ସୁଶାନ୍ତ ସିଂହ ରାଜପୁତ ମାମଲା: ସନ୍ଦୀପ ସିଂହକୁ ନେଇ ବିଜେପିକୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଫିଲ୍ମ ନିର୍ମାତା ସନ୍ଦୀପ ସିଂହଙ୍କୁ ନେଇ ବିଜେପିକୁ ଘେରିଛି କଂଗ୍ରେସ। କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଓ ଅଭିଷେକ ମନୁ ସିଂଭି ଏ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ସୋଶାଲ ମିଡିଆରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନିଭିସ ଏବଂ ସନ୍ଦୀପ ସିଂହଙ୍କର ଏକ ଫୋଟ ମଧ୍ୟ ଭାଇରାଲ ହେଉଛି। ସନ୍ଦୀପ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ଫିଲ୍ମ ନିର୍ମାଣ କରିଥିଲେ। ଏମିତିକି ଗତ ମାସରେ ବିଜେପି […]

sandeep_ssingh_sushant_singh

sandeep_ssingh_sushant_singh

Subhransu Sekhar
  • Published: Sunday, 30 August 2020
  • Updated: 30 August 2020, 04:54 PM IST

Sports

Latest News

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଫିଲ୍ମ ନିର୍ମାତା ସନ୍ଦୀପ ସିଂହଙ୍କୁ ନେଇ ବିଜେପିକୁ ଘେରିଛି କଂଗ୍ରେସ। କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଓ ଅଭିଷେକ ମନୁ ସିଂଭି ଏ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ସୋଶାଲ ମିଡିଆରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନିଭିସ ଏବଂ ସନ୍ଦୀପ ସିଂହଙ୍କର ଏକ ଫୋଟ ମଧ୍ୟ ଭାଇରାଲ ହେଉଛି। ସନ୍ଦୀପ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ଫିଲ୍ମ ନିର୍ମାଣ କରିଥିଲେ। ଏମିତିକି ଗତ ମାସରେ ବିଜେପି ପାର୍ଟି ଅଫିସକୁ ସନ୍ଦୀପ ଅନେକ ଥର ଫୋନ କରିଥିବା କଂଗ୍ରେସ ଦାବି କରିଛି। ସନ୍ଦୀପ ସିଂହ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କର ମଧ୍ୟ ନିକଟତମ ବ୍ୟକ୍ତି ବୋଲି ସୂଚନା ରହିଛି।

କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ୨୦୧୯ ରେ ଗୁଜୁରାଟ ସରକାର ସନ୍ଦୀପ ସିଂଙ୍କ ସହ ଏକ ଫିଲ୍ମ ପାଇଁ ୧୭୭ କୋଟି ଟଙ୍କା ଚୁକ୍ତି କରିଥିବାବେଳେ ସନ୍ଦୀପ ସିଂଙ୍କ କମ୍ପାନୀ ସେତେବେଳେ ୪ ଲକ୍ଷ କ୍ଷତି ସହିଥିଲା। ଏବେ ସୁଶାନ୍ତ ସିଂହ ମାମଲାରେ ଯେଉଁ ଡ୍ରଗ୍ସ ପ୍ରସଙ୍ଗ ଉଠିଛି ତାହା ୨୦୧୭-୧୮ର ପ୍ରସଙ୍ଗ। ସେତେବେଳେ ମହାରାଷ୍ଟ୍ରରେ ଫଡନାଭିସ୍ ସରକାର ଥିଲା। ସନ୍ଦୀପ ସିଂହଙ୍କୁ ସେତେବେଳେ କିଏ ସୁରକ୍ଷା ଦେଇଥିଲେ ବୋଲି କଂଗ୍ରେସ ଜବାବ ମାଗିଛି।

ଗତ ମାସରେ ବିଜେପି କାର୍ଯ୍ୟାଳୟକୁ ସନ୍ଦୀପ ସିଂହ ୫୩ ଥର କଲ କରିଥିବା କଂଗ୍ରେସ ଦାବି କରିଛି। ତେବେ କେଉଁ କାରଣ ପାଇଁ ସନ୍ଦୀପ ବିଜେପି ଅଫିସକୁ ଫୋନ କରିଥିଲେ ବୋଲି କଂଗ୍ରେସ ବିଜେପି ପାଖରୁ ଜବାବ ମାଗିଛି। ଏମିତିକି ସନ୍ଦୀପ ସିଂହ ଏବେ ବିଦେଶ ପଳାଇବାକୁ ଯୋଜନା କରୁଛନ୍ତି ବୋଲି ଅଭିଷେକ ଦାବି କରିଛନ୍ତି। କେବଳ ଏତିକି ନୁହେଁ, ୨୯ ମାର୍ଚ୍ଚ ୨୦୧୮ ରେ ମରିସସରେ ସନ୍ଦୀପ ସିଂଙ୍କ ବିରୋଧରେ ଜଣେ ସ୍ୱିଜରଲ୍ୟାଣ୍ଡର ନାବାଳିକା ତାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ ବୋଲି କଂଗ୍ରେସ କହିଛି।

ସୂଚନାଯୋଗ୍ୟ ଯେ ଅଭିଷେକ ମୁନ୍ ସିଂଭିଙ୍କ ପୂର୍ବରୁ ରଣଦୀପ ସିଂ ସୁରଜେୱାଲା ଟ୍ୱିଟ୍ କରି ସନ୍ଦୀପ ସିଂହ ଏବଂ ବିଜେପି ସମ୍ପର୍କର ତଦନ୍ତ ଦାବି କରିଛନ୍ତି। ସେହିପରି ଭାଇବ୍ରେଣ୍ଟ ଗୁଜରାଟରେ ହୋଇଥିବା ୧୭୭ କୋଟି ଟଙ୍କାର ଏମଓୟୁ ନେଇ ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos