ରାଜ୍ୟପାଳଙ୍କୁ ଗେହଲଟଙ୍କ ସାନି ପ୍ରସ୍ତାବରେ 'ଫ୍ଲୋର ଟେଷ୍ଟ' ଗାଏବ

ଜୟପୁର: ରାଜସ୍ଥାନରେ ରାଜନୀତିକ ଅସ୍ଥିରତା ଜାରି ରହିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାନି ପ୍ରସ୍ତାବ ପଠାଇଛନ୍ତି। ୩୧ ଜୁଲାଇରୁ ବିଧାନସଭା ଅଧିବେଶନକୁ ଡାକିବାକୁ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି। ହେଲେ ବିଧାନସଭାରେ ‘ଫ୍ଲୋର ଟେଷ୍ଟ’ ବା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ନେଇ କୌଣସି ଉଲ୍ଲେଖ କରି ନାହାନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ। କରୋନା ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତାବରେ ଉଲ୍ଲେଖ […]

kalraj-mishra-ashok-gehlot (1)

kalraj-mishra-ashok-gehlot (1)

Subhransu Sekhar
  • Published: Sunday, 26 July 2020
  • Updated: 26 July 2020, 05:33 PM IST

Sports

Latest News

ଜୟପୁର: ରାଜସ୍ଥାନରେ ରାଜନୀତିକ ଅସ୍ଥିରତା ଜାରି ରହିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାନି ପ୍ରସ୍ତାବ ପଠାଇଛନ୍ତି। ୩୧ ଜୁଲାଇରୁ ବିଧାନସଭା ଅଧିବେଶନକୁ ଡାକିବାକୁ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି। ହେଲେ ବିଧାନସଭାରେ 'ଫ୍ଲୋର ଟେଷ୍ଟ' ବା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ନେଇ କୌଣସି ଉଲ୍ଲେଖ କରି ନାହାନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ। କରୋନା ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତାବରେ ଉଲ୍ଲେଖ ରହିଛି।

ରବିବାର ଏହି ପ୍ରସ୍ତାବ ରାଜ୍ୟପାଳଙ୍କ ପାଖକୁ ଗେହଲଟ ସରକାର ପଠାଇଛନ୍ତି। ଏହା ପୂର୍ବରୁ ଶନିବାର ରାତିରେ ଗେହଲଟଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ଗେହଲଟଙ୍କ ବାସଭବନରେ ବସିଥିବା ଏହି ବୈଠକରେ ରବିବାର ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।

ବିଧାନସଭାର ଅଧିବେଶନ ୩୧ ଜୁଲାଇରୁ ଡକାଯିବ ବୋଲି ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ବିଧାନସଭା ଅଧିବେଶନ ଡାକିବାକୁ କଂଗ୍ରେସ ବିଧାୟକମାନେ ମଧ୍ୟ ଅଡ଼ି ବସିଥିଲେ। ଏମିତିକି ରାଜଭବନ ଆଗରେ ଦୀର୍ଘ ୫ ଘଣ୍ଟା ଘରି ଅଧିବେଶନ ଡାକିବା ଜିଦରେ ଶାସକ ଦଳର ବିଧାୟକ ନାରାବାଜି କରିଥିଲେ।

ଏହାପରେ ରାଜ୍ୟପାଳ କଲରାଜ ମିଶ୍ର ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ 6ଟି ପ୍ରସ୍ତାବ ରଖି କିଛି ଜବାବ ମାଗିଥିଲେ। ଏହା ପରେ ଶନିବାର ଗେହଲଟଙ୍କ ବାସଭବନରେ ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ରାଜ୍ୟପାଳଙ୍କ ଦ୍ୱାରା ପଚରା ଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ପରେ ସଂଶୋଧିତ ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ଅନୁମୋଦନ ଦେଇଥିଲା।

ତେବେ ଜୁଲାଇ ୩୧ରେ ଅଧିବେଶନ ଡାକିବା ନେଇ ରାଜ୍ୟପାଳ କୌଣସି ପ୍ରତିକ୍ରିୟା ରଖିନଥିବା ସୂଚନା ରହିଛି। ଅନ୍ୟପଟେ ଆବଶ୍ୟକ ପଡ଼ିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ବୋଲି ଅଶୋକ ଗେହଲଟ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଆଗରେ ବିରୋଧ ପ୍ରଦର୍ଶନ କରିବାକୁ ରାଜସ୍ଥାନର କଂଗ୍ରେସ ସରକାର ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story