OTT ପ୍ଲାଟଫର୍ମ ପାଇଁ ଜାରି ହେବ ଗାଇଡଲାଇନ୍
ନୂଆଦିଲ୍ଲୀ: ୱେବ୍ ସିରିଜ୍ ଗୁଡ଼ିକର ବିଷୟବସ୍ତୁକୁ ନେଇ ବଢ଼ୁଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ଶୀଘ୍ର OTT ପ୍ଲାଟଫର୍ମ ଓ ଅନଲାଇନ୍ ଷ୍ଟ୍ରିମିଙ୍ଗ ବିଷୟବସ୍ତୁର ନିୟମାବଳୀ ସୁବ୍ୟବସ୍ଥିତ କରିବାକୁ ଯାଉଛନ୍ତି। ଶୀଘ୍ର ଏନେଇ ରେଗୁଲେସନର ଗାଇଡଲାଇନ୍ ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର।
ପ୍ରକାଶ ଜାଭଡେକର କହିଛନ୍ତି, କିଛି ୱେବ୍ ସିରିଜରେ ବିବାଦୀୟ ବିଷୟବସ୍ତୁ ନେଇ ଆମ ପାଖକୁ ବହୁ ଅଭିଯୋଗ ଆସିଛି। ଏଥିପାଇଁ ମନ୍ତ୍ରାଳୟ ଖୁବ୍ ଶୀଘ୍ର OTT ପ୍ଲାଟଫର୍ମ ପାଇଁ ଗାଇଡଲାଇନ୍ ଜାରି କରିବ। OTT ପ୍ଲାଟଫର୍ମରେ ରିଲିଜ୍ ହେଉଥିବା ଫିଲ୍ମ ଓ ସିରିୟଲ୍ସ, ଡିଜିଟାଲ୍ ଖବର, ପ୍ରେସ୍ କାଉନସିଲ୍, କେବଲ ଟେଲିଭିଜନ୍, ସେନସର୍ ବୋର୍ଡକୁ ନେଇ କୌଣସି ଆଇନ ଲାଗୁ ହୋଇନଥିଲା। ତେଣୁ ଏହାର ସମାଧାନର ବାଟ କାଢ଼ିବା ପାଇଁ ଶୀଘ୍ର ନୂଆ ଗାଇଡଲାଇନ୍ ଆସିବ।
OTT पर चलने वाले कुछ सीरियल के बारे में बहुत शिकायतें आई हैं उसका संज्ञान लिया गया है। OTT की फिल्म, कार्यक्रम, डिजिटल अख़बार पर प्रेस काउंसिल, केबल टेलीविजन, सेंसर बोर्ड का कानून लागू नहीं होता था। इनके संचालन के लिए जल्द ही सुचारू व्यवस्था की घोषणा की जाएगी: प्रकाश जावड़ेकर pic.twitter.com/0I6drKFoyd
— ANI_HindiNews (@AHindinews) January 31, 2021
ସୂଚନାଯୋଗ୍ୟ, ନିକଟରେ ‘ତାଣ୍ଡବ’ ଓ ‘ମିର୍ଜାପୁର’ ୱେବ୍ ସିରିଜ୍ ଏବଂ OTT ପ୍ଲାଟଫର୍ମରେ ରିଲିଜ୍ ହୋଇଥିବା ଫିଲ୍ମ ‘ଏ ସୁଟେବଲ୍ ବୟ’କୁ ନେଇ ଖୁବ୍ ବିବାଦ ଦେଖା ଦେଇଛି। ଯେଉଁକାରଣରୁ ମଧ୍ୟପ୍ରଦେଶ, ଗ୍ରେଟର୍ ନୋଏଡା ଓ ଶାହଜାହାନପୁରରେ ଏଫଆଇଆର୍ ଦାଖଲ କରାଯାଇଛି। ବିଶେଷକରି ‘ତାଣ୍ଡବ’କୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି। ଏହି ୱେବ୍ ସିରିଜରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।