‘ମୁଭି ମାଫିଆ ଅପେକ୍ଷା ମୁମ୍ୱାଇ ପୁଲିସକୁ ଡର ଲାଗୁଛି’

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ବଲିଉଡର ଅନେକ ଗୁମର ଖୋଲିଛନ୍ତି ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ଯେଉଁଥିପାଇଁ ମୁମ୍ୱାଇ ପୁଲିସ ଏବେ ବଦନାମ ହୋଇଛି। ଏବେ ତାଙ୍କ ଜୀବନ ପ୍ରତି ବିପଦ ଥିବା କହି ବିଜେପି ମୁଖପାତ୍ର ରାମ କାଦାମ ସୁରକ୍ଷା ଦାବି କରିଛନ୍ତି। ଏହାକୁ ନେଇ କଙ୍ଗନା ରଣାୱତ ଟ୍ୱିଟ୍ କରି କହିଛନ୍ତି, ସେ ମୁମ୍ବାଇ ପୁଲିସର ସୁରକ୍ଷା ନୁହେଁ ବରଂ ହିମାଚଳ ପ୍ରଦେଶ କିମ୍ବା କେନ୍ଦ୍ର ସରକାରଙ୍କ ସୁରକ୍ଷା ଚାହୁଁଛନ୍ତି ବୋଲି ଲେଖିଛନ୍ତି। ରାମ […]

kangna

kangna

Subhransu Sekhar
  • Published: Sunday, 30 August 2020
  • Updated: 30 August 2020, 09:55 PM IST

Sports

Latest News

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ବଲିଉଡର ଅନେକ ଗୁମର ଖୋଲିଛନ୍ତି ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ଯେଉଁଥିପାଇଁ ମୁମ୍ୱାଇ ପୁଲିସ ଏବେ ବଦନାମ ହୋଇଛି। ଏବେ ତାଙ୍କ ଜୀବନ ପ୍ରତି ବିପଦ ଥିବା କହି ବିଜେପି ମୁଖପାତ୍ର ରାମ କାଦାମ ସୁରକ୍ଷା ଦାବି କରିଛନ୍ତି। ଏହାକୁ ନେଇ କଙ୍ଗନା ରଣାୱତ ଟ୍ୱିଟ୍ କରି କହିଛନ୍ତି, ସେ ମୁମ୍ବାଇ ପୁଲିସର ସୁରକ୍ଷା ନୁହେଁ ବରଂ ହିମାଚଳ ପ୍ରଦେଶ କିମ୍ବା କେନ୍ଦ୍ର ସରକାରଙ୍କ ସୁରକ୍ଷା ଚାହୁଁଛନ୍ତି ବୋଲି ଲେଖିଛନ୍ତି।

ରାମ କଦମ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି କଙ୍ଗନାଙ୍କ ସୁରକ୍ଷା ଦାବି କରିଛନ୍ତି। ଏହା ପରେ ସେ ଟ୍ୱିଟ୍ କରି ଲେଖିଛନ୍ତି, ଅଭିନେତ୍ରୀ କଙ୍ଗନା ରଣାୱତ ଚାରି ଦିନରୁ ଅଧିକ ସମୟ ଧରି ବଲିଉଡ ଏବଂ ଡ୍ରଗ୍ ମାଫିଆ ମଧ୍ୟରେ ଥିବା ନେକ୍ସସ ବାବଦରେ କହିଛନ୍ତି। ଏବେ ତାଙ୍କ ସୁରକ୍ଷା ଆବଶ୍ୟକ। ଦୁର୍ଭାଗ୍ୟବଶତଃ ମହାରାଷ୍ଟ୍ର ସରକାର ତାଙ୍କୁ ଏପର୍ଯ୍ୟନ୍ତ କୌଣସି ସୁରକ୍ଷା ଯୋଗାଇ ନାହାନ୍ତି।

https://twitter.com/KanganaTeam/status/1299988135175008256

କଙ୍ଗନା ରାମ କଦମଙ୍କ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି ଯେ ଆପଣଙ୍କ ଚିନ୍ତା ପାଇଁ ଧନ୍ୟବାଦ। ମୁମ୍ବାଇର ସିନେମା ମାଫିଆ ଅପେକ୍ଷା ମୁମ୍ବାଇ ପୁଲିସକୁ ଅଧିକ ଭୟ ଲାଗୁଛି। ମୁଁ ହିମାଚଳ ପ୍ରଦେଶ ସରକାର କିମ୍ବା ସିଧାସଳଖ କେନ୍ଦ୍ରରୁ ସୁରକ୍ଷା ଚାହୁଁଛି। ଦୟାକରି ମୁମ୍ବାଇ ପୁଲିସ ନୁହେଁ।

ଏହା ପରେ ରାମ କଦମ ପ୍ରତିକ୍ରିୟାରେ ଲେଖିଛନ୍ତି, "ତୁମର ସାହସିକତାକୁ ନମସ୍କାର! ମୁଁ କହିବାକୁ ଚାହେଁ ଯେ ମୁମ୍ବାଇ ପୁଲିସ ବହୁତ ଦକ୍ଷ କିନ୍ତୁ ଏହା ମହାରାଷ୍ଟ୍ର ସରକାରଙ୍କ ମନୋଭାବ, ଯାହା ସେମାନଙ୍କ ଭାବମୂର୍ତ୍ତିକୁ ପ୍ରଭାବିତ କରୁଛି। ଏହି ସରକାରଙ୍କ ସ୍ୱାର୍ଥପରତା ମୁମ୍ବାଇ ପୋଲିସର ପୂର୍ବ ଗୌରବକୁ ପ୍ରଭାବିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos