ପ୍ରବାସୀଙ୍କ ପାଇଁ ଭିସା କୋହଳ କଲା ଭାରତ, ଜାଣନ୍ତୁ କେଉଁମାନେ ଆସିପାରିବେ

ନୂଆଦିଲ୍ଲୀ: କରୋନା ମହାମାରୀକୁ ରୋକିବା ପାଇଁ ସାରା ଦେଶକୁ ଲକଡାଉନ୍ କରାଯାଇଛି। ଲକଡାଉନ୍ ପୂର୍ବରୁ ହିଁ ଦେଶକୁ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। କିନ୍ତୁ ଏବେ କେନ୍ଦ୍ର ସରକାର ପୁଣିଥରେ ବିଦେଶୀ ନାଗରିକଙ୍କ ଭାରତ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକୁ ଧୀରେ ଧୀରେ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ କିଛି ବର୍ଗର ବିଦେଶୀ ନାଗରିକଙ୍କୁ ଭାରତ ଆସିବା ପାଇଁ ଅନୁମତି ମିଳିଛି ଏବଂ ସେମାନଙ୍କୁ ଭିସା ମଧ୍ୟ ପ୍ରଦାନ କରାଯିବ। ବିଦେଶୀଙ୍କୁ ଭାରତ ଆସିବା […]

visa

visa

Ranjit Kumar Jena
  • Published: Wednesday, 03 June 2020
  • Updated: 03 June 2020, 07:42 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀକୁ ରୋକିବା ପାଇଁ ସାରା ଦେଶକୁ ଲକଡାଉନ୍ କରାଯାଇଛି। ଲକଡାଉନ୍ ପୂର୍ବରୁ ହିଁ ଦେଶକୁ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। କିନ୍ତୁ ଏବେ କେନ୍ଦ୍ର ସରକାର ପୁଣିଥରେ ବିଦେଶୀ ନାଗରିକଙ୍କ ଭାରତ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକୁ ଧୀରେ ଧୀରେ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ କିଛି ବର୍ଗର ବିଦେଶୀ ନାଗରିକଙ୍କୁ ଭାରତ ଆସିବା ପାଇଁ ଅନୁମତି ମିଳିଛି ଏବଂ ସେମାନଙ୍କୁ ଭିସା ମଧ୍ୟ ପ୍ରଦାନ କରାଯିବ।

ବିଦେଶୀଙ୍କୁ ଭାରତ ଆସିବା ପାଇଁ ଅନୁମତି ଦେଇ ଗୃହ ମନ୍ତ୍ରାଳୟର ଅର୍ଥବ୍ୟବସ୍ଥାକୁ ପୁଣିଥରେ ଆରମ୍ଭ କରିବାକୁ ପ୍ରାଥମିକ ପଦକ୍ଷେପ ନେଇଛନ୍ତି। ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ବିଦେଶୀଙ୍କୁ ଚାରୋଟି ବର୍ଗରେ ରଖାଯାଇଛି, ଯେଉଁମାନେ ନନ୍‌ସିଡ୍ୟୁଲ୍ କମର୍ଶିଆଲ୍ ବିମାନ କିମ୍ବା ଚାର୍ଟାର୍ଡ ବିମାନ ଯୋଗେ ଦେଶରେ ପ୍ରବେଶ କରିପାରିବେ। ଏଥିରେ ବ୍ୟବସାୟୀମାନେ ମଧ୍ୟ ସାମିଲ୍‌ ଅଛନ୍ତି।

ବ୍ୟବସାୟୀଙ୍କ ବ୍ୟତୀତ ମେଡିକାଲ୍ ସ୍ପେଶାଲିଷ୍ଟଙ୍କୁ ମଧ୍ୟ ଛାଡ଼ ମିଳିଛି। ତେବେ ମେଡିକାଲ୍ ସ୍ପେଶାଲିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ମାନ୍ୟତାପ୍ରାପ୍ତ ଓ ପଞ୍ଜୀକୃତ ସ୍ୱାସ୍ଥ୍ୟସୁରକ୍ଷା ସୁବିଧା ଥିବା ଆବଶ୍ୟକ। ଏହାବ୍ୟତୀତ ବିଦେଶରେ ପ୍ରସ୍ତୁତ ହୋଇଥିବା ମେଶିନକୁ ଇନଷ୍ଟଲ୍ କରିବା, ଠିକ୍ କରିବା କିମ୍ବା ଏହାର ମେଣ୍ଟେନାନ୍ସ ପାଇଁ ଟେକ୍ନିକାଲ୍ ବିଶେଷଜ୍ଞ ଓ ଇଞ୍ଜିନିୟରମାନେ ମଧ୍ୟ ଭାରତ ଆସିପାରିବେ। ତେବେ ଏ ସମସ୍ତଙ୍କୁ ପୁଣିଥରେ ଭିସା ପାଇଁ ଆବେଦନ କରିବାକୁ ପଡ଼ିବ।

ଯେଉଁ ବିଦେଶୀ ନାଗରିକଙ୍କ ପାଖରେ ଭାରତ ଆସିବା ପାଇଁ ଲଙ୍ଗ ଟର୍ମ ମଲ୍ଟିପଲ୍ ଆଣ୍ଟି ବିଜନେସ୍ ଭିସା (ସ୍ପୋର୍ଟ୍ସ ପାଇଁ ବି-୩ ଭିସାକୁ ଛାଡ଼ି) ଅଛି, ସେମାନଙ୍କୁ ବିଦେଶରେ ଭାରତୀୟ ମିଶନ୍ କିମ୍ବା ପୋଷ୍ଟ ଦ୍ୱାରା ବିଜନେସ୍ ଭିସାକୁ ରିଭାଲିଡେଟ୍ କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos