ଚଳିତ ବର୍ଷ ରାତି ଅପେକ୍ଷା ଦିନରେ ବିକ୍ରି ହୋଇଛି ଅଧିକ କଣ୍ଡୋମ!

ଚେନ୍ନାଇ: ଚଳିତ ବର୍ଷ କରୋନା ଯୋଗୁ ଅଧିକାଂଶ ଭାରତୀୟ ଘରେ ରହିବାକୁ ବାଧ୍ୟ ହୋଇଥିଲେ। ଲକଡାଉନ ଓ ଶଟ ଡାଉନରେ ଅତିଷ୍ଠ ଭାରତୀୟମାନେ ୨୦୨୦ରେ ରେକର୍ଡ ସଂଖ୍ୟକ କଣ୍ଡୋମ ଓ ରୋଲିଂ ପେପର କିଣିଛନ୍ତି। ବ୍ୟକ୍ତିଗତ ସାମଗ୍ରୀ ଲୋକଙ୍କୁ ଯୋଗାଇ ଦେଉଥିବା Dunzo ଆପ୍‌ ପକ୍ଷରୁ ପ୍ରକାଶିତ ଗୋଟିଏ ସର୍ଭେ ରିପୋର୍ଟରେ ଏପରି କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ Dunzo ଆପ୍‌ରେ ଲୋକମାନେ ରାତି ଅପେକ୍ଷା ଦିନରେ ହାରାହାରି ୩ ଗୁଣ ଅଧିକ କଣ୍ଡୋମ ଘରକୁ ମଗାଇଛନ୍ତି। […]

ere

ere

Ordigital Desk
  • Published: Saturday, 26 December 2020
  • Updated: 26 December 2020, 06:45 PM IST

Sports

Latest News

ଚେନ୍ନାଇ: ଚଳିତ ବର୍ଷ କରୋନା ଯୋଗୁ ଅଧିକାଂଶ ଭାରତୀୟ ଘରେ ରହିବାକୁ ବାଧ୍ୟ ହୋଇଥିଲେ। ଲକଡାଉନ ଓ ଶଟ ଡାଉନରେ ଅତିଷ୍ଠ ଭାରତୀୟମାନେ ୨୦୨୦ରେ ରେକର୍ଡ ସଂଖ୍ୟକ କଣ୍ଡୋମ ଓ ରୋଲିଂ ପେପର କିଣିଛନ୍ତି। ବ୍ୟକ୍ତିଗତ ସାମଗ୍ରୀ ଲୋକଙ୍କୁ ଯୋଗାଇ ଦେଉଥିବା Dunzo ଆପ୍‌ ପକ୍ଷରୁ ପ୍ରକାଶିତ ଗୋଟିଏ ସର୍ଭେ ରିପୋର୍ଟରେ ଏପରି କୁହାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ Dunzo ଆପ୍‌ରେ ଲୋକମାନେ ରାତି ଅପେକ୍ଷା ଦିନରେ ହାରାହାରି ୩ ଗୁଣ ଅଧିକ କଣ୍ଡୋମ ଘରକୁ ମଗାଇଛନ୍ତି। ଲୋକମାନେ ହାଇଦ୍ରାବାଦରେ କଣ୍ଡୋମ ଅର୍ଡର ୬ ଗୁଣ, ଚେନ୍ନାଇରେ ୫ ଗୁଣ, ଜୟପୁରରେ ୪ ଗୁଣ, ମୁମ୍ବାଇ ଓ ବେଙ୍ଗାଲୁରୁରେ ୩ ଗୁଣ ଅଧିକ କଣ୍ଡୋମ ମଗାଇଛନ୍ତି।

ଅନ୍ୟପକ୍ଷରେ ଚେନ୍ନାଇ ତୁଳନାରେ ବେଙ୍ଗାଲୁରୁବାସୀର ୨୦୨୦ରେ ଅଧିକ ପରିମାଣର ରୋଲିଂ ପେପର ମଗାଇଛନ୍ତି। ଚେନ୍ନାଇ ତୁଳନାରେ ବେଙ୍ଗାଲୁରୁ ଲୋକ ୨୨ ଗୁଣି ଅଧିକ ରୋଲିଂ ପେପର ମଗାଇଛନ୍ତି। ଏହି ରୋଲିଂ ପେପର ସ୍ୱତନ୍ତ୍ର ସିଗାରେଟ୍‌ ପାଇଁ ବ୍ୟବହାର କରାଯାଏ। ବେଙ୍ଗାଲୁରୁ ପୁଣେ, ଗୁରୁଗ୍ରାମ, ହାଇଦ୍ରାବାଦ ଓ ଦିଲ୍ଲୀବାସୀ ଗର୍ଭ ନିରୋଧକ ବଟିବା କିଣିବାରେ ସବୁଠାରୁ ଉପରେ ରହିଛନ୍ତି। ଜୟପୁରରେ ଅଧିକ ଲୋକ ଗର୍ଭବତୀ ହୋଇଛନ୍ତି କି ନାହିଁ ଜାଣିବା ପାଇଁ ଟେଷ୍ଟ କିଟ୍‌ ଅର୍ଡର କରିଛନ୍ତି।

ଖାଦ୍ୟ କଥା ବିଚାରକୁ ନେଲେ ଘରେ ଥିବା ବେଳେ ଲୋକମାନେ ସୁସ୍ୱାଦୁ ଖାଦ୍ୟ ମଧ୍ୟ ମଗାଇଛନ୍ତି। ବେଙ୍ଗାଲୁରୁବାସୀ ଚିକେନ ବିରିୟାନୀ, ମୁମ୍ବାଇବାସୀ ଡାଲ-ଖେଚୋଡ଼ି, ଚେନ୍ନାଇବାସୀ ଇଡ୍‌ଲୀ ଓ ଗୁରୁଗ୍ରାମର ଲୋକମାନେ ଆଲୁ ଟିକି ବର୍ଗର ଅଧିକ ପରିମାଣର ମାଗାଇଛନ୍ତି।

ମୁମ୍ବାଇ ତୁଳନାରେ ପୁଣେର ଲୋକମାନେ ଅଧିକ ମ୍ୟାଗି ମଗାଇଥିବା ବେଳେ ଦିଲ୍ଲୀ, ଚେନ୍ନାଇ ଓ ଜୟପୁରର ଲୋକେ ଚା’ ଅପେକ୍ଷା  ଅଧିକ ପରିମାଣର କଫି ପିଇଛନ୍ତି। ହାଇଦ୍ରାବାଦ ଓ ପୁଣେର ଲୋକମାନେ ଅଧିକ କ୍ଷୀର ମଗାଇଛନ୍ତି। କିନ୍ତୁ ଦିଲ୍ଲୀବାସୀ ସଫ୍ଟ ଡ୍ରିଙ୍କ ଅଧିକ ମାଗାଇ ଚିଲ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos