ପାଟନା: ବିହାରର ପବିତ୍ର ବୌଦ୍ଧ ପୀଠ ବୋଧଗୟା ସହରରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜଣେ ବରିଷ୍ଠ ବୌଦ୍ଧ ସନ୍ନ୍ୟାସୀଙ୍କୁ ପୁଲିସ୍ ଗିରଫ କରିଛି। ସେ ଏକ ପ୍ରାଣାୟାମ କେନ୍ଦ୍ରରେ ବାଳକମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି।
ଭାନ୍ତେ ସଙ୍ଘପ୍ରିୟ ସୁଜୟେ ବୋଧଗୟାସ୍ଥିତ ଏକ ପ୍ରାଣାୟାମ କେନ୍ଦ୍ରରେ ପିଲାମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା
ଦେଉଥିଲେ।କିନ୍ତୁ ପ୍ରକୃତରେ ସେ ପ୍ରାଣାୟାମ ବଦଳରେ ଏଠାରେ କିଶୋରମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଜଣେ ଅଭିଯୋଗକାରୀ ବାଳକର କହିବା ଅନୁଯାୟୀ, ସୁଜୟେ ତାଙ୍କୁ ଏବଂ ତାଙ୍କର ୧୪ ଜଣ ସହଯୋଗୀଙ୍କୁ ପ୍ରାଣାୟାମ ଶିକ୍ଷା ଦେବା ନାଁରେ ଅନେକ ସମୟରେ ତାଙ୍କ ସହିତ ଅପ୍ରାକୃତିକ ଯୌନକ୍ରିୟା କରିବାକୁ ବାଧ୍ୟ କରୁଥିଲେ। ଏପରି କି ପିଲାମାନଙ୍କୁ ସେ ମାଡ଼ ମାରିବା ସହ ଲଙ୍ଗଳା ହୋଇ ନୃତ୍ୟ କରିବାକୁ ବାଧ୍ୟ କରୁଥିଲେ ବୋଲି ସେ କହିଛନ୍ତି।
ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, “ସୁଜେୟ ବିଶେଷ କରି ୬ରୁ୧୨ ବର୍ଷର ପିଲାଙ୍କୁ ଟାର୍ଗେଟ କରୁଥିଲେ। ଉତ୍ତର ଭାରତର ଗରିବ ଶ୍ରେଣୀର ପିଲାଙ୍କୁ ଏହି କେନ୍ଦ୍ରରେ ରଖାଯାଉଥିଲା। କିନ୍ତୁ ସୁଜେୟ ଏଠାରେ ପିଲମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଜଣାପଡ଼ିଛି। ପିଲାମାନେ ଏନେଇ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ସୁଜୟେ ତାଙ୍କ କାର୍ଯ୍ୟର ପ୍ରତିବାଦ କରୁଥିବା ପିଲାମାନଙ୍କୁ ଖାଦ୍ୟ ନ ଦେଇ ଗୋଟିଏ ରୁମ୍ରେ ବନ୍ଦ କରି ରଖୁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏବେ ପୁଲିସ୍ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।