ଅଯୋଧ୍ୟା: ଦୀପାବଳିରେ ଦୀପମୟ ହୋଇଛି ରାମଜନ୍ମ ଭୂମି ଅଯୋଧ୍ୟା। ଆଲୋକ ପର୍ବ ଦୀପାବଳିକୁ ପାଳନ କରିବା ପାଇଁ ଅଯୋଧ୍ୟାରେ ୩ ଦିନିଆ ଦୀପୋତ୍ସବ ଆରମ୍ଭ ହୋଇଛି। ଆଜି ୫,୮୪,୫୭୨ଟି ଦୀପ ଲଗାଯାଇ ପୂରା ଅଯୋଧ୍ୟକୁ ଆଲୋକିତ କରାଯାଇଛି।
ଏତେ ସଂଖ୍ୟକ ଦୀପ ଏକ ସଙ୍ଗରେ ଜଳିବା ଏକ ରେକର୍ଡ। ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଦୀପୋତ୍ସବ ୩ ଦିନ ଧରି ଚାଲିବ। ୫ ଲକ୍ଷ ୮୪ ହଜାରରୁ ଅଧିକ ଦୀପ ଜଳିବାର ଫଟୋ ସାମ୍ନାକୁ ଆସିବା ପରେ ସମସ୍ତେ ଏହାକୁ ଶେୟାର କରିଛନ୍ତି। ଦୀପମାଳାରେ ଅତି ସୁନ୍ଦର ଦିଶୁଛି ପୂରା ଅଯୋଧ୍ୟା।
Divya Deepotsav 2020. @UPGovt pic.twitter.com/hoe5JRVOAc
— Shishir (@ShishirGoUP) November 13, 2020
ଆଜି ଆରମ୍ଭ ହୋଇଥିବା ଦୀପୋତ୍ସବ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗଦେଇଥିଲେ। ଏହି ଅବସରରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଯୋଗୀ ଆଦିତ୍ୟନାଥ। ଅଯୋଧ୍ୟାରେ ଅନ୍ତର୍ଜାତୀୟ ବିମାନ ସେବା ଓ ସୁବ୍ୟବସ୍ଥିତ ବସ୍ ସେବା ସହ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Education
ଶିକ୍ଷାଗତ ଯୋଗ୍ୟତା ଅନୁସାରେ କାହିଁକି ଭାରତୀୟ ପାଉନାହାନ୍ତି ଚାକିରି?
କେବଳ ୮.୨୫ ଗ୍ରାଜ୍ୟୁଏଟ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଭାରତରେ ଚାକିରି କରିବାକୁ ସକ୍ଷମ ହୋଇଛନ୍ତି।

Guest Column
ନିର୍ବାଚନ ମଣ୍ଡଳି ସୀମା ପୁନଃ ନିର୍ଦ୍ଧାରଣ ଓ ସଂଘୀୟ ବ୍ୟବସ୍ଥା
ମୋଦୀଙ୍କ ଏନଡିଏ ସରକାର ପାର୍ଲାମେଂଟର ନୂଆ ଭବନ କଲାବେଳେ ଯେପରି ଭାବରେ ଲୋକସଭାରେ ୮୫୦ ଜଣ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା କରିଛନ୍ତି ସେଥିରେ ମୋଦୀ ସରକାର ସୀମା ନିର୍ଦ୍ଧାରଣ କମିଶନ ଜରିଆରେ ଲୋକସଭା ଆସନ ସଂଖ୍ୟା ବଢ଼ାଇବେ ବୋଲି ବିଶ୍ୱାସ ସୃଷ୍ଟି ହୋଇଛି।

Politics
ଷ୍ଟାଲିନଙ୍କ ସୀମା ପୁନଃ ନିର୍ଦ୍ଧାରଣ ବୈଠକକୁ କାହିଁକି ଆସିଲାନି TMC?
ଜନ ସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟକ୍ରମ ୨୦୨୬ରୁ ଆରମ୍ଭ ହେଉଥିବା ବେଳେ ଏହାକୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ବିରୋଧ କରୁଛନ୍ତି।

Crime
ମୃତଦେହକୁ ଚିହ୍ନଟ କରିଥିଲେ ବାପା, ଜେଲରେ ୪ ଅଭିଯୁକ୍ତ: କିନ୍ତୁ ଏବେ ସମସ୍ତେ ଚକିତ!
୨୦୨୩ ସେପ୍ଟେମ୍ବର ମାସରରେ ଲଳିତା ଗାନ୍ଧି ସାଗର ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ଗୋଟିଏ ଟ୍ରକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା।

National
ଜଜଙ୍କ ଘରୁ ଟଙ୍କା ମିଳିବା ଘଟଣା: ୨୦୧୮ରେ ସିବିଆଇ ଏଫଆଇଆର୍ରେ ରହିଥିଲା ଜଷ୍ଟିସ ବର୍ମାଙ୍କ ନାଁ
ସୁଗାର ମିଲ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ୨୦୧୮ରେ ଗୋଟିଏ ଏଫଆଇଆର କରିଥିଲା। ଏହି ଏଫଆଇଆରରେ ଜଷ୍ଟିସ ବର୍ମାଙ୍କ ନାଁ ରହିଥିଲା।