ନୂଆଦିଲ୍ଲୀ : ଆତଙ୍କବାଦୀ ମାନଙ୍କ ଟାର୍ଗେଟରେ ଏବେ ଦେଶର ଅମଲାତନ୍ତ୍ର। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ୬ ଜୁଲାଇରେ ଚେତାବନୀ ଜାରି କରି କହିଛି ଯେ ଅଲ-କାଏଦା ଇନ ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍(ଏକ୍ୟୁଆଇଏସ) ବରିଷ୍ଠ ଆଇଏଏସ ଓ ଆଇପିଏସ ଅଫିସରଙ୍କ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତି ଚଳାଇଛି।
ଗୋଇନ୍ଦା ସୂଚନା ଅନୁଯାୟୀ ଏକ୍ୟୁଆଇଏସର ମୁଖ୍ୟ ମୌଲାନା ଅସୀମ ଅମର ଭାରତୀୟ ମୁସଲମାନ ମାନଙ୍କୁ ଏହି ମାମଲାରେ ଜିହାଦ ପାଇଁ ପ୍ରବର୍ତ୍ତାଉଛନ୍ତି। କେନ୍ଦ୍ରୀୟ ଗୋଇନ୍ଦା ଏଜେନ୍ସିମାନେ ଜାଣିବାକୁ ପାଇଛନ୍ତି ଯେ ଅସୀମ ଭାରତୀୟ ମୁସଲମାନଙ୍କୁ ବରିଷ୍ଠ ଆଇଏଏସ ଓ ଆଇପିଏସ ଅଫିସରଙ୍କୁ ଟାର୍ଗେଟ କରିବା ପାଇଁ କହିଛନ୍ତି।
ଦିଲ୍ଲୀ ପୋଲିସକୁ ଚିଠି ମାଧ୍ୟମରେ ସମସ୍ତ ଅଫିସରଙ୍କ ସୁରକ୍ଷା କଡାକଡି କରିବା ପାଇଁ ପରାମର୍ଶ ଦିଆଯାଇଛି। ଅଫିସର ମାନଙ୍କ ସମେତ ତାଙ୍କ ସହ ଜଡିତ କର୍ମଚାରୀ ମାନଙ୍କର ମଧ୍ୟ ସୁରକ୍ଷା ବଢାଇବାକୁ କୁହାଯାଇଛି। ବରିଷ୍ଠ ଅଫିସରଙ୍କ ଅଫିସ୍ ସମେତ ସବୁ ପୋଲିସ ଥାନା, ସେମାନେ ରହୁଥିବା ଆବାସିକା ଓ କଲୋନୀ ଗୁଡିକରେ ସୁରକ୍ଷା ତୁରନ୍ତ ବଢାଇବାକୁ ପରାମର୍ଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ଲାଟଫର୍ମରେ ଶୋଉଥିଲା, ଟ୍ରେନରେ ଦୁଷ୍କର୍ମ ପରେ ମାରୁଥିଲା
ଅଭିଯୁକ୍ତ ଜଣକ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମରେ ଶୋଉଥିଲା। ସୁବିଧା ଦେଖି ବିଭିନ୍ନ ଟ୍ରେନରେ ଚଢ଼ୁଥିଲା। ଏହି ସମୟରେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲା।
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।
Politics
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି, ସିନ୍ଦେ ସେନାକୁ ମିଳିବ...
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
Politics
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।