ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ: କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଇମ୍ରାନ୍‌ ଖାନ୍‌ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ଆଜି ପାକିସ୍ତାନ ନ୍ୟାଶନାଲ୍‌ ଆସେମ୍ବ୍ଲି ଇମ୍ରାନ୍‌ ଖାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛି। ଆସନ୍ତାକାଲି ଇମ୍ରାନ୍‌ ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆସନ୍ତାକାଲି ଶପଥ ପାଠ ଉତ୍ସବରେ ସାମିଲ ହେବା ପାଇଁ ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନଭଜୋତ୍‌ ସିଂହ ସିଦ୍ଧୁ ଆଜି ପାକିସ୍ତାନରେ ପହଞ୍ଚିଛନ୍ତି। ୱାଘା ବର୍ଡର ଦେଇ ସେ ଲାହୋରରେ ପହଞ୍ଚିଛନ୍ତି। […]

5b73ea73dd163

5b73ea73dd163

Hemant Lenka
  • Published: Friday, 17 August 2018
  • Updated: 17 August 2018, 02:48 PM IST

Sports

Latest News

ଇସ୍‌ଲାମାବାଦ: କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଇମ୍ରାନ୍‌ ଖାନ୍‌ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ଆଜି ପାକିସ୍ତାନ ନ୍ୟାଶନାଲ୍‌ ଆସେମ୍ବ୍ଲି ଇମ୍ରାନ୍‌ ଖାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛି।

ଆସନ୍ତାକାଲି ଇମ୍ରାନ୍‌ ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଆସନ୍ତାକାଲି ଶପଥ ପାଠ ଉତ୍ସବରେ ସାମିଲ ହେବା ପାଇଁ ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନଭଜୋତ୍‌ ସିଂହ ସିଦ୍ଧୁ ଆଜି ପାକିସ୍ତାନରେ ପହଞ୍ଚିଛନ୍ତି। ୱାଘା ବର୍ଡର ଦେଇ ସେ ଲାହୋରରେ ପହଞ୍ଚିଛନ୍ତି। ଏଠାରୁ ସିଦ୍ଧୁ ଇସ୍‌ଲାମାବାଦ ଯାଇ ଇମ୍ରାନ୍‌ଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବେ।

ଜୁଲାଇ ୨୫ରେ ପାକିସ୍ତାନ ସାଧାରଣ ନିର୍ବାଚନରେ ଇମ୍ରାନ୍‌ଙ୍କ ତେହେରିକ୍-ଏ-ଇନ୍‌ସାଫ୍‌ ସର୍ବବୃହତ ଦଳ ହୋଇଥିଲା। ତେବେ ୩୪୨ ଆସନ ବିଶିଷ୍ଟ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ଇମ୍ରାନ୍‌ ସଂଗ୍ରହ କରିପାରି ନଥିଲେ। ଫଳରେ ସେ ସରକାର ଗଠନ କରିପାରିବେ କି ନାହିଁ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।

ଆଜି ପାକିସ୍ତାନ ନ୍ୟାଶନାଲ୍‌ ଆସେମ୍ବ୍ଲିରେ ଇମ୍ରାନ୍‌ ଖାନ୍‌ଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାର ଥିଲା ଏବଂ ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି। ଇମ୍ରାନ୍‌ଙ୍କ ଦଳକୁ ୧୭୬ ସାଂସଦଙ୍କ ସମର୍ଥନ ମିଳିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍‌ଙ୍କ ମୁସଲିମ୍‌-ଇ-ଲିଗ୍‌-ଏନ୍‌(ପିଏମ୍‌ଏଲ୍‌ଏନ୍‌)କୁ ମାତ୍ର ୯୬ଟି ଭୋଟ୍‌ ମିଳିଥିଲା।

ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପିଏମ୍‌ଏଲ୍‌ଏନ୍‌ର ସାଂସଦମାନେ ଏହାକୁ ବିରୋଧ କରି ହୋ-ହଲ୍ଲା କରିଥିଲେ।

ନିର୍ବାଚନରେ ତୃତୀୟ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ପାଇଥିବା ପିପିପି ଶେଷ ମୂହୂର୍ତ୍ତରେ ପିଏମ୍‌ଏଲ୍‌-ଏନ୍‌ଠାରୁ ସମର୍ଥନ ପ୍ରତ୍ୟାହାର କରିବା ସହ ଆଜିଂ ଭୋଟିଂରୁ ନିଜକୁ ଦୂରେଇ ରଖିଥିଲା। ଏମ୍‌ଏଏମ୍‌ର ଜଣେ ସାଂସଦ ମଧ୍ୟ ଆଜି ଭୋଟ୍‌ ଦାନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story