ମୁହଁ ଖୋଲିଲେ ଅମିତ ଶାହ, ଦିଲ୍ଲୀ ପରାଜୟ ପାଇଁ ଏସବୁ ନେତାଙ୍କୁ ଦାୟୀ କଲେ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟିର ବିପୁଳ ବିଜୟ ପରେ ଶେଷରେ ମୁହଁ ଖୋଲିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ। ସେ ମୁହଁ ଖୋଲିବା ସହ ପରାଜୟର କାରଣ ମଧ୍ୟ କହିଛନ୍ତି। ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ଦଳୀୟ ନେତା ଦେଇଥିବା ବିବାଦୀୟ ବୟାନ ହିଁ ପରାଜୟର ପ୍ରମୁଖ କାରଣ ବୋଲି ଶାହ ସ୍ୱୀକାର କରିଛନ୍ତି। ଗୁରୁବାର ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶାହ କହିଛନ୍ତି, “ଗୋଲି ମାର ଓ ଭାରତ-ପାକ୍‌ […]

qe

qe

Hemant Lenka
  • Published: Thursday, 13 February 2020
  • Updated: 13 February 2020, 08:20 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟିର ବିପୁଳ ବିଜୟ ପରେ ଶେଷରେ ମୁହଁ ଖୋଲିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ। ସେ ମୁହଁ ଖୋଲିବା ସହ ପରାଜୟର କାରଣ ମଧ୍ୟ କହିଛନ୍ତି। ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ଦଳୀୟ ନେତା ଦେଇଥିବା ବିବାଦୀୟ ବୟାନ ହିଁ ପରାଜୟର ପ୍ରମୁଖ କାରଣ ବୋଲି ଶାହ ସ୍ୱୀକାର କରିଛନ୍ତି।

ଗୁରୁବାର ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶାହ କହିଛନ୍ତି, “ଗୋଲି ମାର ଓ ଭାରତ-ପାକ୍‌ ମ୍ୟାଚ୍‌ ଭଳି ବୟାନ ନିର୍ବାଚନ ପ୍ରଚାର ବେଳେ ଦେବା ଠିକ ହୋଇନାହିଁ। ଦଳୀୟ ନେତାଙ୍କ ଏଭଳି ବୟାନ ପାଇଁ ସମ୍ଭବତଃ ବିଜେପି ଦିଲ୍ଲୀରେ ପରାସ୍ତ ହୋଇଛି। ବିବାଦୀୟ ବୟାନ ଠାରୁ ଆମ ଦଳ ସର୍ବଦା ଦୂରେଇ ରହିଛି। ତଥାପି ଆମକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।

ଦିଲ୍ଲୀ ଭୋଟ ଆମ ବିପକ୍ଷରେ ଯାଇଛି ସତ। ହେଲେ ସିଏଏ ଓ ଏନଆରସି ପାଇଁ ଯେ ଜନ ସମର୍ଥନ ଆମକୁ ମିଳିନାହିଁ ବୋଲି କହିବା ଭୁଲ। ଯେଉଁମାନେ ସିଏଏ ଉପରେ ମୋ ସହ ଆଲୋଚନା କରିବାକୁ ଚାହୁଁଛନ୍ତି, ସେମାନେ ମୋ ଠାରୁ ସମୟ ନେଇପାରିବେ। ୩ ଦିନ ମଧ୍ୟରେ ଆଲୋଚନା ପାଇଁ ସମୟ ଦିଆଯିବ।

ସେମାନେ ଆସି ମୋ ସହ ଅଫିସରେ ଆଲୋଚନା କରିପାରିବେ। ବିଜେପି କେବେ ହେଲେ ନିର୍ବାଚନ ଜିତିବା କିମ୍ବା ହାରିବା ଲକ୍ଷ୍ୟ ନେଇ ଲଢ଼ି ନଥାଏ। ନିଜର ବିଚାରଧାରାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ହିଁ ଆମର ଲକ୍ଷ୍ୟ।”

ଦିଲ୍ଲୀ ନିର୍ବାଚନ ବେଳେ ଶାହ ନିଜେ ଶାହୀନ ବାଗ ଉପରେ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ, ଲୋକେ ଇଭିଏମ ଏତେ ଜୋରରେ ଚିପନ୍ତୁ ଯେ କରେଣ୍ଟ ଶାହୀନ ବାଗରେ ଲାଗିବ। ଶାହୀନ ବାଗରେ ସିଏଏ ବିରୋଧୀ ଆନ୍ଦୋଳନ ଚାଲିଥିବାରୁ ଏଭଳି ମନ୍ତବ୍ୟ ଦେଇଥିଲେ।

ସେହିପରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ସଭାରେ ଦେଶ କି ଗର୍ଦ୍ଦାରକୋ ଗୋଲି ମାର… ବୟାନ ଦେଇ ବିବାଦ ସୃଷ୍ଟି କରିଥିଲେ। ବିଜପେ ପ୍ରାର୍ଥୀ କପିଲ ମିଶ୍ରା ଦିଲ୍ଲୀ ନିର୍ବାଚନକୁ ଭାରତ-ପାକିସ୍ତାନ ମ୍ୟାଚର ଲଢ଼େଇ ସହ ତୁଳନା କରିଥିଲେ। ଦିଲ୍ଲୀର ସାଂସଦ ପରଭେଶ ବର୍ମା ଶାହୀନ ବାଗ ଆନ୍ଦୋଳନକାରୀଙ୍କୁ ପାକିସ୍ତାନୀ ଓ ଦେଶଦ୍ରୋହୀ କହି ବିବାଦ ସୃଷ୍ଟି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story