କର୍ଣ୍ଣାଟକା ନାଟକ, ବାଚସ୍ପତିଙ୍କ ଅନୁପସ୍ଥିତିରେ ୧୧ ବିଧାୟକ ଦେଲେ ଇସ୍ତଫା, ସରକାର ଗଢ଼ିବ ବିଜେପି!

ବେଙ୍ଗାଲୁରୁ: ଗଭୀର ସଙ୍କଟରେ ପଡ଼ିଛି କର୍ଣ୍ଣାଟକା ମେଣ୍ଟ ସରକାର। ଆଜି କଂଗ୍ରେସ ଓ ଜେଡିଏସର ମୋଟ ୧୧ ଜଣ ବିଧାୟକ ଇସ୍ତଫା ଦେବା ଜିଦରେ ରହିଥିବା ଜଣାପଡ଼ିଛି। ତେଣେ ବାଚସ୍ପତି ତାଙ୍କ ଅଫିସରେ ନଥିବା ଜଣାପଡ଼ିଛି। ବାଚସ୍ପତି ନଥିବାରୁ ୧୦ ବିଧାୟକ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଥିବା ଜଣାପଡ଼ିଛି। ଯଦି ରାଜ୍ୟପାଳ ବିଧାୟକଙ୍କ ଇସ୍ତଫା ଗ୍ରହଣ କରି ନିଅନ୍ତି ତାହେଲେ ମେଣ୍ଟ ସରକାର ଭାଙ୍ଗିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସେପଟେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆମେରିକା ଗସ୍ତରେ ଅଛନ୍ତି। ଆସନ୍ତାକାଲି […]

KARMATAKA POLITICS

KARMATAKA POLITICS

Subhransu Sekhar
  • Published: Saturday, 06 July 2019
  • Updated: 06 July 2019, 06:09 PM IST

ବେଙ୍ଗାଲୁରୁ: ଗଭୀର ସଙ୍କଟରେ ପଡ଼ିଛି କର୍ଣ୍ଣାଟକା ମେଣ୍ଟ ସରକାର। ଆଜି କଂଗ୍ରେସ ଓ ଜେଡିଏସର ମୋଟ ୧୧ ଜଣ ବିଧାୟକ ଇସ୍ତଫା ଦେବା ଜିଦରେ ରହିଥିବା ଜଣାପଡ଼ିଛି। ତେଣେ ବାଚସ୍ପତି ତାଙ୍କ ଅଫିସରେ ନଥିବା ଜଣାପଡ଼ିଛି। ବାଚସ୍ପତି ନଥିବାରୁ ୧୦ ବିଧାୟକ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଥିବା ଜଣାପଡ଼ିଛି। ଯଦି ରାଜ୍ୟପାଳ ବିଧାୟକଙ୍କ ଇସ୍ତଫା ଗ୍ରହଣ କରି ନିଅନ୍ତି ତାହେଲେ ମେଣ୍ଟ ସରକାର ଭାଙ୍ଗିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସେପଟେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆମେରିକା ଗସ୍ତରେ ଅଛନ୍ତି। ଆସନ୍ତାକାଲି ସେ କର୍ଣ୍ଣାଟକା ଫେରିବେ ବୋଲି ଜଣାପଡ଼ିଛି।

ରାଜ୍ୟପାଳ ଭାଜୁଭାଇ ବାଲାଙ୍କୁ ଭେଟିବା ପରେ ଜେଡିଏସ ବିଧାୟକ ଏଚ. ବିଶ୍ୱନାଥ କହିଛନ୍ତି ସେମାନେ ବାଚସ୍ପତିଙ୍କ ଅଫିସକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। "ଏବେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ବାବଦରେ ଅବଗତ କରାଇଛୁ। ଆମ ସମସ୍ତଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପାଇଁ ରାଜ୍ୟପାଳଙ୍କୁ ଆହ୍ୱାନ କରିଛୁ। " ସୂଚନାଯୋଗ୍ୟ ନିକଟରେ ଜେଡିଏସ ବିଧାୟକ ବିଶ୍ୱନାଥ ଦଳ ବିରୋଦ କାର୍ଯ୍ୟ ପାଇଁ ଜେଡିଏସ ତାଙ୍କୁ ନିଲମ୍ୱନ କରିଥିଲା।

ଏହି ୧୧ ବିଧାୟକଙ୍କ ମଧ୍ୟରୁ କଂଗ୍ରେସର ୮ ଏବଂ ଜେଡିଏସର ୩ ଜଣ ବିଧାୟକ ଅଛନ୍ତି। ଆହୁରି ୩ କଂଗ୍ରେସ ବିଧାୟକ ଇସ୍ତଫା ଦେବାକୁ ବାଚସ୍ପତିଙ୍କ ପାଖକୁ ଯାଇଥିଲେ। ହେଲେ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜି ପରମେଶ୍ୱର ୩ ବିଧାୟକଙ୍କୁ ବୁଝାଇ ତାଙ୍କ ସହିତ ନେଇଯାଇଥିବା ସୂଚନା ରହିଛି। କୌଣସି ବିଧାୟକ ତାଙ୍କ ଦଳରୁ ଇସ୍ତଫା ଦେଉ ନାହାନ୍ତି ବୋଲି ପରମେଶ୍ପର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

୨୨୪ ବିଧାୟକଙ୍କ ମଧ୍ୟରେ କଂଗ୍ରେସ (୭୭), ଜେଡିଏସ(୭୭) ପାଖରେ ମୋଟ୍ ୧୧୪ ବିଧାୟକ ଏବେ ରହିଛନ୍ତି। ଯଦି ୧୧ ଜଣ ବିଧାୟକଙ୍କ ଇସ୍ତଫା ଗୃହୀତ ହୋଇଯାଏ ତାହାଲେ ସଙ୍କଟରେ ପଡ଼ିବ ମେଣ୍ଟ ସରକାର। କାରଣ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ୱର ହେଉଛି ୧୧୩।

ସରକାରକୁ ବଞ୍ଚାଇବା ପାଇଁ ଏବେ ଦୁଇ ଶାସକ ଦଳ ଜୋରଦାର ପ୍ରୟାସ କରୁଛିନ୍ତି। କଂଗ୍ରେସ ମହାସଚିବ କେକେ ଭେନୁଗୋପାଳ ଏବେ କର୍ଣ୍ଣାଟକାରେ ପହଞ୍ଚି ଯାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର କଂଗ୍ରେସ ବିଧାୟକଙ୍କୁ ନେଇ ବୈଠକ କରୁଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଜୁଲାଇ ପହିଲାରେ ବେଲଗଭି ଜିଲ୍ଲାର ବିଜୟନଗରର କଂଗ୍ରେସ ବିଧାୟକ ଆନନ୍ଦ ସିଂହ ଏବଂ ଗୋକକ କଂଗ୍ରେସ ବିଧାୟକ ରମେଶ ଜାରକିହୋଲି ସରକାରଙ୍କ ଶିଳ୍ପ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story