ୱାଶିଂଟନ: ମହାମାରୀ କରୋନା ଭାଇରସରୁ ଏବେ ବିଶ୍ୱବାସୀ ନିସ୍ତାର ପାଇବାର ସମ୍ଭାବନା କମ। ୨୦୨୨ ଯାଏ ସାରା ବିଶ୍ୱରେ ଏହି ପ୍ରାଣଘାତୀ ଭାଇରସ ଲୋକଙ୍କୁ କଲବଲ କରିବ। ଯେଉଁ ପର୍ଯ୍ୟନ୍ତ ବିଶ୍ୱବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ନାହିଁ, ସେଯାଏ କରୋନା ଲୋପ ପାଇବ ନାହିଁ।
ଏଭଳି କିଛି ତଥ୍ୟ ଦେଇଛନ୍ତି ଆମେରିକାର ଗବେଷକ। ଆମେରିକାର ମିନ୍ନେଷ୍ଟୋ ବିଶ୍ୱବିଦ୍ୟାଳୟର ସଂକ୍ରମଣ ରୋଗ ଗବେଷଣା କେନ୍ଦ୍ର ଓ ପଲିସି ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ “ଏହି ମହାମାରୀ ଭାଇରସ ସଂକ୍ରମଣ ଅବଧି ୧୮ରୁ ୨୪ ମାସ ପର୍ଯ୍ୟନ୍ତ ଲାଗି ରହିବ।
ମଣିଷ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ନ ବଢ଼ିବା ଯାଏ, ଏଭଳି ସଂକ୍ରମଣ ଜାରି ରହିଥିବ। ଫ୍ଲୁ ସଂକ୍ରମଣକୁ ରୋକିବାକୁ ହେଲେ ବିଶ୍ୱର ୬୦ରୁ ୭୦% ଲୋକଙ୍କୁ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ।
ଯେଉଁ ପର୍ଯ୍ୟନ୍ତ ଏହା ସମ୍ଭବ ହୋଇପାରିନାହିଁ, ସେତେବେଳ ଯାଏ କରୋନାକୁ ରୋକାଯାଇ ପାରିବ ନାହିଁ। ତେଣୁ ସମସ୍ତଙ୍କୁ ଏହି ଲମ୍ବା ଯୁଦ୍ଧ ପାଇଁ ସତର୍କ ରହିବାକୁ ହେବ।”
ମହାମାରୀ କରୋନା ଭାଇରସ ବିଶ୍ୱରେ ପ୍ରାୟ ୩୫ ଲକ୍ଷ ଲୋକଙ୍କୁ ସଂକ୍ରମଣ କରିଥିବା ବେଳେ ୨ ଲକ୍ଷ ୪୦ ହଜାର ଜୀବନ ନେଇ ସାରିଲାଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।