ଅଭିନେତ୍ରୀଙ୍କୁ ଅସଦାଚରଣ; ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କଲେ ଭିଡିଓ
ମୁମ୍ବାଇ: ବଲିଉଡ୍ର ୟଙ୍ଗ ଆକ୍ଟ୍ରିସ୍ ଜାୟରା ୱସୀମ ଅସଦାଚରଣର ଶିକାର ହୋଇଛନ୍ତି। ତାହା ପୁଣି ବିମାନରେ। ବିମାନରେ ତାଙ୍କ ପଛରେ ବସିଥିବା ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଅପ୍ଲୋଡ୍ କରିଛନ୍ତି ଓ ଏଥିରେ କାନ୍ଦି କାନ୍ଦି ପୂରା ଘଟଣାକ୍ରମକୁ ବର୍ଣ୍ଣନା କରିଛନ୍ତି।
ଜାୟରା ଅଭିଯୋଗ କରିଛନ୍ତି ଯେ ଭିସ୍ତାରା ଏୟାରଲାଇନ୍ସରେ ତାଙ୍କ ସହିତ ଏହି ଅସଦାଚରଣ ହୋଇଛି। ସେ ଏନେଇ ଅଭିଯୋଗ କରିବା ସତ୍ତ୍ୱେ ବିମାନରେ ଉପସ୍ଥିତ କ୍ରୁ ମେମ୍ବରମାନେ ତାଙ୍କୁ ସହାୟତା କରି ନଥିଲେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଜାୟରା ଦିଲ୍ଲୀରୁ ମୁମ୍ବାଇ ଯାଉଥିଲେ। ଜାୟରା ଉକ୍ତ ବ୍ୟକ୍ତିଙ୍କ ଫଟୋ ଉଠାଇବା ଉଦ୍ୟମ କରିଥିଲେ। ତେବେ ବିମାନରେ ଲାଇଟ୍ କମ୍ ଥିବା ଯୋଗୁଁ ସେ ତାଙ୍କ ଫଟୋ ଉଠାଇ ପାରି ନଥିଲେ। ତେବେ ସେ ଉକ୍ତ ବ୍ୟକ୍ତିଙ୍କ ପାଦର ଫଟୋ ଉଠାଇ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଉକ୍ତ ବ୍ୟକ୍ତି ଜଣଙ୍କ ପାଦରେ ତାଙ୍କ ପିଠି ଓ ବେକକୁ ସ୍ପର୍ଶ କରିଥିଲେ ଓ ଘଷି ଥିଲେ।
ତେବେ ବିମାନରୁ ଓହ୍ଲାଇବା ପରେ ସେ ଏ ନେଇ କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି। ଅନ୍ୟପକ୍ଷରେ ଭିସ୍ତାରା ଏୟାରଲାଇନ୍ସ ପକ୍ଷରୁ ଏନେଇ ଖୋଳତାଡ଼ କରାଯାଉଛି ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।