ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧି ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ନାମ ଉଲ୍ଲେଖ କରି ତାଚ୍ଛଲ୍ୟ କରିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ ସହ ମେଣ୍ଟ କରିଥିଲେ ହେଁ ସଞ୍ଜୟ ଏହାକୁ ଭୃକ୍ଷେପ କରିନାହାନ୍ତି।
ସୂଚନାଯୋଗ୍ୟ ଯେ, ରାହୁଲ ପୂର୍ବରୁ ଦୁଷ୍କର୍ମ ବଢ଼ିବାକୁ ନେଇ ‘ରେପ୍ ଇନ୍ ଇଣ୍ଡିଆ’ କହିଥିଲେ। ଏହାକୁ ନେଇ ବିବାଦ ହେବାରୁ କ୍ଷମା ମାଗିବେନି କହି, ମୋ ନାଁ ରାହୁଲ ସାବରକର ନୁହେଁ ବୋଲି କହିଥିଲେ।
ଏହାପରେ ସଞ୍ଜୟ କଂଗ୍ରେସକୁ ଚେତାଇ ଦେଇଛନ୍ତି ସାବରକରଙ୍କୁ ନେଇ କୌଣସି ବିବାଦୀୟ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଟ୍ୱିଟରେ ସମାଲୋଚନା କରି ସଞ୍ଜୟ କହିଥିଲେ, “ଆମେ ବିଶ୍ୱାସ କରୁ ପଣ୍ଡିତ ନେହରୁ ଏବଂ ମହାତ୍ମା ଗାନ୍ଧି ମଧ୍ୟ ସାବରକରଙ୍କ ଅପମାନ କରିନାହାନ୍ତି।”
ସେ ଆହୁରି ମଧ୍ୟ କହିଥିଲେ, “ବୀର ସାବରକର ଜଣେ ଭଗବାନ, କେବଳ ମହରାଷ୍ଟ୍ର ନୁହେଁ ସାରା ଦେଶ ପାଇଁ ଭଗବାନ। ସାବରକର ନାଁ ହିଁ ଦେଶ ପାଇଁ ଗର୍ବ। ନେହରୁ ଏବଂ ଗାନ୍ଧିଙ୍କ ପରି ସେ ମଧ୍ୟ ଜୀବନ ତମାମ ଦେଶ ପାଇଁ କାମ କରିଥିଲେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଟ୍ରେନ୍ ତଳେ ଲୁଚି ୨୫୦ କିମି ଅତିକ୍ରମ କଲେ ଯୁବକ, କାରଣ କହିଲେ...
ଟ୍ରେନ୍ ଟିକେଟ କାଟିବାକୁ ପାଖରେ ଟଙ୍କା ନ ଥିଲା। ମାତ୍ର ଯାହା ବି ହେଲେ ରାସ୍ତା ଅତିକ୍ରମ କରିବାର ଥିଲା। ତେଣୁ ଯୁବକ ରଚିଲେ ଭୟଙ୍କର ଉପାୟ।ଟ୍ରେନ୍ ବଗି ତଳେ ଓ ଚକା ମଝିରେ ରହି ସେ ଅତିକ୍ରମ କଲେ ୨୫୦ କିମି ବାଟ।
National
ପୂର୍ବ ପ୍ରଧାନମନ୍ତ୍ରୀଙ୍କର ନ ଥିଲା କାର୍, ଶେଆର ବି କିଣି ନ ଥିଲେ, ଜାଣନ୍ତୁ ମୋଟ ସମ୍ପତ୍ତି କେତେ ?
ମନମୋହନଙ୍କ ନାମରେ କୌଣସି ଗାଡ଼ି ନ ଥିବା ବେଳେ ଅଳଙ୍କାର ବି କିଛି ନ ଥିଲା। ଏଥିସହ ନିଜ ନାମରେ କିଛି ଜମିବାଡ଼ି ବି ମନମୋହନ କିଣି ନ ଥିବା ଜଣାଯାଇଛି ।
National
ବିଦ୍ୱାନ ନେତା ମନମୋହନ, ପାଲଟିଥିଲେ ଅର୍ଥନୈତିକ ସଂସ୍କାରକ
୧୯୯୧ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଦେଶର ଅର୍ଥ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିଲେ। ଉକ୍ତ ସମୟରେ ଦେଶ ବହୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ମନନମୋହନ ସିଂହ ସାଜିଥିଲେ ସଙ୍କଟମୋଚକ ।
National
‘ମୁଁ ଆକ୍ସିଡେଣ୍ଟାଲ ପିଏମ୍ ନୁହେଁ, ଅର୍ଥ ମନ୍ତ୍ରୀ ମଧ୍ୟ ଆକ୍ସିଡେଣ୍ଟାଲି ହୋଇଥିଲି’
ନରସିଂହା ରାଓଙ୍କ ସରକାର ସମୟରେ ଦିନେ ମୁଁ ନିଜ ଅଫିସରେ UGC ମିଟିଙ୍ଗରେ ବସିଥିଲି। ଉକ୍ତ ସମୟରେ ନରସିଂହା ରାଓ ଫୋନ୍ କରି କେଉଁଠି ଅଛ ବୋଲି ପଚାରିଥିଲେ।
National
ମନମୋହନଙ୍କ ବିୟୋଗରେ ପୂରା ଦେଶ ସ୍ତବ୍ଧ, ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା
ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ଘୋଷଣା କରାଯାଇଛି।