ବଦଳିବ ଗାଡ଼ି କିଣିବା ନିୟମ!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୂଆ ଗାଡ଼ି କିଣିବା ନିୟମ ପରିବର୍ତ୍ତନ କରିବା ଉପରେ ବିଚାର କରୁଛନ୍ତି। ମୁଖ୍ୟତଃ ନୂଆ ଯାନ ପଞ୍ଜିକରଣ ପ୍ରମାଣପତ୍ର (ଆରସି) ନିୟମକୁ କଡାକଡି କରିବା ନେଇ ସରକାର ବିଚାର ବିମର୍ଶ କରୁଛନ୍ତି। ଏଥିପାଇଁ ସରକାର ମୋଟର ଯାନଗୁଡିକର ମାଲିକାନାରେ ସ୍ୱଚ୍ଛତା ଆଣିବା ପାଇଁ ମୋଟର ଯାନ ଅଧିନିୟମ ୧୯୮୯ର ଫର୍ମ ୨୦ ରେ ସଂଶୋଧନ ପାଇଁ ଏକ ପ୍ରସ୍ତାବ ପାସ କରିଛନ୍ତି। ଏଥିପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଯାହା ଉପରେ ଲୋକଙ୍କ […]

Cars-Bikes India

Cars-Bikes India

Subhransu Sekhar
  • Published: Sunday, 23 August 2020
  • Updated: 23 August 2020, 10:26 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୂଆ ଗାଡ଼ି କିଣିବା ନିୟମ ପରିବର୍ତ୍ତନ କରିବା ଉପରେ ବିଚାର କରୁଛନ୍ତି। ମୁଖ୍ୟତଃ ନୂଆ ଯାନ ପଞ୍ଜିକରଣ ପ୍ରମାଣପତ୍ର (ଆରସି) ନିୟମକୁ କଡାକଡି କରିବା ନେଇ ସରକାର ବିଚାର ବିମର୍ଶ କରୁଛନ୍ତି। ଏଥିପାଇଁ ସରକାର ମୋଟର ଯାନଗୁଡିକର ମାଲିକାନାରେ ସ୍ୱଚ୍ଛତା ଆଣିବା ପାଇଁ ମୋଟର ଯାନ ଅଧିନିୟମ ୧୯୮୯ର ଫର୍ମ ୨୦ ରେ ସଂଶୋଧନ ପାଇଁ ଏକ ପ୍ରସ୍ତାବ ପାସ କରିଛନ୍ତି। ଏଥିପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଯାହା ଉପରେ ଲୋକଙ୍କ ମତାମତ ମଗାଯାଇଛି।

ମୋଟର ଯାନ ନିୟମ ୧୯୮୯ ଅନୁଯାୟୀ ଫର୍ମ ୨୦ ରେ ସଂଶୋଧନ ପାଇଁ ୧୮ ଅଗଷ୍ଟରେ ବିଜ୍ଞପ୍ତି ଜାରି କରାଯାଇଥିଲା। ସରକାର କହିଛନ୍ତି ଯେ ପରିବହନ ମନ୍ତ୍ରାଳୟ ଜାଣିବାକୁ ପାଇଛି ଯେ ମୋଟର ଯାନ ଅଧିନିୟମ ଅନୁଯାୟୀ ଗାଡ଼ି ପଞ୍ଜିକରଣ ଦଲିଲ ଗାଡିର ମାଲିକାନାକୁ ସଠିକ୍ ଭାବରେ ପ୍ରତିଫଳିତ କରୁ ନାହିଁ। ଯାହାକୁ ପରିବର୍ତ୍ତନ କରାଯିବା ଆବଶ୍ୟକ।

ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି ଯେ ଲୋକମାନେ ଗାଡ଼ିର ପଞ୍ଜିକରଣ କରିବା ବେଳେ ମାଲିକାନା ଅଧିକାରକୁ ସଠିକ୍ ଭାବରେ ଉଲ୍ଲେଖ କରୁନାହାଁନ୍ତି। ତେଣୁ ମୋଟର ଯାନଗୁଡିକର ମାଲିକାନାରେ ସ୍ୱଚ୍ଛତା ଆଣିବା ପାଇଁ ପରିବହନ ମନ୍ତ୍ରାଳୟ ମୋଟର ଯାନ ଅଧିନିୟମ ୧୯୮୯ର ଫର୍ମ ୨୦ ରେ ସଂଶୋଧନ ପାଇଁ ଏକ ପ୍ରସ୍ତାବ ପାସ କରିଛି। ମନ୍ତ୍ରାଳୟ କହିଛି ଯେ ସ୍ୱୟଂଶାସିତ ସଂସ୍ଥା, କେନ୍ଦ୍ର ସରକାର, ଚାରିଟେବୁଲ ଟ୍ରଷ୍ଟ, ଡ୍ରାଇଭିଂ ଟ୍ରେନିଂ ସ୍କୁଲ, ପିଡବ୍ଲ୍ୟୁଡି, ଶିକ୍ଷାନୁଷ୍ଠାନ, ସ୍ଥାନୀୟ କର୍ତ୍ତୃପକ୍ଷ, ପୁଲିସ ବିଭାଗ ଦ୍ୱାରା ଗାଡ଼ିର ମାଲିକାନା ସୁନିଶ୍ଚିତ କରାଯାଇପାରିବ ବୋଲି ସରକାର ଚିନ୍ତା କରୁଛନ୍ତି।

ମନ୍ତ୍ରାଳୟ କହିଛି ଯେ ମୋଟର ଯାନ କିଣିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ଭିନ୍ନକ୍ଷମ ମାନଙ୍କୁ ଜିଏସଟି ଏବଂ ଅନ୍ୟାନ୍ୟ ରିହାତି ପ୍ରଦାନ କରାଯାଇପାରିବ। ଯାନ ପଞ୍ଜିକରଣର ଦଲିଲରେ ଭିନ୍ନକ୍ଷମ ବାବଦରେ ଉଲ୍ଲେଖ କରାଯାଇ ନାହିଁ। ଏହି କାରଣରୁ ଭିନ୍ନକ୍ଷମମାନେ ଅନେକ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos