ପାଖାପାଖି ୩ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଏଥିରେ ବିଜେପି ସଦସ୍ୟ ସଂଗ୍ରହ ଅଭିଯାନକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ସେହିପରି କେନ୍ଦ୍ର ସରକାରଙ୍କ ନୂଆ ବଜେଟ ବାବଦରେ ତୃଣମୂଳ ସ୍ତରର ଲୋକଙ୍କ ପାଖରେ କିଭଳି ସକାରାତ୍ମକ ବାର୍ତ୍ତା ପହଞ୍ଚିବ, ସେ ନେଇ ଆଲୋଚନା ହୋଇଥିବା ଜଣାପଡିଛି। ୧୧ କୋଟି ସଦସ୍ୟ ସହ ବିଜେପି ବିଶ୍ୱର ସବୁଠାରୁ ବଡ଼ ରାଜନୀତିକ ଦଳ ବୋଲି ଦାବି କରିଛି।
ଏହି ବୈଠକରେ ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଉଦବୋଧନ ଦେବାର ଥିଲା। କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ବୈଠକରେ ଯୋଗ ଦେଇପାରିନଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।