ନୂଆଦିଲ୍ଲୀ: ଆମେରିକାରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ବିରୋଧ ପ୍ରଦର୍ଶନ ଥମିବାର ନାଁ ନେଉ ନାହିଁ। ଏହା ମଧ୍ୟରେ ବୁଧବାର କିଛି ପ୍ରଦର୍ଶନକାରୀ ୱାଶିଂଟନ୍ ଡିସିସ୍ଥ ଭାରତୀୟ ଦୂତାବାସରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ କ୍ଷତି ପହଞ୍ଚାଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ୱାଶିଂଟନ୍ ପୁଲିସ୍ ଦୋଷୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଏହି ମାମଲାରେ ଆମେରିକା ଦୁଃଖ ପ୍ରକାଶ କରିବା ସହ ଭାରତକୁ କ୍ଷମା ମଧ୍ୟ ମାଗିଛି।
ଭାରତୀୟ ଦୂତାବାସ ଆମେରିକା ଆଗରେ ଏହି ମାମଲାକୁ ଉଠାଇଥିଲା। ଭାରତୀୟ ଦୂତାବାସ ମେଟ୍ରୋପଲିୟନ୍ ପୁଲିସକୁ ଅଭିଯୋଗ କରିଥିଲା। ୩୦ ସେପ୍ଟେମ୍ବର, ୨୦୧୪ରେ ଓ୍ବାଶିଂଟନ ଡିସିରେ ମହାତ୍ମା ଗାନ୍ଧିଙ୍କ ଏହି ପ୍ରତିମୂର୍ତ୍ତି ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
So sorry to see the desecration of the Gandhi statue in Washington, DC. Please accept our sincere apologies: Ken Juster, U.S. Ambassador to India (file pic) https://t.co/GxoSEQzCeN pic.twitter.com/weyy9Ur7oK
— ANI (@ANI) June 4, 2020
ତେବେ ପ୍ରଦର୍ଶନକାରୀଙ୍କ ଦ୍ୱାରା ହୋଇଥିବା ଏହି ଦୁର୍ବ୍ୟବହାର ପାଇଁ ଭାରତରେ ଥିବା ଆମେରିକା ବ୍ରାଣ୍ଡ ଆମ୍ବାସାଡର କେନ୍ ଜଷ୍ଟର୍ କ୍ଷମା ମାଗିଛନ୍ତି। କେନ୍ ଜଷ୍ଟର୍ କହିଛନ୍ତି, ୱାଶିଂଟନରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସହ ହୋଇଥିବା ଦୁର୍ବ୍ୟବହାର ପାଇଁ ଆମେ ଦୁଃଖିତ। ଏଥିପାଇଁ ଆମେ କ୍ଷମା ମାଗୁଛୁ।
Mahatma Gandhi’s statue outside the Indian Embassy in Washington DC desecrated by unruly elements of #BlackLivesMatter protesters. Sources tell ANI that United States Park Police have launched an investigation, more details awaited. pic.twitter.com/jxRpIhqd2W
— ANI (@ANI) June 4, 2020
ସୂଚନାଯୋଗ୍ୟ, ମେ' ୨୫ ତାରିଖରେ ଆମେରିକାର ମିନିୟାପଲିସରେ ଜଣେ ପୁଲିସ୍ ଅଧିକାରୀ ଜର୍ଜ ଫ୍ଲଏଡଙ୍କୁ ଗିରଫ କରିଥିଲା। ଏହା ପରେ ପୁଲିସ୍ ଅଧିକାରୀ ଜଣକ ଜର୍ଜଙ୍କ ବେକକୁ ୭ରୁ ଅଧିକ ମିନିଟ୍ ଧରି ନିଜ ଗୋଡରେ ଚାପି ରଖିଥିଲେ, ଯେଉଁଥିରେ ଜର୍ଜଙ୍କର ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଆମେରିକାର ପ୍ରତି ରାଜ୍ୟରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।