୬ ଘଣ୍ଟାର ଜେରା ପରେ ଘରକୁ ଫେରିଲେ ଦୀପିକା ପାଦୁକୋଣ, ସାରା ସିଗାରେଟ ଟାଣୁଥିବା କଥା ସ୍ୱୀକାର କଲେ

ମୁମ୍ବାଇ: ବଲିଉଡ-ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ଜେରା କରିଛି। ଦୀପିକା ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ତାଙ୍କୁ ଏନସିବି ପକ୍ଷରୁ ହାଜର ହେବାକୁ ସମନ କରାଯାଇଥିଲା। ସମନ ପାଇ ଦୀପିକା ଆଜି ଦିନ ପ୍ରାୟ ୯.୪୫ରେ ଏନସିବିର କଲାବା ସ୍ଥିତ ଗେଷ୍ଟ ହାଉସରେ ପହଞ୍ଚିଥିଲେ। ଏହାପରେ ବରିଷ୍ଠ ଏନସିବି ଅଧିକାରୀ କେପିଏସ୍ ମାଲହୋତ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ତାଙ୍କୁ ମାରଥନ ଜେରା କରିଥିଲେ। […]

ct

ct

Hemant Lenka
  • Published: Saturday, 26 September 2020
  • Updated: 26 September 2020, 04:45 PM IST

Sports

Latest News

ମୁମ୍ବାଇ: ବଲିଉଡ-ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ଜେରା କରିଛି। ଦୀପିକା ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ତାଙ୍କୁ ଏନସିବି ପକ୍ଷରୁ ହାଜର ହେବାକୁ ସମନ କରାଯାଇଥିଲା।

ସମନ ପାଇ ଦୀପିକା ଆଜି ଦିନ ପ୍ରାୟ ୯.୪୫ରେ ଏନସିବିର କଲାବା ସ୍ଥିତ ଗେଷ୍ଟ ହାଉସରେ ପହଞ୍ଚିଥିଲେ। ଏହାପରେ ବରିଷ୍ଠ ଏନସିବି ଅଧିକାରୀ କେପିଏସ୍ ମାଲହୋତ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ତାଙ୍କୁ ମାରଥନ ଜେରା କରିଥିଲେ। ପ୍ରଥମେ ନିୟମ ଅନୁଯାୟୀ ଦୀପିକାଙ୍କ ଫୋନକୁ ଅଧିକାରୀମାନେ ନିଜ ହେପାଜତକୁ ନେଇଥିଲେ। ଏହାପରେ ତାଙ୍କୁ ଡ୍ରଗ୍ସ ସେବନ ସମ୍ପର୍କରେ ପଚରାଉଚରା କରାଯାଇଥିଲା।

ଦୀପିକା ସବୁ ପ୍ରଶ୍ନର ଉତ୍ତର ତଦନ୍ତକାରୀ ଅଧିକାରୀଙ୍କୁ ଦେଇଥିଲେ। ଦୀପିକାଙ୍କ ସହ ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ମଧ୍ୟ ଆଜି ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି। ଗତକାଲି ମଧ୍ୟ କରିଶ୍ମାଙ୍କୁ ଜେରା କରାଯାଇଥିଲା। ଆଜି ଦୀପିକା ଓ କରିଶ୍ମାଙ୍କୁ ପ୍ରଥମେ ପୃଥକ ପୃଥକ ଭାବେ ଜେରା କରାଯାଇଥିଲା। ଏହାପରେ ଉଭୟଙ୍କୁ ସାମ୍ନାସାମ୍ନି ଜେରା କରାଯାଇଥିବା ଜଣାପଡ଼ିଛି।

ଦୀପିକା ଓ କରିଶ୍ମା ହ୍ୱାଟସଆପରେ ଡ୍ରଗ୍ସ ଏବଂ ଗଞ୍ଜେଇକୁ ନେଇ ଆଲୋଚନା କରିଥିବା ଏକ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ଡ୍ରଗ୍ସ ଚ୍ୟାଟ ଗ୍ରୁପର ଆଡମିନ ଦୀପିକା ମଧ୍ୟ ରହିଥିବା ଜଣାପଡ଼ିଥିଲା। ଆଜି ଦୀପିକାଙ୍କୁ ସେ ବିଷୟରେ ପଚରାଉଚରା କରାଯାଇଛି। ଦୀପିକା ମଧ୍ୟ ହ୍ୱାଟସଆପ୍ ଚ୍ୟାଟକୁ ସ୍ୱୀକାର କରିଥିବା ଜଣାପଡ଼ିଛି। ତେବେ ସେ ଅନେକ ପ୍ରଶ୍ନର ଉତ୍ତର ଦେଇ ନଥିବା ଖବର ମିଳିଛି।

ଦୀପିକା ପ୍ରାୟ ୪.୦୫ ମିନିଟରେ ଏନସିବି ଅଫିସରୁ ବାହରି ନିଜ ଘରକୁ ଯାଇଥିଲେ। ଏହାପରେ ତାଙ୍କ ମ୍ୟାନେଜର କରିଶ୍ମା ମଧ୍ୟ ଏନସିବି ଅଫିସରୁ ବାହାରିଥିଲେ। ଏନସିବି ତଦନ୍ତ କରୁଥିବା ଡ୍ରଗ୍ସ ମାମଲାରେ ଦୀପିକା ଅଭିଯୁକ୍ତ ନୁହନ୍ତି। ତାଙ୍କ ନାଁ ସାମ୍ନାକୁ ଆସିବାରୁ ତାଙ୍କୁ ପଚାରଉଚରା ପାଇଁ ଡକା ଯାଇଥିଲା ଜଣାପଡ଼ିଛି।

ଅନ୍ୟପକ୍ଷରେ ବଲିଉଡର ଆଉ ଦୁଇ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ସାରା ଅଲୀ ଖାନ ବି ଆଜି ଏନସିବି ମୁଖ୍ୟାଳୟରେ ପହଞ୍ଚି ଡ୍ରଗ୍ସ ଲିଙ୍କରେ ସେମାନଙ୍କ ପକ୍ଷ ରଖିଛନ୍ତି। ଶ୍ରଦ୍ଧା ଜେରା ବେଳେ ଡ୍ରଗ୍ସ ସେବନ କଥାକୁ ଅସ୍ୱୀକାର କରିଛନ୍ତି। ତେବେ ଏନସିବି ଅଧିକାରୀ ଏହି ଉତ୍ତରରେ ଆଦୌ ସନ୍ତୋଷ ନଥିବା ଜଣାପଡ଼ିଛି। ଦୀପିକା ଏନସିବି ଗେଷ୍ଟ ହାଉସରୁ ବାହାରିଥିଲେ ହେଁ ଏବେ ବି ଶ୍ରଦ୍ଧାଙ୍କୁ ଜେରା କରାଯାଉଛି।

ସାରା ଅଲୀ ଖାନଙ୍କୁ ମଧ୍ୟ ଏନସିବି ଟିମ୍‌ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରୁଛି। ପ୍ରଥମ ପର୍ଯ୍ୟାୟରେ ସାରା କେବଳ ସିଗାରେଟ ଟାଣୁଥିବା କଥାକୁ ସ୍ୱୀକାର କରିଛନ୍ତି। ହେଲେ ସେ ସୁଶାନ୍ତଙ୍କ ସହ କେଦାରନାଥ ଫିଲ୍ମର ଶୁଟିଂ ବେଳେ ଆଦୌ ଡ୍ରଗ୍ସ ସେବନ କରି ନଥିବା କଥା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story