ବଜେଟକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ରାହୁଲ୍ ଗାନ୍ଧି
ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଆଜି ଉପସ୍ଥାପିତ ହୋଇଥିବା ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି। ରାହୁଲ ଗାନ୍ଧି ଟୁଇଟ୍ କରି କହିଛନ୍ତି, ସରକାର ଲୋକଙ୍କ ହାତକୁ ନଗଦ ଟଙ୍କା ଦେବାକୁ ଭୁଲିଗଲେ। ମୋଦି ସରକାର ନିଜର ପୁଞ୍ଜିପତି ବନ୍ଧୁମାନଙ୍କ ହାତରେ ଦେଶର ସମ୍ପତ୍ତିକୁ ହସ୍ତାନ୍ତର କରିବା ପାଇଁ ଯୋଜନା କରୁଛନ୍ତି।
ରାହୁଲ୍ ଗାନ୍ଧି ଅନେକଥର ସରକାରଙ୍କୁ ଗରିବଙ୍କ ହାତରେ ସିଧାସଳଖ ନଗଦ ଟଙ୍କା ଟ୍ରାନ୍ସଫର୍ କରିବାକୁ ଦାବି କରିଆସିଛନ୍ତି। କରୋନା ମହାମାରୀ ସମୟରେ ମଧ୍ୟ ରାହୁଲ୍ ଗାନ୍ଧି ଏହି ଦାବି କରିଥିଲେ। ବଜେଟ୍ ପୂର୍ବରୁ ରାହୁଲ୍ ଗାନ୍ଧି କହିଥିଲେ ଯେ ବଜେଟରେ ଛୋଟ ଏବଂ ମଧ୍ୟମବର୍ଗୀୟ ବ୍ୟବସାୟୀଙ୍କ ସହାୟତା କରିବା ସହ ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଖର୍ଚ୍ଚରେ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି। ରାହୁଲ୍ କହିଥିଲେ, ୨୦୨୧ ବଜେଟରେ MSME, ଚାଷୀ ଓ ଶ୍ରମିକମାନଙ୍କ ସହାୟତା କରାଯିବା ଦରକାର, ଯାହାଦ୍ୱାରା ରୋଜଗାର ସୃଷ୍ଟି ହୋଇପାରିବ। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କରାଯାଉ। ସେହିପରି ସୀମାରେ ସୁରକ୍ଷା ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କରାଯିବା ଦରକାର ବୋଲି ରାହୁଲ୍ କହିଥିଲେ।
Forget putting cash in the hands of people, Modi Govt plans to handover India's assets to his crony capitalist friends.#Budget2021
— Rahul Gandhi (@RahulGandhi) February 1, 2021
ଆଜି ବଜେଟରେ କେନ୍ଦ୍ର ସରକାର PSU, ବୀମା, ରେଳବାଇ ସେକ୍ଟର, ବ୍ୟାଙ୍କରେ ନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ସରକାରଙ୍କୁ ଅଧିକ ଲାଭାଂଶ ମିଳିବ, ଯାହାର ବ୍ୟବହାର ସରକାରୀ ଯୋଜନାରେ କରାଯାଇପାରିବ ବୋଲି ସରକାର ଆଶା ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।