ଠିକ୍ ବର୍ଷକ ତଳେ ଜମ୍ମୁ କଶ୍ମୀରରୁ ହଟିଥିଲା ଧାରା ୩୭୦

ଶ୍ରୀନଗର: ଅଗଷ୍ଟ ୫, ୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିଥିଲା। ଠିକ୍ ବର୍ଷେ ତଳେ ଜମ୍ମୁକଶ୍ମୀରକୁ ଭାଗ ଭାଗ କରି ରାଜ୍ୟର ଆଇନ କାନୁନ ଓ ଶାସନ ଢାଞ୍ଚାରେ ସ୍ୱତନ୍ତ୍ର ସଂସ୍କାର ଆଣିଥିଲେ କେନ୍ଦ୍ରର ମୋଦି ସରକାର। ରାଜ୍ୟସଭାରେ ପାରିତ ହୋଇଥିଲା ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍।  ଏହି ବିଲ୍‌ ଅନୁସାରେ ଜମ୍ମୁ-କଶ୍ମୀର ରାଜ୍ୟର ମାନ୍ୟତା ହରାଇଲା ଆଉ ଜନ୍ମ ନେଲା ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ, ଜମ୍ମୁକଶ୍ମୀର ଓ ଲଦାଖ। କଶ୍ମୀରବାସୀଙ୍କ ଦ୍ୱୈତ ନାଗରିକତା […]

kashmir (1)

kashmir (1)

Subhransu Sekhar
  • Published: Wednesday, 05 August 2020
  • Updated: 05 August 2020, 10:47 PM IST

Sports

Latest News

ଶ୍ରୀନଗର: ଅଗଷ୍ଟ ୫, ୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିଥିଲା। ଠିକ୍ ବର୍ଷେ ତଳେ ଜମ୍ମୁକଶ୍ମୀରକୁ ଭାଗ ଭାଗ କରି ରାଜ୍ୟର ଆଇନ କାନୁନ ଓ ଶାସନ ଢାଞ୍ଚାରେ ସ୍ୱତନ୍ତ୍ର ସଂସ୍କାର ଆଣିଥିଲେ କେନ୍ଦ୍ରର ମୋଦି ସରକାର। ରାଜ୍ୟସଭାରେ ପାରିତ ହୋଇଥିଲା ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍।  ଏହି ବିଲ୍‌ ଅନୁସାରେ ଜମ୍ମୁ-କଶ୍ମୀର ରାଜ୍ୟର ମାନ୍ୟତା ହରାଇଲା ଆଉ ଜନ୍ମ ନେଲା ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ, ଜମ୍ମୁକଶ୍ମୀର ଓ ଲଦାଖ। କଶ୍ମୀରବାସୀଙ୍କ ଦ୍ୱୈତ ନାଗରିକତା ଅଧିକାରରେ ପୂର୍ଣ୍ଣଛେଦ ପଡ଼ିଲା ଆଉ ଉର୍ଦ୍ଦୁ ବଦଳରେ ରାଜ୍ୟର ସରକାରୀ ଭାଷା ହେଲା ହିନ୍ଦୀ। ଧାରା ୩୭୦ ଉଚ୍ଛେଦ ପରେ ଦେଶର କୌଣସି ବି ପ୍ରାନ୍ତର ନାଗରିକ କଶ୍ମୀରରେ ସମ୍ପତ୍ତି କିଣିବାର ଅଧିକାର ପାଇଲେ।

ରାଜ୍ୟର ୩୫୪ଟି ଆଇନ ମଧ୍ୟରୁ ୧୬୪ ରଦ୍ଦ ହେଲା, ୧୩୮ଟି ସଂଶୋଧିତ ହେବା ସହ ୧୭୦ ଟି କେନ୍ଦ୍ରୀୟ ଆଇନ ଲାଗୁ ହେଲା। ୪୨,୦୦୦ ବର୍ଗ କିଲୋମିଟର ଅଞ୍ଚଳ ଓ ପ୍ରାୟ ୧୨.୨୬ ମିଲିୟନ ଲୋକଙ୍କୁ ନେଇ ଗଠିତ ହେଲା ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁକଶ୍ମୀର। ସେପଟେ ୫୯ ହଜାର ବର୍ଗ କିଲୋମିଟର ଏବଂ ଲେହ ଓ କାର୍ଗିଲ ଜିଲ୍ଲାକୁ ନେଇ ଜନ୍ମ ନେଲା ଅନ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ। ଜମ୍ମୁ-କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ହେଲେ ଓଡ଼ିଆ ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ଏବଂ ଲଦାଖର ରାଧାକୃଷ୍ଣ ମାଥୁର।

ଆତଙ୍କବାଦର ମୂଳପୋଛ ସହ ବିକଶିତ କଶ୍ମୀରର ପ୍ରତିଶ୍ରୁତି ନେଇ ଭୂଗୋଳ ଓ ଇତିହାସ ବଦଳାଇ ଦେଇଥିଲେ କେନ୍ଦ୍ର ସରକାର। ଏହାରି ଭିତରେ ବର୍ଷେ ବିତିଛି। ନୂଆ ଅନୁଭୂତି ପାଇଛନ୍ତି ଉଭୟ ଜମ୍ମୁକଶ୍ମୀର ଓ ଲଦାଖବାସୀ। ଧାରା ୩୭୦ ଉଚ୍ଛେଦ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଶ୍ମୀର ଓ ଲଦାଖରେ ପ୍ରଚୂର ଶିଳ୍ପାୟନ ସହ ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗର ପ୍ରତିଶ୍ରୁତି ରଖିଥିଲେ। ତେବେ ଏହାରି ଭିତରେ କରୋନା ମହାମାରୀର ଲକଡାଉନ୍, ଶଟଡାଉନ୍ ଏବଂ ବାରମ୍ୱାର ଇଣ୍ଟରନେଟ୍ ସେବା ବ୍ୟାହତ ହେବା ଭଳି ଘଟଣା ଯୋଗୁ ଏସବୁ ସମ୍ଭାବନା ଶୀତଳ ଭଣ୍ଡାରରେ ରହିଛି। ଅର୍ଥନୀତି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ତ କେନ୍ଦ୍ର ସରକାରଙ୍କ ବାର୍ଷିକ ବଜେଟରୁ କୌଣସି ରିଲିଫ୍ କିମ୍ବା ପୁନରୁଦ୍ଧାର ପ୍ୟାକେଜ୍ ଏଯାଏ ମିଳି ନାହିଁ।  କୁହାଯାଉଛି, ବର୍ଷକ ମଧ୍ୟରେ ସୁଦ୍ଧା ଜମ୍ମୁ କଶ୍ମୀରର ଅର୍ଥନୀତି ୫୦,୦୦୦ କୋଟି ଟଙ୍କାର କ୍ଷତି ସହିଛି।

ସେହିପରି ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ର ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି। କରୋନା ମହାମାରୀ ସମୟରେ ଯେତେବେଳେ ଦେଶର ଅନ୍ୟ ପ୍ରାନ୍ତରେ ଅନଲାଇନ୍ କ୍ଲାସ୍, ଘରେ ରହି ଅଫିସ କାମ କରିବା, ଘରେ ରହି ସ୍ୱାସ୍ଥ୍ୟସେବା ଆଦି ଉପରେ ଗୁରୁତ୍ୱ ଦିଆଯାଉଛି, ସେହି ସମୟରେ ଟୁଜି ଇଣ୍ଟରନେଟ୍ ସ୍ପୀଡ ଜମ୍ମୁ କଶ୍ମୀର ପାଇଁ ଚିନ୍ତାର ବିଷୟ ପାଲଟିଛି। ଅଧିକାଂଶ ଛାତ୍ର ପରୀକ୍ଷା ଦେଇ ପାରୁନାହାନ୍ତି କି ଯୁବବର୍ଗ  ଚାକିରି ପାଇଁ ଆବେଦନ ମଧ୍ୟ କରିପାରୁନାହାନ୍ତି।   ୪ଜି ଇଣ୍ଟରନେଟ୍ ସ୍ପୀଡ ସେବାକୁ ସ୍ଥଗିତ ରଖାଯାଇଛି ତ ସେପଟେ ଝେଲମ ଖଣି ଖନନ ପାଇଁ ଅନଲାଇନ୍ ବିଡିଂ ବାହାର ଲୋକ ପାଇଛନ୍ତି। ରବି ବେଲ୍ଟରେ ମଧ୍ୟ ସମାନ ବ୍ୟବସ୍ଥା ଆପଣାଯାଇଛି।

ଶିକ୍ଷା ଏବଂ ନିଯୁକ୍ତି ସୁଯୋଗକୁ ପୁନଃରୁଦ୍ଧାର କରିବା ପାଇଁ ଧାରା ୩୭୦ ରଦ୍ଦ ହେବାର ୭ ମାସ ପରେ ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ୫୦ ହଜାର ଯୁବକଙ୍କୁ ନିଯୁକ୍ତ ଦେବା ପାଇଁ ଏକ ପ୍ୟାକେଜ ଘୋଷଣା କରିଥିଲେ। ହେଲେ ଏଯାବତ କୌଣସି ନିଯୁକ୍ତି ହୋଇପାରି ନାହିଁ। ରିପୋର୍ଟ ଅନୁଯାୟୀ ଜୁନ୍ ୨୦୧୯ ରେ ଜମ୍ମୁ କଶ୍ମୀରରେ ବେକାରୀ ହାର ୧୫.୮୯% ଥିଲା, ଯାହା ସେହି ସମୟ ମଧ୍ୟରେ ଦେଶରେ ସର୍ବନିମ୍ନ। ବର୍ଷେ ପରେ କିନ୍ତୁ ବେକାର ଯୁବକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଛି। କେବଳ ଜମ୍ମୁ କଶ୍ମୀର ନୁହେଁ, ୩ ଲକ୍ଷ ଲୋକ ରହୁଥିବା ଲଦାଖରେ ଏବେ ସୁଦ୍ଧା ୬୦୦ ରୁ ଅଧିକ ବେକାର ଇଞ୍ଜିନିୟର ଅଛନ୍ତି।

ତେବେ ଆତଙ୍କବାଦ ଦମନ କ୍ଷେତ୍ରରେ ପୂର୍ବଅପେକ୍ଷା ଅଧିକ ସଫଳ ହୋଇଛି ସେନା ଏବଂ ଜମ୍ମୁ କଶ୍ମୀର ପୁଲିସ। ବର୍ଷକ ମଧ୍ୟରେ ୩୦୦ରୁ ଅଧିକ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ। ତେବେ ସ୍ଥାନୀୟ ଲୋକ ଆତଙ୍କବାଦୀ ଶିବିର ସହିତ ହାତ ମିଳାଇବା ପ୍ରଶାସନ ପାଇଁ ଏବେ ବି ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ଧାରା ୩୭୦ ରଦ୍ଦ ହେବା ପରେ ଆଇନ ଶୃଙ୍ଖଳାକୁ ବଜାୟୀ ରଖିବା ପାଇଁ ଜମ୍ମୁ କଶ୍ମୀର ପ୍ରଶାସନ ୪୪୪ ଜଣଙ୍କ ବିରୋଧରେ ଜନ ସୁରକ୍ଷା ଆଇନ (ପିଏସଏ) ଲଗାଇଛି। ଏଥିମଧ୍ୟରୁ ପ୍ରାୟ ୩୦୦ ଜଣ ଏପର୍ଯ୍ୟନ୍ତ ମୁକ୍ତ ହୋଇଛନ୍ତି। ୫୧ ଜଣ ଜମ୍ମୁ କଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମୁକ୍ତ ହୋଇଥିବାବେଳେ ଅନ୍ୟମାନେ ପ୍ରଶାସନିକ ସମୀକ୍ଷା ପରେ ମୁକ୍ତି ପାଇଛନ୍ତି। ଧାରା ୩୭୦କୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବେ ବି ଗୃହ ବନ୍ଦୀ ଅଛନ୍ତି। ବରଂ ଗତ ଶୁକ୍ରବାର ମେହବୁବାଙ୍କ ପିଏସଏ ଅବଧିକୁ ଆଉ ୩ ମାସ ବୃଦ୍ଧି କରାଯାଇଛି।

ସଫଳତା ମିଳିଛି କିନ୍ତୁ ବିଫଳତା ପିଛା ଛାଡ଼ିନି। ଐତିହାସିକ ନିଷ୍ପତ୍ତି ବେଳେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼କ ସେପରି ପ୍ରତିଶ୍ରୁତିରେ ଅଟକି ରହିଛନ୍ତି। ଆଉ ଏଥିରେ ଗୁରୁତର ପ୍ରଭାବିତ ହୋଇଛି କଶ୍ମୀରବାସୀଙ୍କ ମୌଳିକ ଅଧିକାର। କୁହାଯାଉଛି  କଶ୍ମୀରକୁ ବିକଶିତ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ସଜାଡ଼ିବାରେ କେନ୍ଦ୍ର ସରକାର ଏଯାଏ ସଫଳ ହୋଇନାହାନ୍ତି। ଆଉ ୩୭୦ ଧାରା ଉଚ୍ଛେଦର ବର୍ଷ ପୂର୍ତ୍ତିରେ ଏହି ବିଫଳତାକୁ ଘୋଡ଼ାଇବା ପାଇଁ କଶ୍ମୀର କଥା ନ ଉଠାଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ ପାଇଁ ଅଗଷ୍ଟ ୫କୁ ବାଛିଛନ୍ତି କେନ୍ଦ୍ରର ବିଜେପି ସରକାର।

ଧାରା ୩୭୦ ରଦ୍ଦ ହେବା ପରେ ଆଇନ ଶୃଙ୍ଖଳାକୁ ବଜାୟୀ ରଖିବା ପାଇଁ ଜମ୍ମୁ କଶ୍ମୀର ପ୍ରଶାସନ ୪୪୪ ଜଣଙ୍କ ବିରୋଧରେ ଜନ ସୁରକ୍ଷା ଆଇନ (ପିଏସଏ) ଲଗାଇଛି। ଏଥିମଧ୍ୟରୁ ପ୍ରାୟ ୩୦୦ ଜଣ ଏପର୍ଯ୍ୟନ୍ତ ମୁକ୍ତ ହୋଇଛନ୍ତି।

୫୧ ଜଣେ ଜମ୍ମୁ କଶ୍ମୀରର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମୁକ୍ତ ହୋଇଥିବାବେଳେ ଅନ୍ୟମାନେ ପ୍ରଶାସନିକ ସମୀକ୍ଷା ପରେ ମୁକ୍ତ ହୋଇଛନ୍ତି। ଯେଉଁଥିରେ ସେମାନେ କୌଣସି ରାଜନୀତିକ ବିବୃତ୍ତି ଦେବେ ନାହିଁ ବୋଲି ସରକାରଙ୍କୁ କହିଛନ୍ତି। ଧାରା ୩୭୦କୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଉପରୁ ପିଏସଏ ହଟାଇବା ପାଇଁ ଦାବି ହୋଇଛି। ହେଲେ ଗତ ଶୁକ୍ରବାର ମେହବୁବା ମୁଫତିଙ୍କ ଉପରୁ ପିଏସଏ ଅବଧି ଆଉ ୩ ମାସକୁ ବୃଦ୍ଧି କରାଯାଇଛି।

https://www.youtube.com/watch?v=meLpXnRIVx8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story