ମୁମ୍ବାଇ: ଆସାମ ବିଧାନସଭା ନିର୍ବାଚନରେ ବିଜୟକୁ ନେଇ ଆଜି ଶିବସେନା ବିଜେପିକୁ ଟାର୍ଗେଟ କରିଛି। ଦଳୀୟ ମୁଖପତ୍ର “ସାମନା”ରେ ଲେଖାଯାଇଛି, “ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପଶ୍ଚିମବଙ୍ଗରେ ମମତା ବାନାର୍ଜିଙ୍କ ବିରୋଧରେ ନାରା ଦେଇଥିଲେ। କହିଥିଲେ, ଦିଦିଙ୍କ ଶାସନରେ ପଶ୍ଚିମବଙ୍ଗର ଭଷ୍ଟ୍ରାଚାର,ଆତଙ୍କବାଦ ଓ ଗୁଣ୍ଡାରାଜ ବଢୁଛି। କିନ୍ତୁ ପଶ୍ଚିମବଙ୍ଗର ଜନତା ଦିଦିଙ୍କୁ ବିଜୟର ମୁକୁଟ ପିନ୍ଧାଇଛନ୍ତି।”
ଶିବସେନା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି “ଆଞ୍ଚଳିକ ଦଳର ପ୍ରଭାବ ବଢୁଛି। ବିଜେପିକୁ ଏହି ସତକୁ ସ୍ୱୀକାର କରିବାକୁ ହେବ। ପ୍ରଥମ ଥର ପାଇଁ କେରଳ ବିଧାନସଭାରେ ଖାତା ଖୋଲିବାକୁ ବିଜେପି ସମର୍ଥ ହୋଇଛି । ଏହା ବିଜେପି ପାଇଁ ଅଚ୍ଛେ ଦିନ।”
“ସାମନା”ରେ ବିଜେପିକୁ ଆଉ ଥରେ ସମାଲୋଚନା କରାଯାଇ କୁହାଯାଇଛି, “ଆସାମ ନିର୍ବାଚନରେ ବିଜୟ ବିଜେପି ପାଇଁ ସଞ୍ଜୀବନି ନେଇଆସିଛି। ଦିଲ୍ଲୀ ଓ ବିହାର ନିର୍ବାଚନରେ ବିଜେପିର ପରାଜୟ କଣ୍ଟା ଆସାମରେ ନିର୍ବାଚନ ଜିତିବାରେ ବାହାରିଯାଇଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ପୁଲିସ ପାଖକୁ ଆସିଲା କଲ୍
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛନ୍ତି।
National
ଯାଞ୍ଚ ପାଇଁ ଯାଇଥିବା ଇଡି ଟିମ୍ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ
ପିପିପିଏଲ୍ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଇଡି ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କ ସହ ଥିଲା।
National
ଆଜି ବାତ୍ୟାର ରୂପ ନେବ ଫେଙ୍ଗଲ! ରେଡ୍ ଆଲର୍ଟ ଜାରି
ସତର୍କତା ଦୃଷ୍ଟିରୁ ଆଜି ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।
National
ଲିଭ-ଇନ୍- ପାର୍ଟନରଙ୍କୁ ୫୦ ଖଣ୍ଡ କଲେ ଯୁବକ; ଧରା ପକାଇଦେଲା ବୁଲା କୁକୁର
ବିବାହ ପାଇଁ ଜିଦ୍ ଧରିବାରୁ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରି ପ୍ରାୟ ୫୦ ଖଣ୍ଡ କରିଦେଲେ। ମାତ୍ର ବୁଲା କୁକୁରଙ୍କ ଯୋଗୁ ଧରା ପଡ଼ିଗଲେ ଅଭିଯୁକ୍ତ ଓ ଏବେ ପୁଲିସ୍ ତାଙ୍କୁ ବାନ୍ଧିଛି।
National
ଆଜି ଶପଥ ନେବେ ହେମନ୍ତ ସୋରେନ୍
ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ୱାର ତାଙ୍କୁ ଆଜି ଅପରାହ୍ଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।