ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର: କିଏ ସମର୍ଥନ କଲା ଓ କିଏ ବିରୋଧ

ହାଇଦ୍ରାବାଦ: ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପୋଡ଼ି ହତ୍ୟା ଭଳି ଭୟଙ୍କର ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ଆଜି ପୁଲିସ ଗୁଳି କରି ମାରି ଦେଇଛି। ସେମାନେ ପୁଲିସ ପଞ୍ଝାରୁ ଖସିବାକୁ ଚେଷ୍ଟା କରୁଥିବାରୁ ସେମାନଙ୍କୁ ଗୁଳି କରାଯାଇଥିବା କୁହାଯାଉଛି। ତେବେ ପୁଲିସ୍‌ର ରାୟ ଅନ ଦି ସ୍ପଷ୍ଟ ଘଟଣାକୁ ନେଇ ସାରା ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି। କିଛି ଲୋକ ଏହାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ବିରୋଧ କରୁଛନ୍ତି। ଆଜିର ଘଟଣା […]

e

e

Hemant Lenka
  • Published: Friday, 06 December 2019
  • Updated: 06 December 2019, 06:58 PM IST

Sports

Latest News

ହାଇଦ୍ରାବାଦ: ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପୋଡ଼ି ହତ୍ୟା ଭଳି ଭୟଙ୍କର ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ଆଜି ପୁଲିସ ଗୁଳି କରି ମାରି ଦେଇଛି। ସେମାନେ ପୁଲିସ ପଞ୍ଝାରୁ ଖସିବାକୁ ଚେଷ୍ଟା କରୁଥିବାରୁ ସେମାନଙ୍କୁ ଗୁଳି କରାଯାଇଥିବା କୁହାଯାଉଛି।

ତେବେ ପୁଲିସ୍‌ର ରାୟ ଅନ ଦି ସ୍ପଷ୍ଟ ଘଟଣାକୁ ନେଇ ସାରା ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି। କିଛି ଲୋକ ଏହାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ବିରୋଧ କରୁଛନ୍ତି। ଆଜିର ଘଟଣା ପରେ କିଏ କ’ଣ କହୁଛନ୍ତି ଆସନ୍ତୁ ଜାଣିବା-

୧: ପୀଡ଼ିତାଙ୍କ ବାପା: ମୋ ଝିଅ ମରିବାର ୧୦ ଦିନ ହୋଇଛି। ଆଜି ୧୦ ଦିନରେ ନ୍ୟାୟ ମିଳିଛି। ଏହି ଏନକାଉଣ୍ଟର ପାଇଁ ମୁଁ ପୁଲିସ୍ ଓ ସରକାରଙ୍କୁ କୃତଜ୍ଞତା ଜଣାଉଛି। ଏବେ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ।

୨: ନିର୍ଭୟାଙ୍କ ମା’: ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ପୁଲିସର ପଦକ୍ଷେପକୁ ପ୍ରଶଂସା କରୁଛି। ମୁଁ ବହୁତ ଖୁସି। ପୁଲିସ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଦରକାର।

୩: ରାଜ୍ୟବର୍ଦ୍ଧନ ରାଠୋର: ମୁଁ ହାଇଦ୍ରାବାଦ ପୁଲିସ୍‌ ଓ ଏନକାଉଣ୍ଟର କରିବାକୁ ନିର୍ଦ୍ଦେଶ ଦେଇଥିବା ସମସ୍ତ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଜଣାଉଛି। ସର୍ବଦା ମିଥ୍ୟା ଉପରେ ସତ୍ୟର ଜୟ ହୁଏ ବୋଲି ପୁଣି ଆମ ଦେଶରେ ପ୍ରମାଣିତ ହୋଇଛି।

୪: ସ୍ୱାତୀ ମାଲିୱାଲ(ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା): ଯଦି ଦୁଷ୍କର୍ମକାରୀ ଖସି ଯିବାକୁ ଚେଷ୍ଟା କରୁଥିଲେ, ତା’ହେଲେ ପୁଲିସ୍‌ ଭଲ କାମ କରିଛି। ଆମେ ସମସ୍ତ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ସେଥିପାଇଁ କେନ୍ଦ୍ର ନିକଟରେ ଦାବି କରି ଆସୁଥିଲୁ। ନିର୍ଭୟା ଦୋଷୀମାନେ ଯେଉଁଭଳି ଲୋକଙ୍କ ଟଙ୍କାରେ ଜେଲରେ ରହିଛନ୍ତି, ଏବେ ହାଇଦ୍ରାବାଦ ଘଟଣାରେ ସେମିତି ହେବନାହିଁ।

୫: ବାବା ରାମଦେବ: ଏଭଳି ଦୁଷ୍କର୍ମ ଘଟଣା ପାଇଁ ଆମ ଦେଶର ଛବି ଖରାପ ହେଉଛି। କେବଳ ଦେଶର ଛବି ଖରାପ ହେଉନାହିଁ ବରଂ ଆମ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଏହା କ୍ଷତି ପହଞ୍ଚାଉଛି। ଆତଙ୍କବାଦୀ ଓ ଏଭଳି ଦୁଷ୍କର୍ମକାରୀଙ୍କ ସହ ପୁଲିସ୍‌ ଏବଂ ସେନା ସମାନ ଢଙ୍ଗରେ ବ୍ୟବହାର କରିବା ଦରକାର। ଯେଉଁମାନେ ଘଟଣାକୁ ନେଇ ସନ୍ଦେହ ପ୍ରକଟ କରୁଛନ୍ତି, ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ।

୬: ସାଇନା ନେହ୍ୱାଲ(ଶଟଲର): ହାଇଦ୍ରାବାଦ ପୁଲିସ୍‌ ବଢ଼ିଆ କାମ କରିଛି। ଆମେ ସେମାନଙ୍କୁ ସାଲ୍ୟୁଟ କରୁଛୁ।

୭: ଶଶି ଥରୁର(କଂଗ୍ରେସ ସାଂସଦ): ମୁଁ ସର୍ବଦା ପ୍ରଚଳିତ ପ୍ରିନ୍ସିପାଲରେ ବିଶ୍ୱାସ କରେ। ଯଦି ଅପରାଧୀମାନେ ବନ୍ଧୁକ ଧରିଥିଲେ ଏବଂ ଆକ୍ରମଣ କରୁଥିଲେ, ତା’ହେଲେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ଗ୍ରହଣୀୟ। ବିସ୍ତୃତ ସୂଚନା ନ ଆସିବା ଯାଏ ଆମେ କୌଣସି ନିଷ୍ପତ୍ତିରେ ପହଞ୍ଚିବା ନାହିଁ। କିନ୍ତୁ ଏକ୍ସଟ୍ରା ଜୁଡିସିଆଲ କିଲିଙ୍ଗ ଆମ ସମାଜରେ ଗ୍ରହଣୀୟ ନୁହେଁ।

୮: ମାନେକା ଗାନ୍ଧି(ବିଜେପି ସାଂସଦ): ହାଇଦ୍ରାବାଦରେ ଯାହା ହେଲା ସେଇଟା ବହୁତ ଭୟଙ୍କର। ଏହା ଦେଶ ପାଇଁ ଆଦୌ ଠିକ ନୁହେଁ। ଆପଣ ଚାହୁଁଛନ୍ତି ବୋଲି କେବେ ହେଲେ ଲୋକଙ୍କୁ ହତ୍ୟା କରିପାରିବେ ନାହିଁ। ଆମେ ଆଇନକୁ କେବେ ହେଲେ ହାତକୁ ନେଇପାରିବା ନାହିଁ। ଦୁଷ୍କର୍ମକାରୀଙ୍କୁ କୋର୍ଟ ହିଁ ଫାଶୀ ଖୁଣ୍ଟରେ ଝୁଲାଇ ଥାଆନ୍ତେ।

୯: ଉମା ଭାରତୀ(ବିଜେପି ନେତ୍ରୀ): ଏହି ଏନକାଉଣ୍ଟରରେ ସାମିଲ ସମସ୍ତ ପୁଲିସ୍‌ ଅଧିକାରୀ ପ୍ରଶଂସାର ପାତ୍ର। ଦେଶର ଅନ୍ୟ ରାଜ୍ୟ ଗୁଡ଼ିକ ଦୋଷୀଙ୍କୁ ଦଣ୍ଡ ଦେବା ବେଳେ ଏହାକୁ ନଜରରେ ରଖିବା ଦରକାର ଏବଂ କିଛି ଶିଖିବା ଦରକାର।

୧୦: ଅସେଦୁଦ୍ଦିନ ଓୱେସୀ, ଏଆଇଏମଆଇଏମ ମୁଖ୍ୟ: ଏନକାଉଣ୍ଟର ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ନିୟମ ଅନୁୟାୟୀ ହେବା ଦରକାର।

୧୧: ମାୟାବତୀ, ବିଏସପି ସୁପ୍ରିମୋ: ଉତ୍ତର ପ୍ରଦେଶରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଛି, ହେଲେ ପୁଲିସ ଶୋଇଛି। ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ପୁଲିସ ତେଲେଙ୍ଗାନା ପୁଲିସ ପାଖରୁ ଶିଖିବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story