‘ମେଧାବୀ ହୋଇ ବି ମୋ ପୁଅକୁ ଭାରତରେ ସିଟ୍‌ ମିଳିଲାନି, ତେଣୁ...’

ନୂଆଦିଲ୍ଲୀ: ୟୁକ୍ରେନର ଖାରକିଭ୍‌ରେ ଘଟିଥିବା ବୋମାମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିବା ବେଳେ ତାଙ୍କ ପରିବାରକୁ ଲାଗିଛି ଶକ୍ତ ଝଟକା। ପୁଅର ଏପରି ଆକସ୍ମିକ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ। ଏପରିକି ଆମ ଦେଶରେ ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ଯୋଗୁ ପୁଅକୁ ବାହାରକୁ ଯିବାକୁ ପଡ଼ିଲା, ତେଣୁ ତା’ ଜୀବନ ଗଲା ବୋଲି କୋହଭରା କଣ୍ଠରେ କହିଛନ୍ତି ନବୀନଙ୍କ ପିତା। ଏନେଇ ନବୀନଙ୍କ ପିତା ଶେଖରପ୍ପା ଜ୍ଞାନଗୌଡ଼ା କହିଛନ୍ତି, […]

indian-student

indian-student

Niharika Rout
  • Published: Wednesday, 02 March 2022
  • Updated: 02 March 2022, 10:33 AM IST

ନୂଆଦିଲ୍ଲୀ: ୟୁକ୍ରେନର ଖାରକିଭ୍‌ରେ ଘଟିଥିବା ବୋମାମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିବା ବେଳେ ତାଙ୍କ ପରିବାରକୁ ଲାଗିଛି ଶକ୍ତ ଝଟକା। ପୁଅର ଏପରି ଆକସ୍ମିକ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ। ଏପରିକି ଆମ ଦେଶରେ ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ଯୋଗୁ ପୁଅକୁ ବାହାରକୁ ଯିବାକୁ ପଡ଼ିଲା, ତେଣୁ ତା’ ଜୀବନ ଗଲା ବୋଲି କୋହଭରା କଣ୍ଠରେ କହିଛନ୍ତି ନବୀନଙ୍କ ପିତା।

ଏନେଇ ନବୀନଙ୍କ ପିତା ଶେଖରପ୍ପା ଜ୍ଞାନଗୌଡ଼ା କହିଛନ୍ତି, ମୋ ପୁଅ ଜଣେ ମେଧାବୀ ଛାତ୍ର ଥିଲା। ଡାକ୍ତରୀ ପଢ଼ିବା ନିମନ୍ତେ ପୁଅ ଛୋଟ ବେଳୁ ସ୍ୱପ୍ନ ଦେଖୁଥିଲା। ସେ ଦଶମରେ ୯୬% ଓ ଦ୍ୱାଦଶରେ ୯୭% ମାର୍କ ରଖିଥିଲା। ଏହାସତ୍ତ୍ୱେ ଆମ ଦେଶରେ ସେ ମେଡିକାଲ ପଢ଼ିବାକୁ ସୁଯୋଗ ପାଇପାରିଲା ନାହିଁ। ହେଲେ ଆମେ ଦେଶରେ ପ୍ରଚଳିତ ଜାତିବାଦ ତଥା ଶିକ୍ଷା ବ୍ୟବସ୍ଥା ଯୋଗୁ ମୋ ପୁଅକୁ ଏଠାରେ ସିଟ୍‌ ମିଳିପାରିଲା ନାହିଁ । ଏହାବାଦ ଘରୋଇ କଲେଜରେ ମେଡିକାଲ ପଢ଼ିଲେ କୋଟିଏରୁ ୨ କୋଟି ଖର୍ଚ୍ଚ କରିବାକୁ ପଡ଼ୁଛି, ଯାହାକି ଆମ ସାମର୍ଥ ବାହାରେ ଥିଲା।

ତେଣୁ ଯେଉଁ ପାଠ ପଢ଼ିବା ପାଇଁ ଆମ ଦେଶରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି, ବାହାର ଦେଶରେ ତାହା ଅପେକ୍ଷାକୃତ କମ୍‌ ଖର୍ଚ୍ଚରେ କିଛି ଲକ୍ଷ ଟଙ୍କାରେ ମିଳିପାରୁଛି। ଏହାବାଦ ସେଠାକାର ଶିକ୍ଷା ପ୍ରଣାଳୀ, ତଥା ଉପକରଣ ଭାରତ ତୁଳନାରେ ଖୁବ୍‌ ଭଲ ଥିବା ବେଳେ ତାହା ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ଗ୍ରହଣୀୟ।  ତେଣୁ ଆମେ ପୁଅକୁ ବାହାରକୁ ପଢ଼ିବାକୁ ଛାଡ଼ିଥିଲୁ । ଭାରତରେ ପଢ଼ିଥିଲେ ହୁଏତ ସେ ବଞ୍ଚି ଯାଇଥାନ୍ତା । ହେଲେ ଭାଗ୍ୟରେ କିଛି ଅଲଗା ଲେଖାଥିଲା ବୋଲି କୋହଭରା କଣ୍ଠରେ କହିଛନ୍ତି ଜ୍ଞାନଗୌଡ଼ା ।

ଏଥିସହ ସେ କହିଛନ୍ତି, ପୁଅର ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହ କଥା ହୋଇ ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୃତଦେହକୁ ଭାରତ ଆଣିବା ବ୍ୟବସ୍ଥା କରାଯାଉଥିବା କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନଙ୍କ ବୟସ ୨୧ ବର୍ଷ। ତାଙ୍କ ଘର କର୍ଣ୍ଣାଟକାର ହାବେରି ଅଞ୍ଚଳରେ। ସେ ଗତକାଲି ସକାଳେ ସଉଦା କିଣିବାକୁ ଯାଇଥିଲେ।  ଗଭର୍ଣ୍ଣର ହାଉସ ନିକଟରେ ଥିବା ସୁପର ମାର୍କେଟରେ ନବୀନ ଲାଇନରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ବୋମା ମାଡ଼ରେ ତାଙ୍କ ଜୀବନ ଯାଇଛି। ଘଟଣା ପରେ ତାଙ୍କ ମୃତଦେହକୁ ଶବାଗାରରେ ରଖାଯାଇଛି। ସେଠାରୁ ତାହାକୁ ଭାରତ ଆଣିବାକୁ ବ୍ୟବସ୍ଥା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story