ଅନାସ୍ଥା ପ୍ରସ୍ତାବ ଚିତ୍‌ପଟାଙ୍ଗ: ମୋଦି ସରକାରଙ୍କ ସପକ୍ଷରେ ୩୨୫ ଭୋଟ୍‌

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହୋଇଥିବା ମୋଦି ସରକାର ବେଶ ସହଜରେ ଲୋକସଭାର ଆସ୍ଥା ବଜାୟ ରଖି ପାରିଛନ୍ତି। ପାଖାପାଖି ୧୧ ଘଣ୍ଟାର ମାରାଥନ୍‌ ବିତର୍କ ପରେ ଅନାସ୍ଥା ଭୋଟ୍‌ ହୋଇଥିଲା। ଭୋଟ୍‌ ବେଳେ ମୋଦି ସରକାରଙ୍କ ସପକ୍ଷରେ ୩୨୫ ଭୋଟ୍‌ ଯାଇଛି। ସେହିଭଳି ମୋଦି ସରକାରଙ୍କ ବିରୋଧରେ ମାତ୍ର ୧୨୬ ଭୋଟ୍‌ ମିଳିଛି। ଅର୍ଥାତ ମେଣ୍ଟରେ ନଥିବା କିଛି ଦଳ ମୋଦି ସରକାରଙ୍କୁ ଭୋଟ୍‌ ଦେଇଛନ୍ତି। ଯାହା କଂଗ୍ରେସକୁ ଶକ୍ତ ଝଟ୍‌କା ଦେଇଛି। […]

mu

mu

Rakesh Mallick
  • Published: Friday, 20 July 2018
  • Updated: 20 July 2018, 11:29 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହୋଇଥିବା ମୋଦି ସରକାର ବେଶ ସହଜରେ ଲୋକସଭାର ଆସ୍ଥା ବଜାୟ ରଖି ପାରିଛନ୍ତି। ପାଖାପାଖି ୧୧ ଘଣ୍ଟାର ମାରାଥନ୍‌ ବିତର୍କ ପରେ ଅନାସ୍ଥା ଭୋଟ୍‌ ହୋଇଥିଲା। ଭୋଟ୍‌ ବେଳେ ମୋଦି ସରକାରଙ୍କ ସପକ୍ଷରେ ୩୨୫ ଭୋଟ୍‌ ଯାଇଛି। ସେହିଭଳି ମୋଦି ସରକାରଙ୍କ ବିରୋଧରେ ମାତ୍ର ୧୨୬ ଭୋଟ୍‌ ମିଳିଛି। ଅର୍ଥାତ ମେଣ୍ଟରେ ନଥିବା କିଛି ଦଳ ମୋଦି ସରକାରଙ୍କୁ ଭୋଟ୍‌ ଦେଇଛନ୍ତି। ଯାହା କଂଗ୍ରେସକୁ ଶକ୍ତ ଝଟ୍‌କା ଦେଇଛି। ଅନାସ୍ଥା ପ୍ରସ୍ତାବ ଜିତିବା ପାଇଁ ୨୪୮ଟି ଭୋଟ୍‌ ଦରକାର ପଡ଼ୁଥିବା ବେଳେ ଏହାଠାରୁ ଢେର ଅଧିକ ସାଂସଦଙ୍କ ସମର୍ଥନ ପାଇଛନ୍ତି ମୋଦି ସରକାର। ଅର୍ଥାତ ମୋଦି ସରକାର ବିରୋଧୀ ଆସ୍ଥା ଶୋଚନୀୟ ଭାବେ କାଟ୍‌ ଖାଇଛି। ବିଜେଡି  ଓ ଶିବସେନା ଏବଂ ପପୁ ଯାଦବ ଗୃହରେ ଉପସ୍ଥିତ ନଥିବାରୁ ସରକାର ଆସ୍ଥା ପ୍ରକାଶ ପାଇଁ ମ୍ୟାଜିକ ନମ୍ବର ୨୪୮ରହିଥିଲା। ଅଟୋମେଟିକ୍‌ ରେକର୍ଡିଂ ଜରିଆରେ ଭୋଟିଂ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲୁଥିବା ବେଳେ ବିରୋଧୀଙ୍କ ମଧ୍ୟରେ ଥିବା ଫାଟ ଜଳଜଳ ହୋଇ ଦେଖିବାକୁ ମିଳିଛି। କଂଗ୍ରେସ ସହ ଅଣ ବିଜେପି ଦଳଗୁଡ଼ିକ ରହିଛନ୍ତି ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା, ତାହା କେବଳ ଏକ ଗୁଜବ ବୋଲି ଆଜି ପ୍ରମାଣିତ ହୋଇଛି।  ତେବେ କଂଗ୍ରେସ ବିଜେପିକୁ ଲୋକସଭାରେ ଏକଘରକିଆ କରିବାର ଯେଉଁ ଲକ୍ଷ୍ୟ ରଖିଥିଲା, ତାହା ମଧ୍ୟ ଫସର ଫାଟିଯାଇଛି। କାରଣ ବିଜେପି ଅପେକ୍ଷା କଂଗ୍ରେସକୁ ଅନେକ ଆଞ୍ଚଳିକ ଦଳ ସମାଲୋଚନା କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଲୋଚନା ବେଳେ ରାଫେଲ୍‌ ଡିଲ୍‌ ପ୍ରସଙ୍ଗ ଉଠାଇଥିଲେ। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ରାହୁଲ ଗାନ୍ଧି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମିଛ କହିଛନ୍ତି ବୋଲି ସିଧାଳସଳଖ କହିଥିବାରୁ ବିଜେପି ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିବ ବୋଲି କହିଛି। ରାହୁଲ ଗାନ୍ଧି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରି ’ଜୁମ୍‌ଲା’ ଶାସନ ଚାଲିଛି ବୋଲି କହିଥିଲେ। ତେବେ ରାହୁଲ ତାଙ୍କ ଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଣ୍ଢାଇବା ଓ ଆସନରେ ବସି ଆଖି ମିଟିକା ମାରିବା ଘଟଣାକୁ ବାଚସ୍ପତି ସୁମିତ୍ର ମହାଜନ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଆମକୁ ସଦନର ଗରିମା ରକ୍ଷା କରିବାକୁ ପଡ଼ିବ। ଗରିମା ରକ୍ଷା କରିବାକୁ ବାହାର ଲୋକ ଏଠାକୁ ଆସିବେ ନାହିଁ। ରାହୁଲ ଗାନ୍ଧି ଯେଉଁଭଳି ଭାବେ ଆଚରଣ ପ୍ରଦର୍ଶନ କଲେ ତାହା ଠିକ୍‌ ନୁହେଁ। ମୁଁ ମଧ୍ୟ ଏହାକୁ ପସନ୍ଦ କରୁନାହିଁ। ଏଭଳି ଗୃହ ମଧ୍ୟରେ କୁଣ୍ଢାଇବା ଓ ଆଖିମାରିବା ଆଦୌ ଗ୍ରହଣୀୟ ନୁହେଁ। ଏହା ସଂସଦ। ଡ୍ରାମା ମଞ୍ଚ ନୁହେଁ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଓ ତାଙ୍କ ପଦକୁ ମର୍ଯ୍ୟାଦା ଦେବା ଦରକାର। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତାଙ୍କ ଭାଷଣ ବେଳେ ରାହୁଲଙ୍କ ଏଭଳି ପିଲାଳିଆମୀକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, ଅଧିବେଶନ ପରେ ମୁଁ ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ କୁଣ୍ଢାଇବି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଅନାସ୍ଥା ପ୍ରସ୍ତାବ ଗଣତନ୍ତ୍ରର ଏକ ଅଂଶବିଶେଷ ବୋଲି କହିଥିଲେ। କିନ୍ତୁ ଆଜିର ଅନାସ୍ଥା ପ୍ରସ୍ତାବ ଆଣି କିଛି ଲୋକ ବିକାଶକୁ ବିରୋଧ କରୁଛନ୍ତି। ଏକଥା ଦେଶବାସୀ ଜାଣିବା ଦରକାର। ରାହୁଲ ଗାନ୍ଧି ୧୫ ମିନିଟ୍‌ ପାଇଁ ବିତର୍କ ପାଇଁ ଡାକିଥିବାରୁ ଏହାକୁ ମୋଦି ତାଚ୍ଛଲ୍ୟ କରିଥିଲେ। ଗଣତନ୍ତ୍ରରେ ଲୋକଙ୍କ ନିଷ୍ପତ୍ତିକୁ ସମ୍ନାନ ଦେବା ଦରକାର। ଏଭଳି ଅନାସ୍ଥା ପ୍ରସ୍ତାବ କଂଗ୍ରେସର ତଥାକଥିତ ସହଯୋଗୀଙ୍କର ଏକ ଫ୍ଲୋର୍‌ ଟେଷ୍ଟ୍। ଏହି ବିରୋଧୀ ମେଣ୍ଟ ମୋଦି ହଟାଅ ଅଭିଯାନ ଆରମ୍ଭ କରିଛି। ସରକାର ସବ୍‌କା ସାଥ୍‌ ସବ୍‌କା ବିକାଶ ନୀତିରେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ। ଏହାପରେ ମୋଦି ତାଙ୍କ ସରକାରଙ୍କ ସଫଳତା କଥା ବଖାଣି ଥିଲେ। ଜନଧନ ଆକାଉଣ୍ଟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ବୀମା, ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଜିଏସ୍‌ଟି ଆଦି ଯୋଜନାର ସଫଳତା ସମ୍ପର୍କରେ କହି ବିରୋଧୀଙ୍କ ଉପରେ ବର୍ଷିଥିଲେ। " କଳାଧନ ବିରୋଧରେ ସରକାର ଲଢ଼େଇ କରୁଥିବାରୁ ବିରୋଧୀ ଏହାକୁ ସହି ପାରୁନାହାନ୍ତି। ଏହାର ପଛର କାରଣ ଦେଶବାସୀ ଭଲ ଭାବେ ଜାଣିଛନ୍ତି। ଆମ ସରକାର ଉପରେ ଦୁନିଆର ବିଶ୍ୱାସ ରହିଛି। କିନ୍ତୁ ବିରୋଧୀ ଆମ ଉପରେ ବିଶ୍ୱାସ କରୁନାହାନ୍ତି। କଂଗ୍ରେସ ନିଜ ଉପରେ ବିଶ୍ୱାସ କରୁ ନଥିବାରୁ ଏବେ ପ୍ରଧାନ ବିଚାରପତିଙ୍କଠାରୁ ଆରମ୍ଭ କରି ସରକାରଙ୍କ ଉପରେ ଅବିଶ୍ୱାସ ପ୍ରକଟ କରୁଛି।" ରାଫେଲ୍‌ ଓ ଡୋକଲାମ୍‌ ପ୍ରସଙ୍ଗକୁ ନେଇ ମଧ୍ୟ ମୋଦି କଂଗ୍ରେସକୁ ସମାଲୋଚନା କରିଥିଲେ। "ବିରୋଧୀ ଗାଳି ଦେବାର ଅଛି ଯଦି ମୋଦିଙ୍କୁ ଦିଅନ୍ତୁ। ହେଲେ ସନାର ସର୍ଜିକାଲ ଷ୍ଟ୍ରାଇକ୍‌କୁ ଜୁମଲା ବୋଲି କହି ବୀର ଯବାନମାନଙ୍କୁ ଅପମାନିତ କରିବାର ଅଧିକାର କାହାର ନାହିଁ" ବୋଲି ମୋଦି କହିଛନ୍ତି। ମୋଦି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ମଧ୍ୟ ତାଙ୍କ ବକ୍ତବ୍ୟରେ ସମାଲୋଚନା କରିଥିଲେ। ଦୀର୍ଘ ୯୦ ମିନିଟ୍ ଧରି ସେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କୁ ଘାଇଲା କରିଥିଲେ। ଶେଷରେ ସେ ବିରୋଧୀଙ୍କୁ ୨୦୨୪ରେ ପୁଣି ଅନାସ୍ଥା ପ୍ରସ୍ତାବ ଆଣିବାକୁ ଆହ୍ୱାନ ଦେଇଥିଲେ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିବା ପାଇଁ ବାଚସ୍ପତି ସୁମିତ୍ରା ମହାଜନ କହିଥିଲେ। ପାଖାପାଖି ୧୧.୦୮ରେ ବିଜେଡି ନେତା ଭର୍ତ୍ତୃହରି ମହାତବ ନିଜ ଆସନରେ ଛିଡ଼ା ହୋଇ ଦଳ ଏଥିରେ ଭାଗ ନେବନାହିଁ ବୋଲି କହିଥିଲେ। ଏହାପରେ ଦଳର ୧୯ ଜଣ ସାଂସଦ କକ୍ଷତ୍ୟାଗ କରିଥିଲେ। ଫଳରେ ୫୩୨ ସଂଖ୍ୟା ବିଶିଷ୍ଟ ଲୋକସଭାର ସଦସ୍ୟ ସଂଖ୍ୟା ୫୧୩କୁ ଖସି ଆସିଥିଲା। ୧୧.୧୩ରେ ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି) ପକ୍ଷରୁ ଜୟଦେବ ଗାଲ୍ଲା ଦଳର ପକ୍ଷ ରଖିଥିଲେ। ସେ କେନ୍ଦ୍ର ସରକାର କିଭଳି ଭାବେ ପ୍ରତିଶ୍ରୁତି ଦେଇ ଆନ୍ଧ୍ର ସହ ଧୋକା କରିଛନ୍ତି ସେକଥା ଦର୍ଶାଇଥିଲେ। ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାଠାରୁ ଆରମ୍ଭ କରି କେନ୍ଦ୍ରୀୟ ଅନୁଦାନ କଥା ଉଠାଇ ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ତାଙ୍କୁ ୧୩ ମିନିଟ୍ ସମୟ ମିଳିଥିଲେ ହେଁ ଶ୍ରୀ ଗାଲ୍ଲା ପାଖାପାଖି ୧ ଘଣ୍ଟା ଧରି ନିଜର ପକ୍ଷ ରଖିଥିଲେ। ଏହି ସମୟରେ ସେ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଗାଲ୍ଲା ଭାରତର ଶ୍ରେଷ୍ଠ ସିଇଓଙ୍କ ମଧ୍ୟରେ ଅନ୍ୟତମ। ସେ ଏବେ ଅମର ରାଜ ଗ୍ରୁପ୍‌ର ଏମ୍‌ଡି ଅଛନ୍ତି। ସେ ୨୦୧୪ରେ ପ୍ରଥମଥର ନିର୍ବାଚନ ଲଢ଼ିଥିଲେ। ତାଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୬୮୦ କୋଟି।

ଟିଡିପିର ସମସ୍ତ ଅଭିଯୋଗର ଜବାବ ପ୍ରଥମେ ବିଜେପି ପକ୍ଷରୁ ରାକେଶ ସିଂହ ରଖିଥିଲେ। ତେବେ ଏହି ସମୟରେ ସେ କେନ୍ଦ୍ର ସରକାର କେଉଁ ରାଜ୍ୟ ପାଇଁ କ’ଣ ଯୋଜନା କରିଛନ୍ତି, ତା’ର ହିସାବ ଦେଇଥିଲେ। ବିଶେଷ କରି ଆଗକୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାରୁ ଏସବୁ ରାଜ୍ୟଗୁଡ଼ିକର ପ୍ରସଙ୍ଗକୁ ବେଶି ଗୁରୁତ୍ୱ ଦେଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ବିଜେପି ପକ୍ଷରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ରାମ ବିଲାସ ପାଶୱାନ, ହରଶମିତ କୌର, ଅନୁପ୍ରିୟା ପଟେଲ ଓ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଜବାବ ଦେଇଥିଲେ। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖାଡ଼ଗେ ପକ୍ଷ ରଖିଥିଲେ। ରାଜନାଥ ସିଂହ ମବ୍‌ ଲିନଚିଂ ପ୍ରସଙ୍ଗକୁ କେନ୍ଦ୍ର କରି ୧୯୮୪ରେ ଶିଖ୍‌ ଦଙ୍ଗା ବେଳେ ଲୋକଙ୍କୁ ପିଟିପିଟି ହତ୍ୟା କରାଯାଉଥିଲା। ଏହା କଂଗ୍ରେସ କରୁଥିଲା ବୋଲି ସେ କହିଥିଲେ। ରାହୁଲ ଗାନ୍ଧି ବିମୁଦ୍ରାକରଣ, କଳାଧନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଓ ବେକାର ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ତୃଣମୂଳ କଂଗ୍ରେସ ପକ୍ଷରୁ ଦିନେଶ ତ୍ରିବେଦୀ ହିନ୍ଦୁ-ମୁସଲିମ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ସମାଲୋଚନା କରିଥିଲେ। ସେହିପରି ଅନ୍ୟତମ ଦଳୀୟ ନେତା ସୁଗତ ରୟ ନୀରବ ମୋଦି ଓ ମୋଦିଙ୍କ ଅର୍ଥନୀତିକ ପଲିସ୍‌କୁ ନେଇ ପ୍ରଶ୍ନ ଉଠାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story