କଂଗ୍ରେସ ନେତା ଅହମଦ ପଟେଲଙ୍କ ପୁଅଙ୍କୁ ଇଡିର ନୋଟିସ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ଅହମଦ୍ ପଟେଲଙ୍କ ପୁଅ ଫୈଜଲ ପଟେଲକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ପଠାଇଛି। ଫୈଜଲଙ୍କୁ ଷ୍ଟର୍ଲିଂ ବାୟୋଟେକ୍ ମାମଲାରେ ପଚରାଉଚରା କରିବା ପାଇଁ ଇଡି ଫୈଜଲଙ୍କୁ ତୃତୀୟ ଥର ପାଇଁ ହାଜର ହେବାକୁ ଡାକିଛି। ଷ୍ଟର୍ଲିଂ ବାୟୋଟେକ୍ କମ୍ପାନୀ ଆନ୍ଧ୍ରା ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କାର ଋଣ ନେଇ ଠକେଇ କରିଥିବା ଅଭିଯୋଗରେ ଇଡି ତଦନ୍ତ କରି ନୂଆ ପ୍ରମାଣ ପାଇଛି। ଏହାପରେ ଅହମଦଙ୍କ ପୁଅଙ୍କୁ ହାଜର ହେବାକୁ ଇଡି ନୋଟିସ୍ ପଠାଇଛି। […]

ahmed-patel

ahmed-patel

Subhransu Sekhar
  • Published: Thursday, 29 August 2019
  • Updated: 29 August 2019, 12:19 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ନେତା ଅହମଦ୍ ପଟେଲଙ୍କ ପୁଅ ଫୈଜଲ ପଟେଲକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ପଠାଇଛି। ଫୈଜଲଙ୍କୁ ଷ୍ଟର୍ଲିଂ ବାୟୋଟେକ୍ ମାମଲାରେ ପଚରାଉଚରା କରିବା ପାଇଁ ଇଡି ଫୈଜଲଙ୍କୁ ତୃତୀୟ ଥର ପାଇଁ ହାଜର ହେବାକୁ ଡାକିଛି। ଷ୍ଟର୍ଲିଂ ବାୟୋଟେକ୍ କମ୍ପାନୀ ଆନ୍ଧ୍ରା ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କାର ଋଣ ନେଇ ଠକେଇ କରିଥିବା ଅଭିଯୋଗରେ ଇଡି ତଦନ୍ତ କରି ନୂଆ ପ୍ରମାଣ ପାଇଛି। ଏହାପରେ ଅହମଦଙ୍କ ପୁଅଙ୍କୁ ହାଜର ହେବାକୁ ଇଡି ନୋଟିସ୍ ପଠାଇଛି।

ଷ୍ଟର୍ଲିଂ ବାୟୋଟେକ ହେଉଛି ଗୁଜରାଟର ଏକ ଫାର୍ମା କମ୍ପାନୀ, ଯାହା ଆନ୍ଧ୍ରା ବ୍ୟାଙ୍କରୁ ଋଣ ନେଇ ଦୁର୍ନୀତି କରିଥିବାର ଅଭିଯୋଗ ରହିଛି। ଏହି ଦୁର୍ନୀତି ମାମଲାରେ ଅନେକ କଂଗ୍ରେସ ନେତାଙ୍କ ସଂପୃକ୍ତି ଥିବା ଇଡି ସନ୍ଦେହ କରୁଛି। ଗତ ମାସରେ ଅହମଦ ପଟେଲଙ୍କ ଜ୍ୱାଇଁ ଇରଫାନ ସିଦ୍ଦିକିଙ୍କୁ ମଧ୍ୟ ଏହି ମାମଲାରେ ପଚରାଉଚରା କରିଥିଲା ଇଡି।

ସୂଚନାଯୋଗ୍ୟ, ଅହମଦ୍ ପଟେଲ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଗାନ୍ଧି ପରିବାରର ନିକଟତମ ବ୍ୟକ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos