କୁକୁରକୁ ଡେଇଁଲା କରୋନା ଭାଇରସ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ପ୍ରାଣଘାତୀ କରୋନା ଭାଇରସ ମଣିଷ ଶରୀରରୁ ପଶୁପକ୍ଷୀଙ୍କ ଶରୀରକୁ ଡେଇଁଛି। ଏବେ କୁକୁର ଦେହରେ କରୋନା ଭୂତାଣୁ ଠାବ ହେବା ପରେ ଚାରିଆଡ଼େ ଆତଙ୍କ ଖେଳି ଯାଇଛି। ହଂକଂରେ ଜଣେ କରୋନା ରୋଗୀଙ୍କ ଘରେ ରହୁଥିବା ପୋଷା କୁକୁର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛି। ହଂକଂ ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। କୁକୁରଟି କରୋନାରେ ଆକ୍ରାନ୍ତ ହେବା ପରେ ତା’କୁ ମଣିଷ ଭଳି ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି। ସେହିପରି […]

dx

dx

Hemant Lenka
  • Published: Thursday, 05 March 2020
  • Updated: 05 March 2020, 02:21 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ପ୍ରାଣଘାତୀ କରୋନା ଭାଇରସ ମଣିଷ ଶରୀରରୁ ପଶୁପକ୍ଷୀଙ୍କ ଶରୀରକୁ ଡେଇଁଛି। ଏବେ କୁକୁର ଦେହରେ କରୋନା ଭୂତାଣୁ ଠାବ ହେବା ପରେ ଚାରିଆଡ଼େ ଆତଙ୍କ ଖେଳି ଯାଇଛି। ହଂକଂରେ ଜଣେ କରୋନା ରୋଗୀଙ୍କ ଘରେ ରହୁଥିବା ପୋଷା କୁକୁର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛି।

ହଂକଂ ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। କୁକୁରଟି କରୋନାରେ ଆକ୍ରାନ୍ତ ହେବା ପରେ ତା’କୁ ମଣିଷ ଭଳି ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି। ସେହିପରି ତା’ ଶରୀରର ଅନୁଧ୍ୟାନ ମଧ୍ୟ କରାଯାଉଛି। ଏହି ପୋଷା କୁକୁରଟି କରୋନାରେ ଆକ୍ରାନ୍ତ ଜଣେ ୬୦ ବର୍ଷୀୟ ମହିଳାଙ୍କ ଘରେ ରହିଥିଲା।

ଶୁକ୍ରବାର ଠାରୁ କୁକୁରଟିକୁ ଅଲଗା ଭାବେ ରଖାଯାଇ ପରୀକ୍ଷା ନୀରିକ୍ଷା କରାଯାଇଥିଲା। ଏବେ ତା’ ଶରୀରରେ କରୋନା ଭାଇରସ ଠାବ କରାଯାଇଛି। ହେଲେ ଏହା ସେତେଟା ସକ୍ରିୟ ଭାବେ କୁକୁର ଶରୀରରେ ବ୍ୟାପି ପାରିନାହିଁ। ତେଣୁ ଏହାକୁ “ଦୁର୍ବଳ ପଜେଟିଭ” ବୋଲି ନାମିତ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଥିବା ପଶୁ କେନ୍ଦ୍ରରେ କୁକୁରଟି ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି।

ଏଏଫସିଡି ପକ୍ଷରୁ କୁହାଯାଇଛି ଯେ କୁକୁରଟି କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ଭାଇରସ କ୍ଷୀପ୍ର ଗତିରେ ତା’ ଶରୀରରେ ସକ୍ରିୟ ହୋଇପାରୁନାହିଁ। ମଣିଷ ଶରୀରରେ କରୋନା ଶୀଘ୍ର ବ୍ୟାପୁଥିବା ବେଳେ କୁକୁରର ଶରୀରରେ ବ୍ୟତିକ୍ରମ ଘଟିଛି। ତଥାପି କରୋନା କୁକୁର ଶରୀରରେ ପ୍ରବେଶ କରିବାର କ୍ଷମତା ରଖିଛି।

ଏବେ କରୋନା କୁକୁରକୁ ବ୍ୟାପିଥିବାରୁ ହଂକଂ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତ ପୋଷା କୁକୁରକୁ ୧୪ ଦିନ ପାଇଁ ସ୍ୱତନ୍ତ୍ର ୱାର୍ଡରେ ରଖି ଅନୁଧ୍ୟାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କରୋନାର ଭାଇରସରେ ଆକ୍ରାନ୍ତ ସନ୍ଦେହରେ ୨ଟି କୁକୁରଙ୍କୁ ଆସୋଲେସନ ରଖାଯାଇଥିଲା।

ଏମାନଙ୍କ ମଧ୍ୟରୁ ଗୋଟିଏ କୁକର ଦେହରେ କରୋନା ଭାଇରସ ଥିବା ବେଳେ ଅନ୍ୟଟିର ଶରୀରରେ କୌଣସି ଭାଇରସ ଠାବ ହୋଇନାହିଁ। ତଥାପି କରୋନା ଭାଇରସ ସଂକ୍ରମଣ ହୋଇ ନଥିବା କୁକୁରଟିକୁ ଛଡ଼ା ଯିବା ପୂର୍ବରୁ ତା’ର ଆଉ ଥରେ ପରୀକ୍ଷା କରାଯିବ। ଏହାପରେ କୁକୁରଟିକୁ ତା’ ମାଲିକଙ୍କ ଘରକୁ ଛଡ଼ା ଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story