ଝୁଲୁଛି ଚାଷୀ ଆନ୍ଦୋଳନର ଭାଗ୍ୟ

ନୂଆଦିଲ୍ଲୀ: ମାମଲା ସୁପ୍ରିମ କୋର୍ଟ ଯିବା ପରେ ସମସ୍ୟା ସମାଧାନର ସୂତ୍ର ଖୋଜିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏକ କମିଟି ଗଢ଼ିଲେ। କମିଟିର ସଦସ୍ୟମାନଙ୍କୁ ନେଇ ପ୍ରତିପକ୍ଷ ଆପତ୍ତି ଉଠାଇବା ପରେ ଏହାକୁ ନେଇ ଶଙ୍କା ଓ ଛକାପଞ୍ଝା ବଢୁଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଗଠିତ ଚାରିଜଣିଆ କମିଟିରୁ ଇସ୍ତଫା ଦେଇଛନ୍ତି ଜଣେ ପ୍ରମୁଖ ସଦସ୍ୟ। ଏଭଳି ସ୍ଥିତିରେ କମିଟିର ପୁନର୍ଗଠନ ଓ ଏହାର କାର୍ଯ୍ୟ ଆରମ୍ଭ ପ୍ରକ୍ରିୟା ବିଳମ୍ବିତ ହେବା ନିଶ୍ଚିତ ହୋଇ ପଡ଼ିଥିବାବେଳେ ଏପଟେ […]

farmer-protest

farmer-protest

Subhransu Sekhar
  • Published: Thursday, 14 January 2021
  • Updated: 14 January 2021, 05:17 PM IST

Sports

Latest News

ନୂଆଦିଲ୍ଲୀ: ମାମଲା ସୁପ୍ରିମ କୋର୍ଟ ଯିବା ପରେ ସମସ୍ୟା ସମାଧାନର ସୂତ୍ର ଖୋଜିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏକ କମିଟି ଗଢ଼ିଲେ। କମିଟିର ସଦସ୍ୟମାନଙ୍କୁ ନେଇ ପ୍ରତିପକ୍ଷ ଆପତ୍ତି ଉଠାଇବା ପରେ ଏହାକୁ ନେଇ ଶଙ୍କା ଓ ଛକାପଞ୍ଝା ବଢୁଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଗଠିତ ଚାରିଜଣିଆ କମିଟିରୁ ଇସ୍ତଫା ଦେଇଛନ୍ତି ଜଣେ ପ୍ରମୁଖ ସଦସ୍ୟ। ଏଭଳି ସ୍ଥିତିରେ କମିଟିର ପୁନର୍ଗଠନ ଓ ଏହାର କାର୍ଯ୍ୟ ଆରମ୍ଭ ପ୍ରକ୍ରିୟା ବିଳମ୍ବିତ ହେବା ନିଶ୍ଚିତ ହୋଇ ପଡ଼ିଥିବାବେଳେ ଏପଟେ ମାମଲା ନ୍ୟାୟପାଳିକାରେ ଥିବାରୁ କେନ୍ଦ୍ର ସରକାରଙ୍କ ଆଲୋଚନା ଉଦ୍ୟମ ମଧ୍ୟ ଅଦାଲତୀ କଟକଣା ଭିତରେ ଫସି ରହିଛି। ଆଉ ଖାସ୍ ଏଥିପାଇଁ ତ୍ରିଶଙ୍କୁ ଅବସ୍ଥାରେ ଝୁଲି ରହିଛି  ଗତ ୫୧ ଦିନ ଧରି ରାଜଧାନୀ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ କୃଷି ଆଇନର ଭାଗ୍ୟ।

ଆସନ୍ତାକାଲି (ଜାନୁଆରୀ ୧୫) ଆନ୍ଦୋଳନରେ ବସିଥିବା ଚାଷୀ ଏବଂ ସରକାରଙ୍କ ମଧ୍ୟରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ବୈଠକ ବସିବାର ସମ୍ଭାବନା କମ୍ କାରଣ ଏହି ପ୍ରସଙ୍ଗ ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ରହିଛି। ପୂର୍ବରୁ ସରକାର ଯେତେବେଳେ ଆଲୋଚନା କରୁଥିଲେ ଏହି ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ନଥିଲା। ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ ୪ ଜଣିଆ କମିଟି ଗଠନ କରିଥିଲେ। ହେଲେ ଏହି କମିଟିରୁ ଓହରିଯାଇଛନ୍ତି ଭାରତୀୟ କୃଷକ ସଂଘର ସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂହ ମାନ୍‌।

ସୁପ୍ରିମକୋର୍ଟ ଯେଉଁ ଚାରି ଜଣିଆ କମିଟି ଗଠନ କରିଛନ୍ତି ସେଥିରେ ଅନୀଲ ଧନଓ୍ୱନ୍ତ,  ପ୍ରମୋଦ କୁମାର ଯୋଶୀ ଓ ଅଶୋକ ଗୁଲାଟି ମଧ୍ୟ ରହିଛନ୍ତି। ଏହି ଚାରି ଜଣ ସରକାରଙ୍କ ଏହି ଆଇନକୁ ସମର୍ଥନ କରୁଥିଲେ ତେଣୁ ଆନ୍ଦୋଳନରତ ଚାଷୀ ଏହି କମିଟି ଆଗକୁ ଆସିବେନି ବୋଲି କହିଥିଲେ। ହେଲେ ବୁଧବାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ ଶୁଣାଣି କରି କହିଥିଲେ କମିଟି ଗଠନ ବାବଦରେ କୋର୍ଟ ନିଷ୍ପତ୍ତି ନେବେ। କାହାର ସ୍ୱାର୍ଥକୁ ଦେଖି କୋର୍ଟ କମିଟି ଗଠନ କରିବେ ନାହିଁ। ଏହି କମିଟି ତିନି କୃଷି ଆଇନକୁ ତର୍ଜମା କରି ରିପୋର୍ଟ ଦେବେ ଏଥିସହ ସରକାର, ଆନ୍ଦୋଳନରତ ଚାଷୀ ଏବଂ ଆଇନକୁ ସମର୍ଥନ କରୁଥିବା ଚାଷୀ କମିଟି ଆଗରେ ନିଜ ନିଜର ମତ ରଖିବେ। ଏହାପରେ କୋର୍ଟକୁ ରିପୋର୍ଟ ଦେବା ପରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସିଜେଆଇ କହିଥିଲେ।

ଏବେ କମିଟିରୁ ଓହରିଛନ୍ତି ଭୂପିନ୍ଦର ସିଂହ ମାନ୍‌। ତେଣୁ କମିଟିରେ ଆଉ କାହାକୁ ନିଯୁକ୍ତି ମିଳିବ ନା ତିନି ଜଣିଆ କମିଟି ରିପୋର୍ଟ ପ୍ରସ୍ତୁତ କରିବ ସେ ନେଇ କୋର୍ଟ ନିଷ୍ପତ୍ତି ନେବେ। ଯେହେତୁ ମାମଲା ବିଚାରଧୀନ ରହିଛି ତେଣୁ ସରକାର ଚାଷୀଙ୍କ ସହ ଆଲୋଚନା କରିବେ କି ନାହିଁ ଆଇନ୍ ବିଶେଷଜ୍ଞଙ୍କ ପରାମର୍ଶ କେନ୍ଦ୍ର ସରକାର ନେଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବୁଧବାର କୃଷି ଆଇନର ନକଲ କପିକୁ ବିଭିନ୍ନ ରାଜ୍ୟରେ ପୋଡ଼ି ବିରୋଧ ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନରତ ଚାଷୀ। ଆନ୍ଦୋଳନର ନେତୃତ୍ୱ ନେଉଥିବା ଚାଷୀ ନେତା ରାକେଶ ଟିକାଇତ କହିଛନ୍ତି ତିନି କୃଷି ଆଇନର ସମାଧାନ ତାଙ୍କ ଉଦ୍ଦେଶ୍ୟ ନୁହେଁ ବରଂ ଆଇନ ରଦ୍ଦ ହେବା ଦରକାର। ଯେପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର ନହୋଇଛି ସେ ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos