ଯୋଧପୁର: ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବଲିଉଡ୍ ଅଭିନେତ୍ରୀ ନୀଲମ, ତବୁ, ସୋନାଲୀ ବେନ୍ଦ୍ରେ ଓ ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କ ଅଡ଼ୁଆ ବଢ଼ିବାକୁ ଯାଉଛି। କାରଣ ଏମାନଙ୍କୁ ନିର୍ଦ୍ଦୋଷ ବୋଲି ଦିଆଯାଇଥିବା ରାୟ ବିରୋଧରେ ରାଜସ୍ଥାନ ସରକାର ପୁଣି ଆବେଦନ କରିବେ ବୋଲି ଆଜି ସୂଚନା ଦେଇଛନ୍ତି।
କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ବଲିଉଡ୍ର ଦବଙ୍ଗ ଷ୍ଟାର ସଲମାନ ଖାନ୍ଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅନ୍ୟମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏବେ ସଲମାନ ଜାମିନ୍ରେ ଅଛନ୍ତି।
୧୯୯୮ ମସିହାରେ ବଲିଉଡ୍ ହିଟ୍ ଫିଲ୍ମ 'ହମ୍ ସାଥ୍ ହୈ'ର ଶୁଟିଂ ବେଳେ ସଲମାନ, ସୈଫ୍, ତବୁ, ସୋନାଲୀ ଓ ନୀଲମ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା। ତେବେ ୫ମାସ ତଳେ ଯୋଧପୁର କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଅନ୍ୟମାନଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।
ସଲମାନ ଜେଲ୍ରେ କିଛି ଦିନ ରହିବା ପରେ ଜାମିନ୍ରେ ଖଲାସ୍ ହୋଇଥିଲେ। ଏବେ ସେ ଯେତେଥର ବିଦେଶ ଯାତ୍ରା କରିବେ, କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ଜାମିନ୍ରେ ସର୍ତ୍ତ ରହିଛି। ତେବେ ଅନ୍ୟମାନଙ୍କ ପାଇଁ ବି ଏବେ ରାଜସ୍ଥାନ ସରକାର କଣ୍ଟା ହୋଇ ଛିଡ଼ା ହେବେ ବୋଲି ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।