ଅହମଦାବାଦ: ଗୁଜରାଟରେ ଖାଲି ପଡ଼ିଥିବା ଦୁଇଟି ରାଜ୍ୟସଭା ଆସନରେ ବିଜେପି ବିଜୟୀ ହୋଇଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଓବିସି ନେତା ଜୁଗଲଜି ଠାକୁର ଏହି ଦୁଇ ଆସନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଗତକାଲି ଏହି ଦୁଇ ଆସନ ପାଇଁ ନିର୍ବାଚନ ହୋଇଥିଲା।
ଗୁଜରାଟ ବିଧାନସଭାରେ ଏସ ଜୟଶଙ୍କର ଓ ଜୁଗଲଜି ଠାକୁରଙ୍କୁ ୧୦୪ ଭୋଟ୍ ମିଳିଛି, ଯେଉଁଠି ବିଜେପିର ବିଧାୟକ ସଂଖ୍ୟା ୧୦୦ ଥିଲା। ଅନ୍ୟ ପଟେ ବିଟିପିର ୨ ଭୋଟ୍ ଓ ଏନସିପିର ୧ ଭୋଟ୍ ଥିଲା। ଏଥିରେ ଅଳ୍ପେଶ ଠାକୁର ଏବଂ ଧବଲ ସିଂହ ଜାଲାଙ୍କ ଦୁଇଟି ଭୋଟ୍ ସାମିଲ ଥିଲା। କିନ୍ତୁ ନିର୍ବାଚନ କମିଶନ ଆନୁଷ୍ଠାନିକ ଭାବରେ କିଛି ଘୋଷଣା କରି ନାହାନ୍ତି।
ଗତକାଲି ରାଜ୍ୟସଭାର ଦୁଇ ଆସନ ପାଇଁ କ୍ରସ ଭୋଟିଂ କରିବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଦୁଇ ବିଧାୟକ ଅଳ୍ପେଶ ଠାକୁର ଏବଂ ଧବଲସିହ୍ନା ଜଲ।
କଂଗ୍ରେସ ଚନ୍ଦ୍ରିକା ଚୁଡଶମା ଏବଂ ଗୌରବ ପାଣ୍ଡ୍ୟାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଦଳରେ କ୍ରସ ଭୋଟିଂ ହୋଇଥିବାରୁ ଏହି ଦୁଇ ପ୍ରାର୍ଥୀ ହାରିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କାୟା ମେଲାଉଛି HMPV ଭାଇରସ୍, ଭାରତରେ ଚିହ୍ନଟ ହେଲା ପ୍ରଥମ କେସ୍
ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୮ ମାସର ଛୁଆ ଦେହରେ HMPV ଜୀବାଣୁ ଚିହ୍ନଟ ହୋଇଛି।
National
ହୃଦୟ ବିଦାରକ, ଘର ଭିତରେ ଶ୍ୱାସରୁଦ୍ଧ ହୋଇ ୫ ମୃତ
ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ତିନି ପିଲା ଅଛନ୍ତି।
National
ଅନଶନରେ ବସିଥିଲେ PK, ରାତି ଅଧରେ ଉଠାଇ ନେଲା ପୁଲିସ
ବିହାର ଜନସେବା ଆୟୋଗ (ବିପିଏସସି) ର ୭୦ତମ ପ୍ରାଥମିକ ବା ପ୍ରିଲିମ ପରୀକ୍ଷା ବାତିଲ କରିବା ଦାବିରେ ପ୍ରଶାନ୍ତ କିଶୋର ପାଟନା ସ୍ଥିତ ଗାନ୍ଧୀ ମୈଦାନରେ ଅନଶନରେ ବସିଥିଲେ। ଏହାପରେ ପୁଲିସ ତାଙ୍କୁ ସେଠାରୁ ଉଠାଇ ନେଇ ଗିରଫ କରିଛି।
National
ପ୍ରେମରେ କଣ୍ଟା! ପ୍ରେମୀ ଯୁଗଳଙ୍କୁ OYO ମନା
ଓୟୋରେ କେବଳ ଆଇନ ସମ୍ମତ ଦମ୍ପତିଙ୍କୁ ରହିବାକୁ ମିଳିବ ଅନୁମତି। ହୋଟେଲ ବୁକିଂ କଂପାନୀ ଓୟୋ ସହଭାଗୀ ହୋଟେଲ ଗୁଡ଼ିକ ପାଇଁ ଚେକ୍ ଇନ୍ ନିୟମରେ ସଂଶୋଧନ କରିଛି।
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।