ଅହମଦାବାଦ: ଗୁଜରାଟର ଗୃହମନ୍ତ୍ରୀ ରଜନୀ ପଟେଲଙ୍କ ମେହସାଣା ଅଫିସରେ ହାର୍ଦ୍ଦିକ ପଟେଲଙ୍କ କିଛି ସମର୍ଥକ ଆଜି ଭଙ୍ଗାରୁଜା କରିଛନ୍ତି। ବିକ୍ଷୋଭକାରୀ ଅଫିସରେ ଥିବା ୪ଟି ବାଇକ୍ରେ ନିଆଁ ଲଗାଇ ଦେଇଛନ୍ତି। ସେହିପରି ମେହସାଣାରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ଅଫିସରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ପୋଲିସ୍ ହାର୍ଦ୍ଦିକଙ୍କ ସମର୍ଥକଙ୍କ ଉପରେ ଲାଠିଚାର୍ଯ୍ୟ କରିବା ସହ ୪୩୫ ଜଣ ପାଟିଦାରଙ୍କୁ ଗିରଫ କରିଛି। ଏହି ଘଟଣା ପରେ ମେହସାଣାରେ କର୍ଫ୍ୟୁ ଜାରି କରାଯାଇଛି।
ଉତ୍ତେଜନାକୁ ଦୃଷ୍ଟିରେ ରଖି ଅହମଦାବାଦର କେତେକ ଅଞ୍ଚଳରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ମେହସଣା ଜିଲ୍ଲାପାଳ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନୋଟିସ୍ କରିଛନ୍ତି।
ଗୁଜରାଟ ଗୃହମନ୍ତ୍ରୀ ରଜନୀ ପଟେଲ ହାର୍ଦ୍ଦିକଙ୍କ ସମର୍ଥକମାନଙ୍କୁ ଶାନ୍ତି ବଜାଇ ରଖିବାକୁ ଅନୁରୋଧ କରିଛନ୍ତି।
ହାର୍ଦ୍ଦିକ ଦେଶଦ୍ରୋହ ଅପରାଧରେ ବର୍ତ୍ତମାନ ଜେଲରେ ଅଛନ୍ତି। ପାଟିଦାର ହାର୍ଦ୍ଦିକ ପଟେଲକୁ ସମର୍ଥନ କରି ଜେଲ ଭର ଆନ୍ଦୋଳନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।