କଶ୍ମିରୀ ନେତାଙ୍କ ମୁକ୍ତି ଦାବି କଲା ଆମେରିକା, ସ୍ଥିତି ବଦଳୁଥିବା ନେଇ ରଖିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିଦେଶୀ ରାଷ୍ଟ୍ରଦୂତ ଗୋଷ୍ଠୀଙ୍କ ଜମ୍ମୁ-କଶ୍ମୀର ଗସ୍ତ ଲାଭଜନକ ହୋଇଛି ବୋଲି ଜଣେ ଆମେରିକୀୟ ରାଷ୍ଟ୍ରଦୂତ କହିଛନ୍ତି। ସେ ଦାବି କରିଛନ୍ତି ଜମ୍ମୁ-କଶ୍ମୀରର ରାଜନେତାଙ୍କୁ ବିନା ମାମଲାରେ ମୁକ୍ତି ଦିଆଯାଉ। ଗତ ଅଗଷ୍ଟ ୫ ତାରିଖରେ ୩୭୦ ଧାରା ଉଚ୍ଛେଦ ପୂର୍ବରୁ ଏମାନଙ୍କୁ ବନ୍ଦୀ ରଖିଯାଇଛି। ଦକ୍ଷିଣ ଓ ମଧ୍ୟ ଏସିଆର ପ୍ରିନ୍ସିପାଲ ଡେପୁଟୀ ଆସିଷ୍ଟାଣ୍ଟ ସେକ୍ରେଟାରୀ ଆଲିସ୍‌ ୱେଲ୍ସ କହିଛନ୍ତି, “ମୁଁ ବର୍ତ୍ତମାନ ନିଆଯାଇଥିବା ପଦକ୍ଷେପ ସବୁ ବାବଦରେ ଜାଣି ଆନନ୍ଦିତ। କଶ୍ମୀରରେ ଆଂଶିକ ଭାବେ […]

Kahmir

Kahmir

Subrat Kumar Nayak
  • Published: Saturday, 25 January 2020
  • Updated: 25 January 2020, 07:00 PM IST

Sports

Latest News

ନୂଆଦିଲ୍ଲୀ: ବିଦେଶୀ ରାଷ୍ଟ୍ରଦୂତ ଗୋଷ୍ଠୀଙ୍କ ଜମ୍ମୁ-କଶ୍ମୀର ଗସ୍ତ ଲାଭଜନକ ହୋଇଛି ବୋଲି ଜଣେ ଆମେରିକୀୟ ରାଷ୍ଟ୍ରଦୂତ କହିଛନ୍ତି। ସେ ଦାବି କରିଛନ୍ତି ଜମ୍ମୁ-କଶ୍ମୀରର ରାଜନେତାଙ୍କୁ ବିନା ମାମଲାରେ ମୁକ୍ତି ଦିଆଯାଉ। ଗତ ଅଗଷ୍ଟ ୫ ତାରିଖରେ ୩୭୦ ଧାରା ଉଚ୍ଛେଦ ପୂର୍ବରୁ ଏମାନଙ୍କୁ ବନ୍ଦୀ ରଖିଯାଇଛି।

ଦକ୍ଷିଣ ଓ ମଧ୍ୟ ଏସିଆର ପ୍ରିନ୍ସିପାଲ ଡେପୁଟୀ ଆସିଷ୍ଟାଣ୍ଟ ସେକ୍ରେଟାରୀ ଆଲିସ୍‌ ୱେଲ୍ସ କହିଛନ୍ତି, “ମୁଁ ବର୍ତ୍ତମାନ ନିଆଯାଇଥିବା ପଦକ୍ଷେପ ସବୁ ବାବଦରେ ଜାଣି ଆନନ୍ଦିତ। କଶ୍ମୀରରେ ଆଂଶିକ ଭାବେ ଇଣ୍ଟରନେଟ୍‌ ଆସିଯାଇଥିବା ସ୍ୱାଗତଯୋଗ୍ୟ। ରାଷ୍ଟ୍ରଦୂତ ଏବଂ ଅନ୍ୟ ବିଦେଶୀ କୂଟନୀତିଜ୍ଞଙ୍କ ଜମ୍ମୁ-କଶ୍ମୀର ଗସ୍ତ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଥିଲା। ଆମେ ଭାବୁଛୁ ଏହା ଲାଭଜନକ ସାବ୍ୟସ୍ତ ହୋଇଛି।”

ଏସୀୟ ଦେଶଗୁଡ଼ିକ ଗସ୍ତରେ ଥିବା ଏହି କୂଟନୀତିଜ୍ଞ ନୂଆଦିଲ୍ଲୀଠାରେ କହିଛନ୍ତି, ଆମେ ଆହୁରି ମଧ୍ୟ ସରକାରଙ୍କ ନିକଟରେ ଦାବି କରୁଛୁ ଆମ କୂଟନୀତିଜ୍ଞମାନଙ୍କୁ ନିୟମିତ ଅନୁମତି ମିଳୁ। ଅନ୍ୟପକ୍ଷରେ ଅଟକ ଥିବା ରାଜନୀତିଜ୍ଞମାନଙ୍କୁ ଧୀରେ ଧୀରେ ମୁକ୍ତି ଦେବା ଆରମ୍ଭ ହେଉ।

ସୂଚନାଯୋଗ୍ୟ ଯେ, ୧୫ଟି ଦେଶର କୂଟନୀତିଜ୍ଞ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଥିଲେ। ୩୭୦ ଧାରା ଉଚ୍ଛେଦ ପରଠାରୁ ପ୍ରଥମ ଥର ପାଇଁ ଏଭଳି ଗସ୍ତ ହୋଇଥିଲା। କିଛି ୟୁରୋପୀୟ ଏବଂ ଅନ୍ୟ ରାଷ୍ଟ୍ର ଯିବାକୁ ମନା କରିଥିଲେ। ତେବେ ସେମାନଙ୍କୁ ଫାରୁକ୍‌ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତି ପରି ପ୍ରମୁଖ କଶ୍ମିରୀ ନେତାଙ୍କୁ ଭେଟିବାକୁ ଦିଆଯାଇନଥିଲା। ଏହି ୩ ଜଣ ଦୀର୍ଘ ସମୟ ଧରି ଜମ୍ମୁ-କଶ୍ମୀର ରାଜନୀତିକୁ ନିୟନ୍ତ୍ରଣ କରିଆସୁଥିଲେ।

ତେବେ କଶ୍ମୀରରେ ବିଶ୍ୱର ସର୍ବାଧିକ ସମୟ ଇଣ୍ଟରନେଟ୍‌ କଟକଣାର ଆଶିଂକ ଅନ୍ତ ଘଟିଛି। ଇଣ୍ଟରନେଟ୍‌ କଟକଣା ମାମଲା ସୁପ୍ରିମକୋର୍ଟଙ୍କ ଯାଏ ଯାଇଥିଲା। ସରକାର କୋର୍ଟଙ୍କୁ କହିଥିଲେ, ଏସବୁ କଟକଣା ଶାନ୍ତିଶୃଙ୍ଖଳା ରକ୍ଷା ଉଦ୍ଦିଷ୍ଟ ଥିଲା। ତେବେ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌ ପରେ ବିଭିନ୍ନ ସ୍ଥାନରେ ୨ଜି ଇଣ୍ଟରନେଟ୍‌ ଦିଆଯିବା ସହ କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଆଜି ୱେଲ୍ସ ସିଏଏକୁ ନେଇ ମଧ୍ୟ ମତ ରଖିଛନ୍ତି। ସେ କହିଛନ୍ତି, ଆମେରିକା ଗୁରୁତ୍ୱ ଦେଇଆସିଛି ଆଇନ ଅନୁଯାୟୀ ସମାନ ଭାବେ ସୁରକ୍ଷା ଦିଆଯାଉ। ସୂଚନାଯୋଗ୍ୟ ଯେ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତ ଆସିଥିବା ଲୋକଙ୍କୁ ନାଗରିକତା ଦେବାପାଇଁ ନାଗରିକତା ସଂଶୋଧନ ଆଇନ (ସିଏଏ) ଅଣାଯାଇଛି। ତେବେ ଏଥିରେ ଭେଦଭାବ କରାଯାଇଥିବା ବିରୋଧୀଙ୍କ ପକ୍ଷରୁ କୁହାଯାଇଛି।

ସେ କହିଛନ୍ତି, ଏହି ଗସ୍ତରେ ସିଏଏ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ବାବଦରେ ଜାଣିବାକୁ ସୁଯୋଗ ମିଳିଲା। ଏହା ବର୍ତ୍ତମାନ ବିଭିନ୍ନ ରାଜନୀତିକ ବିରୋଧ, ଗଣମାଧ୍ୟମ ଏବଂ କୋର୍ଟ ଆଦିଗଣତାନ୍ତ୍ରିକ ଯାଞ୍ଚ ଦେଇ ଗତି କରୁଛି। ଆମେ ଆଇନ ଅଧୀନରେ ସମାନ ସୁରକ୍ଷା ପାଇଁ ଆଗକୁ ମଧ୍ୟ ଗୁରୁତ୍ୱ ଦେବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story