2018, 06:50 AM IST

Sports

Latest News

ନୂଆଦିଲ୍ଲୀ: ତିନି ମାସ ହେବ ମନ୍ତ୍ରାଳୟ ଦାୟିତ୍ୱରୁ ଅସ୍ଥାୟୀ ଭାବେ ଅବ୍ୟାହତି ନେଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୁସ୍ଥ ହୋଇ ନିଜ କାର୍ଯ୍ୟକୁ ଫେରିଛନ୍ତି। ଆଜି ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜେଟଲୀଙ୍କୁ ପୁଣି ଥରେ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ଜେଟଲୀଙ୍କର କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। କିଡ୍‌ନୀ ପ୍ରତିରୋପଣ ଅପରେସନ୍‌ କାରଣରୁ ୧୪ ମେ’ରୁ ତାଙ୍କୁ ମନ୍ତ୍ରାଳୟ ଦାୟିତ୍ୱରୁ ଅସ୍ଥାୟୀ ଭାବେ ଅବ୍ୟାହତି ଦିଆଯାଇଥିଲା।

ଜେଟଲୀଙ୍କ ଅସୁସ୍ଥତା କାରଣରୁ ପୀୟୁଷ ଗୋଏଲ  ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ। ପୀୟୁଷ ଗୋଏଲ ରେଳ ଓ କୋଇଲା ବିଭାଗର ମନ୍ତ୍ରୀ ଅଛନ୍ତି।

ଅସୁସ୍ଥତା ଥିବା ସତ୍ତ୍ୱେ ଜେଟଲୀ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟ୍‌ ଦେବାକୁ ସଂସଦ ଆସିଥିଲେ।

ଦିଲ୍ଲୀ ଏମ୍‌ସରେ ଅରୁଣ ଜେଟଲୀଙ୍କର କିଡ୍‌ନୀ ପ୍ରତିରୋପଣ ଅପରେସନ୍‌ କରାଯାଇଥିଲା। ଡାକ୍ତର ତାଙ୍କୁ ଆରାମ କରିବାକୁ କହିଥିଲେ।

ମେ’ ୧୨ ତାରିଖରେ ଜେଟଲୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ମାସ ଧରି ତାଙ୍କର ଡାଏଲିସିସ୍‌ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos