ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ଗୋଗୋଇଙ୍କ ନାଁ ସୁପାରିସ୍‌

ନୂଆଦିଲ୍ଲୀ: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନାଁକୁ ସୁପାରିସ୍‌ କରିଛନ୍ତି।   ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ବର୍ତ୍ତମାନ ସର୍ବୋଚ୍ଚ ଅଦାଲତର ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ସେ ହିଁ ସର୍ବୋଚ୍ଚ ଅଦାଲତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ବୋଲି ଜଷ୍ଟିସ୍‌ ଦୀପକ ମିଶ୍ର ଆଜି କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାର ଏହି […]

justics-gogoi

justics-gogoi

Hemant Lenka
  • Published: Tuesday, 04 September 2018
  • Updated: 04 September 2018, 09:21 AM IST

Sports

Latest News

ନୂଆଦିଲ୍ଲୀଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନାଁକୁ ସୁପାରିସ୍‌ କରିଛନ୍ତି।  

ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ବର୍ତ୍ତମାନ ସର୍ବୋଚ୍ଚ ଅଦାଲତର ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ସେ ହିଁ ସର୍ବୋଚ୍ଚ ଅଦାଲତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ବୋଲି ଜଷ୍ଟିସ୍‌ ଦୀପକ ମିଶ୍ର ଆଜି କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ସରକାର ଏହି ଚିଠି ଉପରେ ମୋହର ମାରି ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି

ଜଷ୍ଟିସ୍‌ ଗୋଗୋଇ ଆସନ୍ତା ଅକ୍ଟୋବର ୩ରେ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୨ରେ ଶେଷ ହେବ।

ଜାନୁଆରୀ ମାସରେ ସୁପ୍ରିମକୋର୍ଟର ଯେଉଁ ୪ ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ବିରୋଧରେ  ବିଷୋଦଗାର କରିଥିଲେ। ଏମାନଙ୍କ ମଧ୍ୟରେ ରଞ୍ଜନ 

ଗୋଗୋଇ ଥିଲେ ଅନ୍ୟତମ। ଏହା ସତ୍ତ୍ୱେ ଜଷ୍ଟିସ୍‌ ଦୀପକ ମିଶ୍ର ପୂର୍ବ ଅନୁସୃତ ପରମ୍ପରା ଅନୁଯାୟୀ ତାଙ୍କ ଉତ୍ତରାଧିକାରୀ ଭାବେ ଦ୍ଵିତୀୟ ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ 

ଗୋଗୋଇଙ୍କ ନାଁକୁ ହିଁ ସୁପାରିସ୍‌ କରିଛନ୍ତି।

 

ଜଷ୍ଟିସ୍‌ ଗୋଗୋଇ ଆସନ୍ତା ବର୍ଷ ନଭେମ୍ବର ୧୭ ଯାଏ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ। ସେ ୨୦୧୨ ମସିହାରେ ପଦୋନ୍ନତି ପାଇ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos