ନୂଆଦିଲ୍ଲୀ: ଦିଲ୍ଲୀରେ ପାୱାରକଟ୍କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଦ୍ୟୁତ କମ୍ପାନୀ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,“ଲୋକଙ୍କୁ ଚିନ୍ତା କରିବା ଦରକାର ନାହିଁ। ସରକାର ବିଦ୍ୟୁତ କମ୍ପାନୀ ବିରୋଧରେ ପଦକ୍ଷେପ ନେଉଛନ୍ତି।”
ଶନିବାର କେଜ୍ରିୱାଲ ଜନତାଙ୍କୁ ଉଦବୋଧନ ଦେଇ କହିଛନ୍ତି, “ବିଦ୍ୟୁତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଆମେ ଅବହେଳା କରୁନୁ। ବିଦ୍ୟୁତ କମ୍ପାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବାଡି କମ୍ ନାହିଁ, ବାଡିର ସାଇଜ୍ ବି କମ୍ ନାହିଁ।”
କେଜ୍ରିୱାଲଙ୍କ ଏପରି ବୟାନଙ୍କୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି।
ସେ ଆହୁରି ମଧ୍ୟ କହିଛନ୍ତି, “ଦିଲ୍ଲୀରେ ପାୱାରକଟ୍କୁ ନେଇ ଶୁକ୍ରବାର ଦିନ ଶକ୍ତିମନ୍ତ୍ରୀ ସମୀକ୍ଷା କରିଥିଲେ। ଲୋକଙ୍କ ସମସ୍ୟା ଉପରେ ସରକାର ନଜର ରଖିଛି। ଦିଲ୍ଲୀରେ ବିକାଶ ହେଉଛି। ଦିଲ୍ଲୀର ବିଏସଇଏସ୍ ଅଞ୍ଚଳରେ ବେଶୀ ପାୱାର କଟ୍ ହେଉଛି। ଏନେଇ ଆସନ୍ତା ମଙ୍ଗଳବାର ଏକ ବୈଠକ ହେବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଯାଞ୍ଚ ପାଇଁ ଯାଇଥିବା ଇଡି ଟିମ୍ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ
ପିପିପିଏଲ୍ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଇଡି ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କ ସହ ଥିଲା।
National
ଆଜି ବାତ୍ୟାର ରୂପ ନେବ ଫେଙ୍ଗଲ! ରେଡ୍ ଆଲର୍ଟ ଜାରି
ସତର୍କତା ଦୃଷ୍ଟିରୁ ଆଜି ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।
National
ଲିଭ-ଇନ୍- ପାର୍ଟନରଙ୍କୁ ୫୦ ଖଣ୍ଡ କଲେ ଯୁବକ; ଧରା ପକାଇଦେଲା ବୁଲା କୁକୁର
ବିବାହ ପାଇଁ ଜିଦ୍ ଧରିବାରୁ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରି ପ୍ରାୟ ୫୦ ଖଣ୍ଡ କରିଦେଲେ। ମାତ୍ର ବୁଲା କୁକୁରଙ୍କ ଯୋଗୁ ଧରା ପଡ଼ିଗଲେ ଅଭିଯୁକ୍ତ ଓ ଏବେ ପୁଲିସ୍ ତାଙ୍କୁ ବାନ୍ଧିଛି।
National
ଆଜି ଶପଥ ନେବେ ହେମନ୍ତ ସୋରେନ୍
ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ୱାର ତାଙ୍କୁ ଆଜି ଅପରାହ୍ଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।
National
ଶେଷ ହେବ ସସ୍ପେନ୍ସ! ଆଜି ଘୋଷଣା ହୋଇପାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ
ଆଜି ଦିଲ୍ଲୀରେ ମହାୟୁତିର ବୈଠକ ବସୁଛି। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନାଁ ଉପରେ ମୋହର ବାଜିପାରେ।