ତେଜୁଛି କଂଗ୍ରେସ କଳି, ଗୁଲାମଙ୍କୁ ପରୋକ୍ଷରେ ଟାର୍ଗେଟ୍ କଲେ ଖୁର୍ସିଦ୍!

ନୂଆଦିଲ୍ଲୀ: କଂଗ୍ରେସରେ ଜାରି ରହିଛି ଗାନ୍ଧୀ ପରିବାର ସମର୍ଥକ ଏବଂ ଅସନ୍ତୁଷ୍ଟଙ୍କ ମଧ୍ୟରେ ବାକ୍ ଯୁଦ୍ଧ। ରାଜ୍ୟସଭାରେ କଂଗ୍ରେସର ନେତା ଗୁଲାମ ନବୀ ଆଜାଦ୍ ଦଳରେ ନିର୍ବାଚନ କରିବା ପାଇଁ ଦାବି କରିଥିବା ବେଳ ଏବେ ଏହାକୁ ନେଇ ସଲମାନ ଖୁର୍ସିଦ ମନ୍ତବ୍ୟ ରଖିଛନ୍ତି। କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ କହିଛନ୍ତି ଯେ ଦଳର ସଭାପତି ଚୟନ କରିବାକୁ ତତ୍ପରତା ପ୍ରକାଶ କରିବାର ଆବଶ୍ୟକ ନାହିଁ। ଗାନ୍ଧୀ ପରିବାର ସପକ୍ଷରେ ସେ ମନ୍ତବ୍ୟ ଦେଇ କହିଛନ୍ତି […]

salman khurshid

salman khurshid

Subhransu Sekhar
  • Published: Sunday, 30 August 2020
  • Updated: 30 August 2020, 09:13 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସରେ ଜାରି ରହିଛି ଗାନ୍ଧୀ ପରିବାର ସମର୍ଥକ ଏବଂ ଅସନ୍ତୁଷ୍ଟଙ୍କ ମଧ୍ୟରେ ବାକ୍ ଯୁଦ୍ଧ। ରାଜ୍ୟସଭାରେ କଂଗ୍ରେସର ନେତା ଗୁଲାମ ନବୀ ଆଜାଦ୍ ଦଳରେ ନିର୍ବାଚନ କରିବା ପାଇଁ ଦାବି କରିଥିବା ବେଳ ଏବେ ଏହାକୁ ନେଇ ସଲମାନ ଖୁର୍ସିଦ ମନ୍ତବ୍ୟ ରଖିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ କହିଛନ୍ତି ଯେ ଦଳର ସଭାପତି ଚୟନ କରିବାକୁ ତତ୍ପରତା ପ୍ରକାଶ କରିବାର ଆବଶ୍ୟକ ନାହିଁ। ଗାନ୍ଧୀ ପରିବାର ସପକ୍ଷରେ ସେ ମନ୍ତବ୍ୟ ଦେଇ କହିଛନ୍ତି ଯେ ସୋନିଆ ଗାନ୍ଧୀ ଅଧ୍ୟକ୍ଷ ପଦରେ ଅଛନ୍ତି। ସେ ଦଳର ନେତୃତ୍ୱ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉଚିତ୍।

ଶନିବାର ଏହାକୁ ନେଇ ଗୁଲାମ ନବୀ ଆଜାଦ୍ କହିଥିଲେ, କଂଗ୍ରେସ ନିର୍ବାଚନ ନ କରି ଯଦି ଅଧ୍ୟକ୍ଷ ପଦ ଲାଗି ଜଣଙ୍କୁ ନିଯୁକ୍ତି ଦେଇ ଦେବ, ତା’ହେଲେ ଏହାକୁ କେବେ ହେଲେ ଗୋଟିଏ ପ୍ରତିଶତ ସମର୍ଥନ ମିଳିବ ନାହିଁ। ଦଳରେ ନିର୍ବାଚନ ନ ହେଲେ କଂଗ୍ରେସକୁ ଦୀର୍ଘ ୫୦ ବର୍ଷ ଯାଏ ବିରୋଧୀ ଆସନରେ ହିଁ ବସିବାକୁ ପଡ଼ିବ ବୋଲି ଗୁଲାମ ନବୀ ଆଜାଦ କହିଥିଲେ।

ଯଦି ନିର୍ବାଚନ ନହେବ, ତା’ହେଲେ କଂଗ୍ରେସ ଦୀର୍ଘ ୫୦ ବର୍ଷ ପାଇଁ ଏମିତି ବିରୋଧୀ ଆସନରେ ବସିବ ବୋଲି ସେ କହିଥିଲେ। ଏହାପରେ ଖୁର୍ସିଦ ପିଟିଆଇକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଯେ ଦଳର ନେତୃତ୍ୱରେ ପରିବର୍ତ୍ତନ ପାଇଁ ଚିଠି ଲେଖୁଥିବା ନେତାମାନେ ତାଙ୍କ ନିକଟକୁ ଆସିଲେ ମଧ୍ୟ ସେ ଦସ୍ତଖତ କରିବେ ନାହିଁ। ଯେଉଁ ନେତାମାନେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ସେମାନେ ତାଙ୍କୁ ସବୁବେଳେ ଭେଟି ପାରିବେ ଏବଂ ଚିଠି ଲେଖିବା ପରିବର୍ତ୍ତେ ସେମାନେ ତାଙ୍କୁ ଭେଟି ସେମାନଙ୍କ ସମସ୍ୟା କହିପାରିବେ। ତେବେ ଚିଠି ସମ୍ପର୍କରେ ତାଙ୍କ ନିକଟକୁ କେହି ଆସି ନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର, ଗୁଲାମ ନବୀ ଆଜାଦଙ୍କ ସମେତ ମୋଟ ୨୩ ନେତା ଚିଠି ଲେଖି ଦଳର ଆମୂଳଚୂଳ ପରିବର୍ତ୍ତନ କରିବା ପାଇଁ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos