ରିୟାଙ୍କ ଉପରେ ଇଡିର ଆଖି, ୧୫ କୋଟି ଟଙ୍କା ଚୋରିର କରିବ ତଦନ୍ତ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ନୂଆ ତଥ୍ୟ ଆସିଛି। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଯେଉଁ ୧୫ କୋଟି ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି, ତା’ର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କରିବାର ସମ୍ଭାବନା ସୃଷ୍ଟି ହୋଇଛି। ବିହାର ପୁଲିସ୍‌ ନିକଟରେ ସୁଶାନ୍ତଙ୍କ ବାପା କେକେ ସିଂହ ଏତଲା ଦେଇ ରିୟାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଆଜି ବିହାର ପୁଲିସ୍‌ର ଏକ […]

uy

uy

Hemant Lenka
  • Published: Thursday, 30 July 2020
  • Updated: 30 July 2020, 06:15 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ନୂଆ ତଥ୍ୟ ଆସିଛି। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଯେଉଁ ୧୫ କୋଟି ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି, ତା’ର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କରିବାର ସମ୍ଭାବନା ସୃଷ୍ଟି ହୋଇଛି।

ବିହାର ପୁଲିସ୍‌ ନିକଟରେ ସୁଶାନ୍ତଙ୍କ ବାପା କେକେ ସିଂହ ଏତଲା ଦେଇ ରିୟାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଆଜି ବିହାର ପୁଲିସ୍‌ର ଏକ ଟିମ ମୁମ୍ବାଇ ସ୍ଥିତ କୋଟାକ ମହିନ୍ଦ୍ରା ବ୍ୟାଙ୍କକୁ ଯାଇ ଛାନଭିନ କରିଛି। ଏପଟେ ଇଡି ମଧ୍ୟ ଘଟଣାରେ ଆଗ୍ରହ ଦେଖାଇଛି। ଏଥିପାଇଁ ଇଡି ପକ୍ଷରୁ ଏତଲାରେ ଦିଆଯାଇଥିବା ଅଭିଯୋଗ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ବିହାର ପୁଲିସକୁ କୁହାଯାଇଛି।

ଯଦି ଅଭିଯୋଗରେ କିଛି ବି ସତ୍ୟତା ମିଳେ, ତା’ହେଲେ ଇଡି ଏହାର ଖୋଳତାଡ଼ ଆରମ୍ଭ କରିବ। ଏପରି କି ରିୟାଙ୍କୁ ମଧ୍ୟ ସମନ ପଠାଇ ଜେରା କରିବ ବୋଲି ଜଣାପଡ଼ିଛି। ଇଡି ପକ୍ଷରୁ ଆଜି ବିହାର ପୁଲିସ୍‌କୁ ଏକ ଚିଠି ଲେଖାଯାଇଛି। ଏଥିରେ ସୁଶାନ୍ତଙ୍କ ବାପା ଦେଇଥିବା ଏତଲାର କପି ମଗାଯାଇଛି। ଏଥିସହ ସୁଶାନ୍ତଙ୍କ ନାଁରେ ଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଦେବାକୁ କୁହାଯାଇଛି।

ସୁଶାନ୍ତଙ୍କ ବାପା କେକେ ସିଂହଙ୍କ ଅଭିଯୋଗ ଅନୁଯାୟୀ, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ ଜଣଙ୍କ ଆକାଉଣ୍ଟକୁ ୧୫ କୋଟି ଟଙ୍କା ପଠାଯାଇଛି। ଏହି ୩ଟି ଯାକ ଆକାଉଣ୍ଟ ସହ ରିୟାଙ୍କ ସମ୍ପର୍କ ରହିଛି। ଗୋଟିଏ ଆକାଉଣ୍ଟ ରିୟାଙ୍କର ହୋଇଥିବା ବେଳେ ଆଉ ଗୋଟିଏ ତାଙ୍କ ଭାଇଙ୍କର ଓ ଅନ୍ୟଟି ମା’ଙ୍କର ବୋଲି ଅଭିଯୋଗ ହୋଇଛି।

ସେହିପରି ରିୟାଙ୍କ ପରାମର୍ଶ କ୍ରମେ ସୁଶାନ୍ତ ୩ଟି ଷ୍ଟାର୍ଟଅପରେ ମଧ୍ୟ ପୁଞ୍ଜିନିବେଶ କରିଥିଲେ। ରିୟା ଓ ତାଙ୍କ ଭାଇ ଶୋୱିକ ଏହି ୩ଟି ଯାକ ଷ୍ଟାର୍ଟଅପର ନିର୍ଦ୍ଦେଶକ ରହିଛନ୍ତି। ଏହି ୩ଟି କମ୍ପାନୀ ମଧ୍ୟରୁ ଦୁଇଟିର ଠିକଣା ଉଲେୱରେ ଥିବା ଏକ ଫ୍ଲାଟ ମଧ୍ୟରେ ରହିଛି। ଏହି ଫ୍ଲାଟର ମାଲିକ ହେଉଛନ୍ତି ରିୟାଙ୍କ ବାପା। ମୁମ୍ବାଇ ପୁଲିସ୍‌ ତଦନ୍ତ ବେଳେ ଏହା ସାମ୍ନାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story