ବେଙ୍ଗାଲୁରୁ: ‘ଯଦି ମୁଁ ଗୃହମନ୍ତ୍ରୀ ହୋଇଥାନ୍ତି, ତା’ହେଲେ ବୁଦ୍ଧିଜୀବୀମାନଙ୍କୁ ଗୁଳି ମାରି ହତ୍ୟା କରିବାକୁ ଆଦେଶ ଦେଇଥାନ୍ତି।’ ଏହି ମନ୍ତବ୍ୟ ଦେଇଛନ୍ତି କର୍ଣ୍ଣାଟକର ବିଜୟପୁରାର ବିଜେପି ବିଧାୟକ ବସାନଗୌଡ଼ା ପାଟିଲ ୟତନାଲ। ‘ଉଦାରବାଦୀ’ ଓ ‘ବୁଦ୍ଧିଜୀବୀ’ଙ୍କୁ ସେ ‘ଦେଶଦ୍ରୋହୀ’ ମଧ୍ୟ କହିଛନ୍ତି।
ଗତକାଲି ‘କାରଗିଲ୍ ବିଜୟ ଦିବସ’ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଏଥିରେ ସେ କହିଥିଲେ, “ଏହି ବୁଦ୍ଧିଜୀବୀମାନେ ଦେଶର ସବୁ ସୁବିଧା ପାଉଛନ୍ତି। ସେଥିପାଇଁ ଆମେ ଟ୍ୟାକ୍ସ ଦେଉଛନ୍ତି। ତା’ସତ୍ତ୍ୱେ ସେମାନେ ଭାରତୀୟ ସେନା ବିରୋଧରେ ନାରାବାଜି କରନ୍ତି। ଏହି ବୁଦ୍ଧିଜୀବୀ ଓ ସବୁ ବେଳେ ଧର୍ମନିରପେକ୍ଷ କଥା କହୁଥିବା ଲୋକେ ଏ ଦେଶ ପାଇଁ ସବୁଠୁ ଅଧିକ ବିପଦ।”
ୟତନାଲ ଦୁଇ ଥର ବିଧାୟକ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ୨୦୧୦ରେ ସେ ବିଜେପି ଛାଡ଼ି ଜେଡିଏସ୍ରେ ମିଶିଥିଲେ। ବର୍ଷେ ପରେ ଜେଡିଏସ୍ ଛାଡ଼ି ଦେଇଥିଲେ। ୨୦୧୩ରେ ସେ ପୁଣି ବିଜେପିରେ ମିଶି ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସ୍ୱର୍ଣ୍ଣ ମନ୍ଦିରରେ ରାହୁଲ, VIP ଟ୍ରିଟ୍ମେଣ୍ଟକୁ ନେଇ ଉଠିଲା ପ୍ରଶ୍ନ
ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ ସାଇଡ୍ କରି ରାହୁଲ ଗାନ୍ଧିଙ୍କୁ ଆଗକୁ ବଢ଼ିବାକୁ ଦିଆଯାଇଥିଲା ଏବଂ ତାଙ୍କୁ ପୃଥକ ଭାବରେ ଦର୍ଶନ ଦିଆଯାଇଥିବା ନେଇ ଜଣେ ଶ୍ରଦ୍ଧାଳୁ ପ୍ରଶ୍ନ ଉଠାଇଛନ୍ତି।
National
୧୨୦ କିମି ବେଗରେ ଆସିଲା ଇନୋଭା; ଟ୍ରକ୍ରେ ପିଟିହେଲା, ଚାଲିଗଲା ୬ ଜୀବନ
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଇନୋଭା କାର୍ଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ୬ ଜଣ ଆଖି ବୁଜିଛନ୍ତି। ମୃତକଙ୍କ ମଧ୍ୟରେ ୩ ଯୁବକ ଓ ୩ ଯୁବତୀ ଅଛନ୍ତି।
National
VRS ନଚେତ ବଦଳି, ତିରୁପତି ମନ୍ଦିରରେ ଅଣ ହିନ୍ଦୁ କର୍ମଚାରୀଙ୍କୁ ନିର୍ଦ୍ଦେଶ
ନିର୍ଦ୍ଦେଶ ଅନୁଯାୟୀ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ (VRS) କିମ୍ବା ଆନ୍ଧ୍ରପ୍ରଦେଶର ଅନ୍ୟ ସରକାରୀ ବିଭାଗକୁ ସ୍ଥାନାନ୍ତରିତ ହେବା ମଧ୍ୟରେ ବାଛିବାକୁ ପଡ଼ିବ।
National
ଧାର୍ମିକ ସ୍ଥଳକୁ ନେଇ ଦେଖାଦେଲା ଉତ୍ତେଜନା, ହେଲା ପଥର ମାଡ଼
ଧାର୍ମିକ ସ୍ଥଳକୁ ନେଇ ଦେଖାଦେଲା ଉତ୍ତେଜନା । ମୁହାଁମୁହିଁ ହେଲେ ଦୁଇ ସମୁଦାୟ। ହେଲା ଆଖିବୁଜା ପଥର ମାଡ଼ ଓ ୪ ଜଣ ଗୁରୁତର ହେଲେ ।
National
ଗ୍ୟାସ ଚାମ୍ବର ପାଲଟିଲା ଦିଲ୍ଲୀ, ସ୍ଥିତି ସାଂଘାତିକ
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଗତକାଲି AQI 470 ଥିବାବେଳେ ଆଜି AQI 500ରେ ପହଞ୍ଚିଛି।