ନୂଆଦିଲ୍ଲୀ: ଲକ୍ଡାଉନ୍ ଅବଧି ଏପ୍ରିଲ ୧୫ରୁ ମେ’ ୩ ଯାଏ ପୁଣି ବୃଦ୍ଧି ପାଇଥିବାରୁ ଯାନବାହାନ ଏବଂ ସ୍ୱାସ୍ଥ୍ୟ ବୀମା ଅବଧି ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ବର୍ତ୍ତମାନ ମେ’ ୧୫ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ଏପ୍ରିଲ ୨୧ ଯାଏ ବୃଦ୍ଧି ପାଇଥିଲା। ଏହା ଉଭୟ ଯାନବାହାନ ଏବଂ ସ୍ୱାସ୍ଥ୍ୟ ବୀମାଧାରୀଙ୍କୁ ପ୍ରିମିୟମ୍ ଭରିବା ପାଇଁ ଯଥେଷ୍ଟ ସମୟ ଦେବ।
ତେବେ ଏହି ଅବଧି ବୃଦ୍ଧି କେବଳ ମୋଟର ଥାର୍ଡ ପାର୍ଟି ପାଇଁ। ଏହା ଓନ୍ଡ ଡ୍ୟାମେଜ୍ ବା ବ୍ୟକ୍ତିଗତ ଦୁର୍ଘଟଣା ପାଇଁ ଲାଗୁହେବନି। ଆଇଆରଡିଏଆଇ ଅଧିକାରୀଙ୍କ କହିବା ଅନୁଯାୟୀ, ବୃଦ୍ଧି ପାଇଥିବା ଅବଧି ଏବଂ ବୈଧତା ମୋଟର ଥାର୍ଡ ପାର୍ଟି କମ୍ପୋନେଣ୍ଟ ପାଇଁ ଲାଗୁ ହେବ।
ଏହା ମାର୍ଚ୍ଚ ୨୫ରୁ ମେ’ ୩ ମଧ୍ୟରେ ସରିବାକୁ ଥିବା ପଲିସି ପାଇଁ ଲାଗୁ ହେବ। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଅବଧିରେ ବୈଧତା ସରିଥିଲେ ମଧ୍ୟ ପୂର୍ବବତ୍ କଭରେଜ୍ ରହିବ ଏବଂ ଅନ୍ୟ ସୁବିଧା ମିଳିପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।