ହୋଟେଲ୍, ରେଷ୍ଟୁରାଣ୍ଟ ଏବଂ ଧାର୍ମିକସ୍ଥଳୀ ପାଇଁ ଗାଇଡ୍ ଲାଇନ୍ ଜାରି

ନୂଆଦିଲ୍ଲୀ: ଆସନ୍ତା ସୋମବାର ଠାରୁ ଦେଶରେ ରେଷ୍ଚୁରାଣ୍ଟ, ହୋଟେଲ ଏବଂ ଧାର୍ମିକସ୍ଥଳୀ ଖୋଲିବ। ଦୁଇ ମାସରୁ ଅଧିକ ଦିନ ବନ୍ଦ ରହିବା ପରେ ଏ ସବୁ ଖୋଲିବାକୁ ଯାଉଛି। ତେବେ ଏ ନେଇ କେନ୍ଦ୍ର ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଧାର୍ମିକସ୍ଥଳୀ ପାଇଁ ଗାଇଡ୍ ଲାଇନ୍ ମନ୍ଦିରରେ ପ୍ରବେଶ କରିବା ବେଳେ ହାତ ବିଶୋଧୀକରଣ ଏବଂ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା ରହିବ। ସୁସ୍ଥ ଲୋକଙ୍କୁ କେବଳ ପ୍ରବେଶ ପାଇଁ ଅନୁମତି ଦିଆଯିବ। ସମସ୍ତ ବ୍ୟକ୍ତି ଫେସ୍ […]

temple

temple

Subhransu Sekhar
  • Published: Thursday, 04 June 2020
  • Updated: 05 June 2020, 08:53 AM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ସୋମବାର ଠାରୁ ଦେଶରେ ରେଷ୍ଚୁରାଣ୍ଟ, ହୋଟେଲ ଏବଂ ଧାର୍ମିକସ୍ଥଳୀ ଖୋଲିବ। ଦୁଇ ମାସରୁ ଅଧିକ ଦିନ ବନ୍ଦ ରହିବା ପରେ ଏ ସବୁ ଖୋଲିବାକୁ ଯାଉଛି। ତେବେ ଏ ନେଇ କେନ୍ଦ୍ର ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି।

ଧାର୍ମିକସ୍ଥଳୀ ପାଇଁ ଗାଇଡ୍ ଲାଇନ୍

  • ମନ୍ଦିରରେ ପ୍ରବେଶ କରିବା ବେଳେ ହାତ ବିଶୋଧୀକରଣ ଏବଂ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା ରହିବ।
  • ସୁସ୍ଥ ଲୋକଙ୍କୁ କେବଳ ପ୍ରବେଶ ପାଇଁ ଅନୁମତି ଦିଆଯିବ।
  • ସମସ୍ତ ବ୍ୟକ୍ତି ଫେସ୍ କଭର / ମାସ୍କ ବ୍ୟବହାର କରିବେ।
  • ଧାର୍ମିକସ୍ଥଳୀ ଆଗରେ କରୋନା ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କିତ ପୋଷ୍ଟର ପ୍ରଦର୍ଶିତ ହେବ।
  • ପ୍ରତିଷେଧକ ବ୍ୟବସ୍ଥା ଉପରେ ସଚେତନତା ସୃଷ୍ଟି କରିବାକୁ ଅଡିଓ ଏବଂ ଭିଡିଓ କ୍ଲିପ୍ ଗୁଡିକ ନିୟମିତ ଭାବରେ ଚାଲୁ କରାଯିବ।
  • ଜୋତାକୁ ଷ୍ଟାଣ୍ଡର ନରଖି ଗାଡ଼ିରେ ରଖିବେ।
  • ଯଦି ଆବଶ୍ୟକ ହୁଏ, ପୃଥକ ସ୍ଲଟରେ ଜୋତା ରଖିବାକୁ ହେବ।
  • ପାର୍କିଂ ସ୍ଥାନଗୁଡ଼ିକରେ ଏବଂ ପରିସର ବାହାରେ ସାମାଜିକ ଦୂରତା ନିୟମ ପାଳନ ହେବ।
  • ଦୋକାନ, ଷ୍ଟଲ୍, କାଫେଟେରିଆ ଥିଲେ ସାମାଜିକ ଦୂରତା ନିୟମ ପାଳନ କରିବାକୁ ହେବ।
  • ଭ୍ରମଣକାରୀଙ୍କ ପାଇଁ ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ରହିବ।
  • ପ୍ରବେଶ ବେଳେ ଧାଡ଼ି ବାନ୍ଧିବା ସମୟରେ ସର୍ବନିମ୍ନ ୬ ଫୁଟର ଶାରୀରିକ ଦୂରତା ବଜାୟ ରହିବ।
  • ଏୟାର କଣ୍ଡିସନର / ଭେଣ୍ଟିଲେସନ୍ ପାଇଁ, CPWD ର ନିର୍ଦ୍ଦେଶାବଳୀ ଅନୁସରଣ କରାଯିବ। ଏୟାର କଣ୍ଡିସନର ତାପମାତ୍ରା ସେଟିଂ 24-30 ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ଉଚିତ।  ଖୋଲା ପବନ ପାଇଁ ଯଥା ସମ୍ଭବ ବାଟ ରହିବା ଉଚିତ୍। କ୍ରସ୍ ଭେଣ୍ଟିଲେସନ୍ ଯଥେଷ୍ଟ ହେବା ଆବଶ୍ୟକ।
  • ମୂର୍ତ୍ତି / ପ୍ରତିମା / ପବିତ୍ର ପୁସ୍ତକ ଇତ୍ୟାଦି ଛୁଇଁବାକୁ ଅନୁମତି ଦିଆଯିବ ନାହିଁ।
  • ମନ୍ଦିରର ପରିସରରେ ଧାର୍ମିକ ଆୟୋଜନ ପାଇଁ ଅନୁମତି ନାହିଁ। ରେକର୍ଡିଂ ବଜାଇ ପାରିବେ।
  • ଧାର୍ମିକ ସ୍ଥାନ ଭିତରେ ପ୍ରସାଦ  ବଣ୍ଟନ କିମ୍ବା ପବିତ୍ର ଜଳ ଛିଞ୍ଚିବା ପାଇଁ ଅନୁମତି ନାହିଁ।
  • ଧାର୍ମିକ ସ୍ଥାନରେ କମ୍ୟୁନିଟି ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ ଏବଂ ବଣ୍ଟନ ବେଳେ ସାମାଜିକ ଦୂରତା ନୀତି ଅନୁସରଣ କରିବା ଉଚିତ୍।

ହୋଟେଲ ପାଇଁ ଗାଇଡ୍ ଲାଇନ୍

  • ହୋଟେଲରେ ପ୍ରବେଶ କରିବା ବେଳେ ହାତ ବିଶୋଧୀକରଣ ହେବ ଏବଂ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା ରହିବ।
  • କେବଳ ଅତିଥିମାନଙ୍କୁ ଅନୁମତି ଦିଆଯିବ।
  • ସମସ୍ତ କର୍ମଚାରୀ ଏବଂ ଅତିଥିମାନଙ୍କୁ କେବଳ ଫେସ୍ କଭର / ମାସ୍କ ବ୍ୟବହାର କଲେ ପ୍ରବେଶ ପାଇଁ ଅନୁମତି।
  • ହୋଟେଲ ଭିତରେ ସବୁବେଳେ ଫେସ୍ କଭର / ମାସ୍କ ପିନ୍ଧିବାକୁ ପଡିବ।
  • ସାମାଜିକ ଦୂରତା ନିୟମ ସୁନିଶ୍ଚିତ କରିବା ପାଇଁ ହୋଟେଲ ମ୍ୟାନେଜମେଣ୍ଟ ଦ୍ୱାରା ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜିତ ହେବେ।
  • କର୍ମଚାରୀ ଗ୍ଲୋଭସ୍ ପିନ୍ଧିବା ଉଚିତ ଏବଂ ଅନ୍ୟାନ୍ୟ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ୍।
  • ଅସୁସ୍ଥ ବ୍ୟକ୍ତି ହୋଟେଲକୁ ନଆସିବା ଭଲ।
  • ହୋଟେଲରେ ପାର୍କିଂ ବେଳେ ସାମାଜିକ ଦୂରତା ନିୟମ ସହିତ ଭିଡ ଯେମିତି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ।
  • ବଡ଼ ସଭା ହୋଇପାରିବ ନାହିଁ।
  • ଗାଡି ଗୁଡିକର ଷ୍ଟିଅରିଂ, କବାଟ ହ୍ୟାଣ୍ଡେଲ, ଚାବି ଇତ୍ୟାଦିର ସଠିକ୍ ବିଶୋଧିକରଣ ହେବ।
  • ଅତିଥି, କର୍ମଚାରୀ ଏବଂ ସାମଗ୍ରୀ ଯୋଗାଣ ପାଇଁ ପୃଥକ ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ବ୍ୟବସ୍ଥା ରହିବ।
  • ଲିଫ୍ଟରେ ଲୋକଙ୍କ ସଂଖ୍ୟା ସୀମିତ ରହିବ, ସାମାଜିକ ଦୂରତା ପାଳନ ହେବ।
  • ହୋଟେଲ ଆଗରେ ଅଡିଓ ଭିଡିଓ ଜରିଆରେ କରୋନା ସଚେତନତା ହେବା ଜରୁରୀ।
  • ଉଭୟ ଚେକ୍ ଇନ୍ ଏବଂ ଚେକ୍ ଆଉଟ୍ ପାଇଁ ହୋଟେଲଗୁଡିକ QR କୋଡ୍, ଅନଲାଇନ୍ ଫର୍ମ, ଇ-ୱାଲେଟ୍ ପରି ଡିଜିଟାଲ୍ ପେମେଣ୍ଟ ଇତ୍ୟାଦି ରହିବା ଜରୁରୀ।
  • କୋଠରୀକୁ ଲଗେଜ୍ ପଠାଇବା ପୂର୍ବରୁ ଲଗେଜ୍ ବିଶୋଧନ ହେବା ଉଚିତ୍।
  • ଅଧିକ ବିପଦ ଥିବା ଅତିଥିମାନେ ଅର୍ଥାତ୍ ବୟସ୍କ, ଗର୍ଭବତୀ କିମ୍ବା ଯେଉଁମାନଙ୍କର ଚିକିତ୍ସା ଅବସ୍ଥା ଅଛି, ସେମାନଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
  • କଣ୍ଟେନ୍‌ମେଣ୍ଟ ଜୋନ୍ ମଧ୍ୟରେ ଥିବା ହୋଟେଲଗୁଡ଼ିକୁ ଯିବା ପାଇଁ ଅନୁମତି ନାହିଁ।

ରେଷ୍ଟୁରାଣ୍ଟ ପାଇଁ ଗାଇଡ୍ ଲାଇନ୍

  • ପ୍ରବେଶ ବେଳେ ସାନିଟାଇଜର ବ୍ୟବସ୍ଥା ରହିବା ଦରକାର।
  • ଛୋଟିଆ ମେନୁ ଅର୍ଡର ବ୍ୟବହାର କରିବାକୁ ଅନୁମତି।
  • କପଡ଼ା ବଦଳରେ ବ୍ୟବହାର କରି ଫିଙ୍ଗି ହେଉଥିବା ଟିସୁ ପେପର ବ୍ୟବହାର କରିବାକୁ ପରାମର୍ଶ।
  • ବଫେଟ ସେବାକୁ ଗୁରୁତ୍ୱ ଦିଆଯିବା ଦରକାର।
  • ହୋମ୍ ଡେଲିଭରୀ ପାଇଁ ନିୟୋଜିତ ଥିବା କର୍ମଚାରୀ ହୋମ୍ ଡେଲିଭରୀ ଅନୁମତି ଦେବା ପୂର୍ବରୁ ହୋଟେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଥର୍ମାଲି ସ୍କ୍ରିନିଂ କରାଯିବ।
  • ରୁମ୍ ସେବା ପାଇଁ, ଅତିଥି ଏବଂ ଭିତର କର୍ମଚାରୀଙ୍କ ମଧ୍ୟରେ ଇଣ୍ଟରକମ୍ / ମୋବାଇଲ୍ ଫୋନ୍ ମାଧ୍ୟମରେ କଥା ହେବା ଉଚିତ।
  • ପିଲାମାନଙ୍କ ଖେଳିବା ସ୍ଥାନ ବନ୍ଦ ରହିବ।
  • ଏୟାର କଣ୍ଡିସନର / ଭେଣ୍ଟିଲେସନ୍ ପାଇଁ, CPWD ର ନିର୍ଦ୍ଦେଶାବଳୀ ଅନୁସରଣ କରାଯିବ। ପରିସର ମଧ୍ୟରେ ପରିମଳ ବ୍ୟବସ୍ଥାକୁ ବିଶେଷ ଧ୍ୟାନ ଦିଆଯିବ।
  • ଜଣେ ଅତିଥି ଯିବାପରେ ରୁମ୍ ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରଗୁଡିକ ବିଶୋଧନ କରାଯିବ।
  • କର୍ମକ୍ଷେତ୍ରରେ ସାମାଜିକ ଦୂରତା ନୀତି ଅନୁସରଣ କରିବା ଉଚିତ୍।
  • ନିୟମିତ ବ୍ୟବଧାନରେ ରୋଷେଇ ଘର ପରିମଳ ହେବା ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story