ଜୋରଦାର ବିରୋଧ ପରେ ଆଜି କବରରୁ ବାହାରିବ ୨ ମୃତଦେହ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗର ଅନ୍ତର୍ଗତ ହୈଦରପୋରା ଏନକାଉଣ୍ଟରରେ ୨ ସାଧାରଣ ଲୋକଙ୍କ ମୃତ୍ୟକୁ ନେଇ ଚାରିଆଡ଼େ ବିକ୍ଷୋଭର ନିଆଁ ଜଳିବା ପରେ ନରମିଛନ୍ତି ରାଜ୍ୟ ସରକାର।  ମୃତ୍ୟୁର  ଦୀର୍ଘ ୫ ଦିନ ପରେ କବରରୁ ବାହାର କରି ଉଭୟଙ୍କ ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ଆଜି  ହସ୍ତାନ୍ତର କରାଯିବ । ଏହାବାଦ ଆଜି ରାତି ସୁଦ୍ଧା ଉଭୟଙ୍କ ଶେଷକୃତ ପରମ୍ପରା ଅନୁଯାୟୀ ସମ୍ପନ୍ନ କରାଯିବ ବୋଲି ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି।  ଏହି ଘଟଣାର ମାଜିଷ୍ଟ୍ରେଟ ତଦନ୍ତ ପାଇଁ […]

encounter

encounter

Niharika Rout
  • Published: Friday, 19 November 2021
  • Updated: 19 November 2021, 11:26 AM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗର ଅନ୍ତର୍ଗତ ହୈଦରପୋରା ଏନକାଉଣ୍ଟରରେ ୨ ସାଧାରଣ ଲୋକଙ୍କ ମୃତ୍ୟକୁ ନେଇ ଚାରିଆଡ଼େ ବିକ୍ଷୋଭର ନିଆଁ ଜଳିବା ପରେ ନରମିଛନ୍ତି ରାଜ୍ୟ ସରକାର।  ମୃତ୍ୟୁର  ଦୀର୍ଘ ୫ ଦିନ ପରେ କବରରୁ ବାହାର କରି ଉଭୟଙ୍କ ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ଆଜି  ହସ୍ତାନ୍ତର କରାଯିବ । ଏହାବାଦ ଆଜି ରାତି ସୁଦ୍ଧା ଉଭୟଙ୍କ ଶେଷକୃତ ପରମ୍ପରା ଅନୁଯାୟୀ ସମ୍ପନ୍ନ କରାଯିବ ବୋଲି ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି।  ଏହି ଘଟଣାର ମାଜିଷ୍ଟ୍ରେଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ସୋମବାର ହୈଦରପୋରାରେ ଗୁଳିକାଣ୍ଡ ହୋଇଥିଲା। ଗୁଳିମାଡ଼ରେ ଜଣେ ପାକିସ୍ତାନ ଆତଙ୍କୀ ଓ ତା’ର ସହଯୋଗୀ ମହମ୍ମଦ ଆମୀର ବ୍ୟତୀତ ଦୁଇ ସାଧାରଣ ନାଗରିକ ଅଲତାଫ ଭଟ୍ଟ ଓ ମୁଦ୍ଦାସିର ଗୁଳିରେ ପ୍ରାଣ ହରାଇଥିଲେ। ସେମାନେ ବେଆଇନ କଲ ସେଣ୍ଟର ଚଳାଇବା ସହ ଆତଙ୍କୀଙ୍କୁ ରହିବା ପାଇଁ ସୁବିଧା ଯୋଗାଇ ଦେଉଥିବା ପୁଲିସ୍ ଦାବି କରିଥିଲା । ତେବେ ପରିବାର ଲୋକ ଏହାକୁ ଗ୍ରହଣ କରି ନ ଥିଲେ । ଆତଙ୍କବାଦୀଙ୍କ ସହ ଅଲତାଫ ଓ ମୁଦ୍ଦାସିରଙ୍କ କୌଣସି ସମ୍ପର୍କ ନ ଥିବା ସେମାନେ କହିବା ସହ ନିଜ କଥାରେ ଅଟଳ ରହିଥିଲେ।

ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସମସ୍ତ ୪ ଜଣଙ୍କ ମୃତଦେହକୁ କଶ୍ମୀରର କୁପୱାଡାରେ ଥିବା ହାଣ୍ଡୱାରାରେ ପୋତି ଦିଆଯାଇଥିଲା। ପରିବାର ଲୋକ ଅଲତାଫ ଓ ମୁଦ୍ଦାସିରଙ୍କ ଅନ୍ତିମ ସଂସ୍କାର କରିବାକୁ ଚାହୁଁଥିବା ବେଳେ ପ୍ରଶାସନ ଏଥିପାଇଁ ଅନୁମତି ନ ଦେବାରୁ ଆରମ୍ଭ ହୋଇଥିଲା ବିବାଦ । ଥ ଶେଷରେ ପ୍ରଶାସନ ପକ୍ଷରୁ ଆଜି ଉଭୟଙ୍କ ମୃତଦେହ କବରରୁ ବାହାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି।

ଏପରିକି ମୃତଦେହ ପାଇଁ ଉଭୟଙ୍କ ପରିବାର ଲୋକ ବୁଧବାର ପ୍ରେସ ଏନକ୍ଲେଭ ନିକଟରେ ବିକ୍ଷୋଭ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ବଳପୂର୍ବକ ହଟାଇ ଦେବା ସହ ଅଟକ ରଖିଥିଲା। ମୃତ ଅଲତାଫ ଭଟ୍ଟ ଓ ମୁଦ୍ଦାସିର ଗୁଲଙ୍କ ପରିବାର ବର୍ଗ ବିଭିନ୍ନ ସାମାଜିକ କର୍ମୀ ଓ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ସେମାନେ ଶବ ଫେରାଇବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ। ପ୍ରଥମେ ସମସ୍ତ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ଅଟକ ରଖିଥିଲା। ଏହାପରେ ସେମାନଙ୍କୁ ଘରକୁ ପଠାଇ ଦେଇଥିଲା। ଜମ୍ମୁ-କଶ୍ମୀରରେ ପାରଦ ଶୂନ ତଳକୁ ଖସୁଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ପୁଲିସ୍‌ ସଫେଇ ଦେଇଥିଲା।

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତୀବ୍ର ଭାଷାରେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି,   ଲୋକମାନଙ୍କୁ ସେମାନଙ୍କର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ସୁଯୋଗ ଦିଆଯାଉନି। ନ୍ୟାୟ ବ୍ୟବସ୍ଥା ଏଠାରେ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି।

ଉକ୍ତ ୨ ଜଣ ଆତଙ୍କବାଦୀଙ୍କ ଦ୍ୱାରା ପ୍ରାଣ ହରାଇଥିବା ପ୍ରଥମେ ପୁଲିସ୍‌ କହିଥିବା ବେଳେ ପରେ ଜୋରଦାର ବିରୋଧ ପରେ ନିଜ କଥା ବଦଳାଇଥିଲା ।  ଉଭୟ ପଟୁ ଗୁଳି ଚାଳନାରେ ସେମାନଙ୍କ ଜୀବନ ଯାଇଥିବା ପୁଲିସ୍‌ ସଫେଇ ଦେଇଥିଲା।  ଅଲତାଫ ଭଟ୍ଟ ଯିଏ କି ଉକ୍ତ ସପିଂ କମ୍ପ୍ଲେକ୍ସର ମାଲିକ ଥିଲେ, ସେ ଆତଙ୍କବାଦୀଙ୍କୁ ସମର୍ଥନ ଯୋଗାଇ ଦେଉଥିବା ପ୍ରଥମେ ପୁଲିସ୍‌ କହିଥିଲା। କିନ୍ତୁ ପରେ ନିଜ କଥାରୁ ଓହରି ଯାଇଥିଲା।

ଆଜି ସକାଳେ ଉଭୟଙ୍କ ପରିବାର ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଘଟଣାର ମାଜିଷ୍ଟ୍ରେଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କଶ୍ମୀରର ଡେପୁଟି କମିଶନର ଜଣେ ଆଡିସନାଲ ଡିଷ୍ଟ୍ରିଟ୍‌ ମାଜିଷ୍ଟ୍ରେଟଙ୍କୁ ଏହାର ତଦନ୍ତ ଭାର ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story