ବ୍ରିଟେନ ଫେରନ୍ତା ୫ କରୋନା ଆକ୍ରାନ୍ତ ଏୟାରପୋର୍ଟରୁ ଗାଏବ

ନୂଆଦିଲ୍ଲୀ: ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ବର୍ତ୍ତମାନ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ଏହାର ପଦଧ୍ୱନୀ ଦେଖିବାକୁ ମିଳିଛି। ନୂଆ ଷ୍ଟ୍ରେନର ଭୟାବହତାକୁ ଦୃଷ୍ଟିରେ ରଖି ଭାରତ ସରକାର ବ୍ରିଟେନ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି। ହେଲେ ଦିଲ୍ଲୀ ଏୟାରପୋର୍ଟରେ ବ୍ରିଟେନ ଫେରନ୍ତା କଟକଣାକୁ ଉଲ୍ଲଙ୍ଘନ କରିଛନ୍ତି। ବ୍ରିଟେନରୁ ଫେରିଥିବା ୫ ଜଣ ଯାତ୍ରୀ ସମସ୍ତଙ୍କୁ ଚକମା ଦେଇ ଏୟାରପୋର୍ଟରୁ ଗାଏବ ହୋଇଯାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମାନଙ୍କ […]

dwa

dwa

Hemant Lenka
  • Published: Thursday, 24 December 2020
  • Updated: 24 December 2020, 03:40 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ବର୍ତ୍ତମାନ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ଏହାର ପଦଧ୍ୱନୀ ଦେଖିବାକୁ ମିଳିଛି। ନୂଆ ଷ୍ଟ୍ରେନର ଭୟାବହତାକୁ ଦୃଷ୍ଟିରେ ରଖି ଭାରତ ସରକାର ବ୍ରିଟେନ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି।

ହେଲେ ଦିଲ୍ଲୀ ଏୟାରପୋର୍ଟରେ ବ୍ରିଟେନ ଫେରନ୍ତା କଟକଣାକୁ ଉଲ୍ଲଙ୍ଘନ କରିଛନ୍ତି। ବ୍ରିଟେନରୁ ଫେରିଥିବା ୫ ଜଣ ଯାତ୍ରୀ ସମସ୍ତଙ୍କୁ ଚକମା ଦେଇ ଏୟାରପୋର୍ଟରୁ ଗାଏବ ହୋଇଯାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସତ୍ତ୍ୱେ ସେମାନେ ଏୟାରପୋର୍ଟରୁ ଖସିଯିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

କାରଣ ବ୍ରିଟେନରେ ଦେଖା ଯାଇଥିବା ନୂଆ ଷ୍ଟ୍ରେନ ଅଧିକ ବେଗରେ ଜଣଙ୍କ ଠାରୁ ଆଉ ଜଣଙ୍କ ପାଖରେ ପହଞ୍ଚୁଛି। ଏପରି ସ୍ଥିତିରେ ଯଦି ଏହି ୫ ଜଣଙ୍କ ଶରୀରରେ ନୂଆ ଷ୍ଟ୍ରେନ ଥିବ, ତା’ହେଲେ ଭାରତରେ ପୁଣିଥରେ କରୋନା ନୂଆ ରୂପରେ କାୟା ବିସ୍ତାର କରିନେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଗାଏବ ହୋଇଯାଇଥିବା ୫ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ପ୍ରଶାସନ ୩ ଜଣଙ୍କୁ ଦିଲ୍ଲୀରୁ ଠାବ କରିବାରେ ସକ୍ଷମ ହୋଇଛି। ସେମାନଙ୍କୁ ମଙ୍ଗଳବାର ରାତିରେ ଲୋକନାୟକ ହସ୍ପିଟାଲରେ ଆଡମିଟ କରାଯାଇଛି। ତେବେ ଆଉ ଦୁଇ ଜଣ ବ୍ରିଟେନ ଫେରନ୍ତା ସଂକ୍ରମିତ ଲୁଧିଆନା ଓ ଆନ୍ଧ୍ର ପ୍ରଦେଶ ଚାଲି ଯିବାକୁ ସକ୍ଷମ ହୋଇଥିଲେ।

ସୂତ୍ର ଅନୁସାରେ, ଅମୃତସରର ପଣ୍ଡୋରୀ ଗାଁର ଜଣେ ୪୬ ବର୍ଷୀୟ ବ୍ୟକ୍ତି ବ୍ରିଟେନରୁ ଫେରିଥିଲେ। ଏୟାରପୋର୍ଟରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲେ ମଧ୍ୟ ସେ ବେଶ ଆରାମରେ ଦିଲ୍ଲୀରୁ ଲୁଧିଆନ ଚାଲି ଯାଇଥିଲେ। ଏହାପରେ ସେ ନିଜେ ଲୁଧିଆନାର ଗୋଟିଏ ଘରୋଇ ହସ୍ପିଟାଲରେ ନିଜକୁ ଭର୍ତ୍ତି କରିଥିଲେ।

ତେବେ ତାଙ୍କୁ ବୁଧବାର ଅପରାହ୍ନ ୫.୩୦ରେ ପଞ୍ଜାବର ସ୍ୱାସ୍ଥ୍ୟ ଅଧିକାରୀମାନେ ପୁଣିଥରେ ଦିଲ୍ଲୀ ପଠାଇ ଦେଇଛନ୍ତି। ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ କରି ଦିଆଯାଇଛି। କିନ୍ତୁ ଆନ୍ଧ୍ର ପ୍ରଦେଶ ଚାଲି ଯାଇଥିବା ସଂକ୍ରମିତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story