ପୁଲିସ୍‌ର ମିଛ ଧରିଲା ସିବିଆଇ: ହାଥରସ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ କରାଯାଇଥିଲା ହତ୍ୟା

ହାଥରସ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ହାଥରସ ଘଟଣାରେ ପୁଲିସ ଯେଉଁ ମିଛି କହୁଥିଲା, ତା’ର ପର୍ଦ୍ଦାଫାସ କରିଛି ସିବିଆଇ। ହାଥରସର ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସିବିଆଇ ତା’ର ଚାର୍ଜଶିଟ୍‌ରେ ଉଲ୍ଲେଖ କରିଛି। ଘଟଣାରେ ଗିରଫ ୪ ଜଣଙ୍କ ନାଁରେ ସିବିଆଇ ଏବେ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ହାଥରସ କୋର୍ଟଙ୍କୁ ଚାର୍ଜଶିଟ୍‌ ଦେଇଛି। ଏଥିସହ ସମସ୍ତ ୪ ଅଭିଯୁକ୍ତଙ୍କ ନାଁରେ ଅନୁସୂଚିତ ଜାତି/ଜନଜାତି ଆଇନରେ ମଧ୍ୟ ମାମଲା […]

a

a

Hemant Lenka
  • Published: Friday, 18 December 2020
  • Updated: 18 December 2020, 03:03 PM IST

ହାଥରସ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ହାଥରସ ଘଟଣାରେ ପୁଲିସ ଯେଉଁ ମିଛି କହୁଥିଲା, ତା’ର ପର୍ଦ୍ଦାଫାସ କରିଛି ସିବିଆଇ। ହାଥରସର ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସିବିଆଇ ତା’ର ଚାର୍ଜଶିଟ୍‌ରେ ଉଲ୍ଲେଖ କରିଛି।

ଘଟଣାରେ ଗିରଫ ୪ ଜଣଙ୍କ ନାଁରେ ସିବିଆଇ ଏବେ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ହାଥରସ କୋର୍ଟଙ୍କୁ ଚାର୍ଜଶିଟ୍‌ ଦେଇଛି। ଏଥିସହ ସମସ୍ତ ୪ ଅଭିଯୁକ୍ତଙ୍କ ନାଁରେ ଅନୁସୂଚିତ ଜାତି/ଜନଜାତି ଆଇନରେ ମଧ୍ୟ ମାମଲା ରୁଜୁ କରାଯାଇଛି।

ଚଳିତ ବର୍ଷ ସେପ୍ଟେମ୍ବର ୧୪ରେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ଘଟିବା ପରେ ସାରା ଦେଶରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ପୁଲିସ୍‌ ୪ ଜଣ ତଥାକଥିତ ଉଚ୍ଚ ଜାତିର ଯୁବକଙ୍କୁ ଗିରଫ ମଧ୍ୟ କରିଥିଲା। ପରିବାର ଲୋକ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ କରିଥିଲେ ହେଁ ଉତ୍ତର ପ୍ରଦେଶ ପୁଲିସ୍‌ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇ ନଥିବା କହି ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲା।

ବିଶେଷ କରି ଯୁବତୀଙ୍କ ମୃତ୍ୟୁ ପରେ ପ୍ରଶାସନ ପରିବାର ଲୋକଙ୍କୁ ନ ଜଣାଇ ରାତି ଅଧରେ ଅନ୍ତିମ ସଂସ୍କାର କରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ବିବାଦ ବଢ଼ିବାରୁ ଉତ୍ତର ପ୍ରଦେଶ ସରକାର ସିବିଆଇ ତଦନ୍ତ ସୁପାରିସ କରିଥିଲେ। ଅକ୍ଟୋବର ମାସରେ ସିବିଆଇ ତଦନ୍ତ ଆହ୍ଲାବାଦ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ।

ସିବିଆଇ ତଦନ୍ତ କରୁଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ଜେଲ୍‌ରୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲା। ହେଲେ ଆଜି ସିବିଆଇ ୪ ଅଭିଯୁକ୍ତଙ୍କ ନାଁରେ ଗଣଦୁଷ୍କର୍ମ ଓ ହତ୍ୟା ଦଫା ଲଗାଇ ଚାର୍ଜଶିଟ୍‌ ଦାଖଲ କରିଛି। ଘଟଣାର ପୂରା ତଦନ୍ତ ସାରିବାକୁ ସିବିଆଇ ଆହ୍ଲାବାଦ ହାଇକୋର୍ଟରେ ଅଧିକ ସମୟ ମାଗିଛି। କୋର୍ଟ ଜାନୁଆରୀ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story