‘ଛାତ୍ର ଛାତ୍ରୀଙ୍କ ମନ୍ କୀ ବାତ୍ ଶୁଣନ୍ତୁ ମୋଦି ସରକାର’

ନୂଆଦିଲ୍ଲୀ: କେରଳ ୱାୟାନାଡର ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ NEET ଏବଂ JEE ପରୀକ୍ଷା ପାଇଁ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ସରକାର ଛାତ୍ରଛାତ୍ରୀଙ୍କ ‘ମନ୍ କୀ ବାତ୍’ ଶୁଣିବା ଦରକାର। ସେମାନଙ୍କର ସମସ୍ୟାର ସମାଧାନ ହେବା ଦରକାର ବୋଲି ସେ ଟ୍ୱିଟ୍ କରି କହିଛନ୍ତି। ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ NEET, JEE ପରୀକ୍ଷା ବିଷୟରେ ସରକାରଙ୍କୁ କହୁଛନ୍ତି। ସେମାନଙ୍କ […]

rahul gandhi

rahul gandhi

Subhransu Sekhar
  • Published: Sunday, 23 August 2020
  • Updated: 23 August 2020, 04:25 PM IST

Sports

Latest News

ନୂଆଦିଲ୍ଲୀ: କେରଳ ୱାୟାନାଡର ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ NEET ଏବଂ JEE ପରୀକ୍ଷା ପାଇଁ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ସରକାର ଛାତ୍ରଛାତ୍ରୀଙ୍କ ‘ମନ୍ କୀ ବାତ୍’ ଶୁଣିବା ଦରକାର। ସେମାନଙ୍କର ସମସ୍ୟାର ସମାଧାନ ହେବା ଦରକାର ବୋଲି ସେ ଟ୍ୱିଟ୍ କରି କହିଛନ୍ତି।

ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ NEET, JEE ପରୀକ୍ଷା ବିଷୟରେ ସରକାରଙ୍କୁ କହୁଛନ୍ତି। ସେମାନଙ୍କ କଥା ସରକାର ଶୁଣିବା ଦରକାର। ଏଥିସହ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରିବା ଦରକାର।

ଏଥି ସହିତ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ମଧ୍ୟ NEET-JEE ପରୀକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଦେଶରେ କରୋନା ସ୍ଥିତି ଏବେ ବି ସ୍ୱାଭାବିକ ହୋଇନାହିଁ। ଏଭଳି ପରିସ୍ଥିତିରେ ଯଦି NEET ଏବଂ JEE ପରୀକ୍ଷା ହେଉଥିବାରୁ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି। ସରକାର ଏବେ ଶିକ୍ଷା ଅନୁଷ୍ଠାନ ସହିତ ଆଲୋଚନା କରି ସଠିକ୍ ନିଷ୍ପତ୍ତି ନେବା ଦରକାର।

ସେହିପରି ଆମ୍ ଆଦମୀ ଦଳର ନେତା ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିଶୋଦିଆ କେନ୍ଦ୍ର ସରକାରଙ୍କୁ JEE ଏବଂ NEET ର ପରୀକ୍ଷା ବାତିଲ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଦୁଇଟି ପରୀକ୍ଷା ତୁରନ୍ତ ବାତିଲ କରିବା ସହିତ ଚଳିତ ବର୍ଷ ଆଡମିଶନ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବା ଦରକାର ବୋଲି ସିଶୋଦିଆ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି।

ଜାତୀୟ ପରୀକ୍ଷା ଏଜେନ୍ସି (NTA) ଘୋଷଣା କରିଛି ଯେ JEE-Main ପରୀକ୍ଷା ସେପ୍ଟେମ୍ବର 1 ରୁ ସେପ୍ଟେମ୍ବର 6 ପର୍ଯ୍ୟନ୍ତ ଏବଂ NEET ପରୀକ୍ଷା 13 ସେପ୍ଟେମ୍ବରରେ ଅନୁଷ୍ଠିତ ହେବ।  ଏହି ପରୀକ୍ଷା ମେ 3ରେ ହେବାର ଥିଲା, କିନ୍ତୁ କରୋନା ଭାଇରସ୍ ମହାମାରୀ ପାଇଁ ଦେଶ ଲକଡାଉନ୍ ରହିଥିବାରୁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା।

ନିକଟରେ ଏହି ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ହେଲେ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos