ନିଖୋଜ ବାୟୁସେନା ବିମାନକୁ ଖୋଜିବ ଡ୍ରୋନ୍‌

ନୂଆଦିଲ୍ଲୀ: ମଝି ଆକାଶରେ ଉଡ଼ୁଥିବା ବେଳେ ୪ ଦିନ ତଳେ ନିଖୋଜ ହୋଇଥିବା ଏଏନ୍‌-୩୨ ବିମାନର କୌଣସି ପତ୍ତା ମିଳିପାରୁ ନାହିଁ। ବାୟୁସେନା, ସ୍ଥଳ ସେନା ଓ ଇସ୍ରୋ ସର୍ଚ୍ଚ ଅପରେସନ କରୁଛନ୍ତି, ହେଲେ ବିମାନ କିମ୍ବା ଏହା ମଧ୍ୟରେ ଥିବା ୧୩ ଜଣଙ୍କର ଏଯାଏ କୌଣସି ସନ୍ଧାନ ମିଳିନାହିଁ। ଏବେ ନିଖୋଜ ବିମାନ ସନ୍ଧାନରେ ମାନବ ବିହୀନ ଡ୍ରୋନ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି। ସୋମବାର ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିବା ବେଳେ […]

ur

ur

Hemant Lenka
  • Published: Thursday, 06 June 2019
  • Updated: 06 June 2019, 09:11 PM IST

Sports

Latest News

ନୂଆଦିଲ୍ଲୀ: ମଝି ଆକାଶରେ ଉଡ଼ୁଥିବା ବେଳେ ୪ ଦିନ ତଳେ ନିଖୋଜ ହୋଇଥିବା ଏଏନ୍‌-୩୨ ବିମାନର କୌଣସି ପତ୍ତା ମିଳିପାରୁ ନାହିଁ। ବାୟୁସେନା, ସ୍ଥଳ ସେନା ଓ ଇସ୍ରୋ ସର୍ଚ୍ଚ ଅପରେସନ କରୁଛନ୍ତି, ହେଲେ ବିମାନ କିମ୍ବା ଏହା ମଧ୍ୟରେ ଥିବା ୧୩ ଜଣଙ୍କର ଏଯାଏ କୌଣସି ସନ୍ଧାନ ମିଳିନାହିଁ। ଏବେ ନିଖୋଜ ବିମାନ ସନ୍ଧାନରେ ମାନବ ବିହୀନ ଡ୍ରୋନ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି।

ସୋମବାର ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିବା ବେଳେ ବିମାନଟି ଅଧା ରାସ୍ତାରୁ ନିଖୋଜ ହୋଇଯାଇଥିଲା। ମେଚୁକା ଏବଂ ଏହାର ଆଖପାଖ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। କିନ୍ତୁ ଏଯାଏ ବିମାନର ଧ୍ୱଂସାବଶେଷର ସନ୍ଧାନ ବି ମିଳିପାରୁ ନାହିଁ। ସମ୍ଭାବ୍ୟ କ୍ରାଶ ଜୋନ୍‌ ପାହାଡ଼ିଆ ଏବଂ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି। ଏଥିସହ ପାଗ ମଧ୍ୟ ସର୍ଚ୍ଚ ଅପରେସନ ପାଇଁ ଅନୁକୁଳ ହେଉନାହିଁ। ଏଥିପାଇଁ ସର୍ଚ୍ଚ ଅପରେସନକୁ ସଫଳତା ମିଳିପାରୁ ନାହିଁ।

ବିମାନରେ ୬ ଜଣ ବାୟୁସେନା ଅଧିକାରୀ ଏବଂ ୭ ଜଣ କର୍ମଚାରୀ ଥିଲେ। ସେମାନଙ୍କର ପତ୍ତା ମିଳୁ ନଥିବାରୁ ସେମାନଙ୍କ ପରିବାର ମଧ୍ୟ ନିଜର ଧୈର୍ଯ୍ୟ ହରାଇ ବସିଲେଣି।

ଆଜି ସର୍ଚ୍ଚ ଅପରେସନକୁ ଜୋରଦାର କରିବା ପାଇଁ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସିୟାଙ୍ଗ, ପଶ୍ଚିମ ସିୟାଙ୍ଗ, ଲୋଏର ସିୟାଙ୍ଗ ଓ ଶି-ୟୋମି ଜିଲ୍ଲାର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନେ ବାୟୁସେନା ସହ ମିଶି ବିମାନ ଠାବ କରିବା କାର୍ଯ୍ୟରେ ଲାଗିଛନ୍ତି।

ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ଏବଂ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ସର୍ଚ୍ଚ ଅପରେସନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସର୍ଚ୍ଚ ଅପରେସନରେ ବାୟୁସେନା ୨ଟି ଏମଆଇ-୧୭, ଏଏଲ୍‌ଏଚ୍‌ ହେଲିକପ୍ଟର, ସୁଖୋଇ ସିୟୁ-୩୦, ସି-୧୩୦ ଜେ ନିୟୋଜିତ କରିଥିବା ବେଳେ ନୌସେନା ପକ୍ଷରୁ ଦୂରରୁ ଜାହାଜ ଠାବ କରିପାରୁ ଥିବା ପି୮ଆଇକୁ ସାମିଲ କରିଛି।

ସେହିପରି ଇସ୍ରୋ ମଧ୍ୟ ରିସ୍ୟାଟ୍‌ ସ୍ୟାଟେଲାଇଟ୍‌କୁ ବିମାନ ସନ୍ଧାନ କରିବା କାର୍ଯ୍ୟରେ ଲଗାଇଛି। କିନ୍ତୁ କେହି ବି ସଫଳତା ପାଇ ନାହାନ୍ତି। ସର୍ଚ୍ଚ ଅପରେସନକୁ ବେୟାର ଆଡି ପାହାଡ଼ ନିକଟସ୍ଥ ଦୁଇଟି ଗାଁ ମଧ୍ୟରେ ଜୋରଦାର କରାଯାଇଛି। ତୁମବିନ୍‌ ଗାଁରେ ରହୁଥିବା ଲୋକମାନେ ଆକାଶରେ କଳାଧୁଆଁ ଦେଖିଥିବା କହିଛନ୍ତି। ତେବେ ସେହି ସ୍ଥାନରୁ ବି ବିମାନର କୌଣସି ଧ୍ୱଂସାବଶେଷ ଠାବ କରାଯାଇନାହିଁ। ବିମାନଟି ପୁରୁଣା କାଳିଆ ହୋଇଥିବାରୁ ଏହାର ଲୋକେସନ୍‌ ଠାବ କରିବାରେ ଅସୁବିଧା ହେଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story