କଂଗ୍ରେସର ନାମ ମୁସଲିମ୍‌ ଲିଗ୍‌ କଂଗ୍ରେସ ହେବା କଥା: ବିଜେପି

ନୂଆଦିଲ୍ଲୀ: ଭୋଟ୍‌ ରାଜନୀତି ପାଇଁ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନେ ମୁସଲିମ୍‌ ତୁଷ୍ଟିକରଣ କରିବା ସହ ହିନ୍ଦୁଙ୍କ ବିରୋଧରେ ଲଗାତାର ମନ୍ତବ୍ୟ ଦେଉଥିବା ଅଭିଯୋଗ ଆଣିଛି ବିଜେପି। ବୁଧବାର ବିଜେପି ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସକୁ ସମାଲୋଚନା କରି କହିଛନ୍ତି, ଏହି ଦଳର ନାମ ଆଇଏନ୍‌ସି ବଦଳରେ ମୁସଲିମ୍‌ ଲିଗ୍‌ କଂଗ୍ରେସ ବା ଏମ୍‌ଏଲ୍‌ସି ହେବାକଥା। ନାଗରିକତା ସଂଶୋଧନ ଆଇନ ବା ସିଏଏ ବିରୋଧୀ ଆନ୍ଦୋଳନରେ ଏହି ଦଳଗୁଡ଼ିକ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେବାକୁ ନେଇ […]

sambit patra

sambit patra

Subrat Kumar Nayak
  • Published: Wednesday, 22 January 2020
  • Updated: 22 January 2020, 05:40 PM IST

ନୂଆଦିଲ୍ଲୀ: ଭୋଟ୍‌ ରାଜନୀତି ପାଇଁ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନେ ମୁସଲିମ୍‌ ତୁଷ୍ଟିକରଣ କରିବା ସହ ହିନ୍ଦୁଙ୍କ ବିରୋଧରେ ଲଗାତାର ମନ୍ତବ୍ୟ ଦେଉଥିବା ଅଭିଯୋଗ ଆଣିଛି ବିଜେପି। ବୁଧବାର ବିଜେପି ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସକୁ ସମାଲୋଚନା କରି କହିଛନ୍ତି, ଏହି ଦଳର ନାମ ଆଇଏନ୍‌ସି ବଦଳରେ ମୁସଲିମ୍‌ ଲିଗ୍‌ କଂଗ୍ରେସ ବା ଏମ୍‌ଏଲ୍‌ସି ହେବାକଥା। ନାଗରିକତା ସଂଶୋଧନ ଆଇନ ବା ସିଏଏ ବିରୋଧୀ ଆନ୍ଦୋଳନରେ ଏହି ଦଳଗୁଡ଼ିକ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
https://www.facebook.com/BJP4India/videos/514228209502878/
ସେ ଏକ ସାମ୍ବାଦିକ ସମ୍ମିଳନୀରେ ଗତ ତିନି ଦିନରେ ଦିଆଯାଇଥିବା ବିଭିନ୍ନ ମନ୍ତବ୍ୟକୁ ଉଦ୍ଧୃତ କରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ୍‌ଙ୍କ ମନ୍ତବ୍ୟକୁ ଉଦାହରଣ ମଧ୍ୟ ଦେଇଥିଲେ। ସମ୍ବିତ କହିବା ଅନୁଯାୟୀ ଚୌହାନ୍‌ ଏକ ସଭାରେ କହିଥିଲେ, “ଆମେ ମୁସଲିମ୍‌ ଭାଇମାନଙ୍କୁ ପଚାରି ଶିବସେନା ସହ ସରକାର କରିଛୁ। ମୁସଲିମ୍‌ମାନେ କହିଥିଲେ ବିଜେପି ସେମାନଙ୍କର ବଡ଼ ଶତ୍ରୁ, ଏଥିପାଇଁ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଶିବସେନା ସହ ମେଣ୍ଟ କରିବା ଉଚିତ।” ସମ୍ବିତ ଏହି ମନ୍ତବ୍ୟକୁ ନେଇ କହିଥିଲେ, “ଏହାର ଅର୍ଥ ହେଉଛି ଅନ୍ୟ କେଉଁ ଧର୍ମ ସହ କଂଗ୍ରେସର କିଛି ସମ୍ପର୍କ ନାହିଁ। ସେମାନେ କେବଳ ମୁସଲିମ୍‌ଙ୍କୁ ପଚାରି ନିଷ୍ପତ୍ତି ନିଅନ୍ତି।”

ସେହିଭଳି ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ତଥା କଂଗ୍ରେସର ପୁରୁଣା ସହଯୋଗୀ ଏନ୍‌ସିପି ନେତା ଜିତେନ୍ଦ୍ର ଔହାଟ୍‌ଙ୍କ ଉଦାହରଣ ମଧ୍ୟ ସେ ଦେଇଥିଲେ। ଜିତେନ୍ଦ୍ର କହିଥିଲେ, ମୁସଲିମ୍‌ମାନେ କହିପାରିବେ ତାଙ୍କ ପୂର୍ବପୁରୁଷଙ୍କୁ କେଉଁଠାରେ କବର ଦିଆଯାଇଛି। କିନ୍ତୁ ହିନ୍ଦୁମାନେ ତାହା କହିପାରିବେନାହିଁ।

ସେହିଭଳି ଏଆଏମ୍‌ଆଇଏମ୍‌ ନେତା ଆକବରୁଦ୍ଦିନ୍‌ ଓୱେସି ସଦ୍ୟ କହିଥିଲେ, “ମୋର ପୂର୍ବଜ ଭାରତକୁ ୮୦୦ ବର୍ଷ ଧରି ଶାସନ କରିଛନ୍ତି। ମୋ ଧର୍ମର ଲୋକେ ଚାରମିନାର, ଲାଲକିଲ୍ଲା ଏବଂ କୁତବମିନାର ଆଦି ଦେଇଛନ୍ତି। ତୁମ ବାପା କ’ଣ କରିଛନ୍ତି?” ଏହାର ପ୍ରତିକ୍ରିୟାରେ ସମ୍ବିତ କହିଥିଲେ, “ମୋ ପୂର୍ବପୁରୁଷ ବାପା ଜେଜେବାପା ସହିଷ୍ଣୁତା ଦେଇଛନ୍ତି, କ୍ଷମତାଶାଳୀ ଏବଂ ଧର୍ମନିରପେକ୍ଷ କରିଛନ୍ତି। କିନ୍ତୁ ଏମାନେ କିଭଳି ଭାଷା କହୁଛନ୍ତି? ଆକ୍ରମଣକାରୀଙ୍କ ଧ୍ୱଂସଲୀଲାକୁ ରାଜୁତିର ରୂପ ଦିଆଯାଉଛି?”

କଂଗ୍ରେସ ଓ ଏନ୍‌ସିପି ଆଦିର ନେତାଙ୍କ ଏଭଳି ବୟାନ ପାଇଁ ସେମାନଙ୍କ ମୁଖ୍ୟ ସୋନିଆ ଗାନ୍ଧି ଏବଂ ଶରଦ ପାୱାର କ୍ଷମା ମାଗିବା ଦରକାର ବୋଲି ସମ୍ବିତ କହିଛନ୍ତି। ଧର୍ମକୁ ନେଇ ଏବଂ ଶବସଂସ୍କାର ପଦ୍ଧତିକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ସେହିଭଳି ପିଏଫ୍‌ଆଇ ନାମକ ସଂଗଠନର ବିଭିନ୍ନ ସମୟର କାର୍ଯ୍ୟକଳାପକୁ ନେଇ ମଧ୍ୟ ସମ୍ବିତ ଆଜି ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଏହି ସବୁ ସଂଗଠନ ଦେଶର ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ରକୁ ଧ୍ୱଂସ କରିବା ପ୍ରୟାସରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story