୬୦ ଫୁଟ୍ ଗଭୀର ପାଣି ତଳେ ହେଲା ବାହାଘର
ଚେନ୍ନାଇ: ସାଧାରଣତଃ ଆମେ ଅନେକ ବିବାହ ଦେଖିଛୁ, କିନ୍ତୁ ଦମ୍ପତିଙ୍କୁ କେବେ ସମୁଦ୍ରର ଗଭୀର ଜଳ ଭିତରେ ବିବାହ କରୁଥିବାର ଦେଖିଛନ୍ତି କି? ଏହାର ଉତ୍ତର ହୁଏତ ଜଣେ ନାଁ ହିଁ ଦେବ। କିନ୍ତୁ ତାମିଲନାଡୁରେ ଏମିତି ଏକ ନିଆରା ବିବାହ ହୋଇଛି, ଯେଉଁଠାରେ ବର ଓ କନ୍ୟା ୬୦ ଫୁଟ୍ ଗଭୀର ଜଳ ଭିତରକୁ ଯାଇ ପରସ୍ପରକୁ ବରଣ ମାଳା ପିନ୍ଧାଇଛନ୍ତି ଏବଂ ପାଣି ଭିତରେ ପାଖାପାଖି ୪୫ ମିନିଟ୍ ବିତାଇଛନ୍ତି। ଏହା ମଧ୍ୟରେ ଦୁହେଁ ସମୁଦ୍ରକୁ ସାକ୍ଷୀ ରଖି ପ୍ରତିଜ୍ଞା ନେଇଥିଲେ ଏବଂ ପାଣି ଭିତରେ ମଧ୍ୟ ସାତ ଫେରେ ନେଇଥିଲେ।
Underwater marriage at the depth of 60 ft..
Chennai neelangarai …..
1st of February 2021…🌹😳
👇🏼👇🏼#TamilNadu pic.twitter.com/RapJitPfj5— Rajan 🇮🇳 (@MissdOportunity) February 2, 2021
ତାମିଲନାଡୁର ନୀଳଙ୍କରଇ ସମୁଦ୍ର ତଟରେ ଆଇଟି ଇଞ୍ଜିନିୟର ଦମ୍ପତି ବିବାହ ପାଇଁ ସବୁ ପ୍ରସ୍ତୁତି କରିଥିଲେ। କନ୍ୟା ଶାଢୀ ପିନ୍ଧିଥିବା ବେଳେ ବର ମଧ୍ୟ ପାରମ୍ପରିକ ପୋଷାକ ପରିଧାନ କରିଥିଲେ। ଦୁହେଁ ବିବାହର ସେହି ପବିତ୍ର ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ। ଯେତେବେଳେ ବିବାହ ମୁହୂର୍ତ୍ତ ଆସିଲା, ଦୁହେଁ ସମୁଦ୍ରକୁ ଡିଆଁ ମାରିଥିଲେ ଏବଂ ୬୦ ଫୁଟ୍ ଗଭୀର ପାଣି ଭିତରକୁ ଯାଇ ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ। ଏଭଳି ନିଆରା ବିବାହ କରି ଦୁହେଁ ଜଳ ବିଭାଗକୁ ସ୍ବଚ୍ଛ ଓ ପ୍ଲାଷ୍ଟିକ୍ ମୁକ୍ତ ରଖିବାକୁ ବାର୍ତ୍ତା ଦେଇଛନ୍ତି।
କନ୍ୟା ଏମ୍ ଶ୍ୱେତା କୋଏମ୍ବାଟୁରରେ ରୁହନ୍ତି। ଯେତେବେଳେ ବରର ପରିବାର ଲୋକେ ଗଭୀର ଜଳ ଭିତରେ ବିବାହ କରିବାକୁ ପ୍ରସ୍ତାବ ଦେଲେ, ଶ୍ୱେତା ସାମାନ୍ୟ ଭୟଭୀତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱେତାଙ୍କୁ ବିବାହ କରିବାକୁ ବନ ମନାଇବାରେ ସଫଳ ହୋଇଥିଲେ। ସମୁଦ୍ରରେ ବିବାହ କରିବା ପୂର୍ବରୁ ଶ୍ୱେତା ସୁଇମିଂ ପୁଲରେ ପ୍ରଶିକ୍ଷଣ କରିବା ସହ ସ୍କୁବା ଡାଇଭିଂ ଶିଖିଥିଲେ। ଶ୍ୱେତା କହିଛନ୍ତି, ଯେତେବେଳେ ଆମେ ସମୁଦ୍ରର ଗଭୀରତା ଭିତରକୁ ଗଲୁ, ଦେଖିଲୁ ଯେ ମୋ ପାଖରେ କିଛି ମାଛ ଘୁରି ବୁଲୁଛନ୍ତି। ଏହା ମୋ ଜୀବନର ସବୁଠାରୁ ବଡ଼ ଅଭିଜ୍ଞତା ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
ସେହିପରି ତିରୁଭାନ୍ନାମଲାଇରେ ରହୁଥିବା ବର ବି. ଚିନ୍ନାଦୁରାଇ କହିଛନ୍ତି ଯେ ତାଙ୍କୁ ପିଲାଦିନରୁ ହିଁ ସୁଇମିଂ କରିବାର ସଉକ ରହିଛି। ସେ କହିଛନ୍ତି, ମୁଁ ୧୨ ବର୍ଷରୁ ହିଁ ସ୍କୁବା ଡାଇଭିଂ କରିଆସୁଛି। ଏଥିପାଇଁ ମୁଁ ମୋର ପ୍ରଶିକ୍ଷକ ଅରବିନ୍ଦ ସାରଙ୍କୁ ଧନ୍ୟବାଦ ଜଣାଉଛି। ସେ ହିଁ ମୋତେ ସମୁଦ୍ର ଭିତରେ ବିବାହ କରିବା ପାଇଁ ଆଇଡିଆ ଦେଇଥିଲେ। ଆମେ ପାଣି ଭିତରେ ପାଖାପାଖି ୪୫ ମିନିଟ୍ ବିତାଇଥିଲୁ। ମୁଁ ଏକ ଫୁଲତୋଡ଼ା ସହ ଶ୍ୱେତାଙ୍କୁ ପ୍ରପୋଜ କରିଥିଲି ଏବଂ ପୁଣି ପରସ୍ପରକୁ ବରଣମାଳା ଆଦାନ-ପ୍ରଦାନ କରିଥିଲୁ। ଏହି ସମୟରେ ଆମ ଉପରକୁ ପୁଷ୍ପ ବର୍ଷା ହୋଇଥିଲା ଏବଂ ପାଣି ଭିତରେ କିଛି ସମୟ ବିତାଇଥିଲୁ। ଆମେ ପାଣି ଭିତରେ ମାସ୍କ ସନ୍ଧାନରେ ଥିଲୁ। ଆମେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ଚାହୁଁଥିଲୁ ଏବଂ ଏଥିପାଇଁ ଆମେ ବିବାହକୁ ଏକ ସୁଯୋଗ ଭାବେ ବାଛିଥିଲୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।